ବେଗୁସରାଇରୁ ନିର୍ବାଚନ ଲଢିବେ ଗିରିରାଜ: ଶାହା

ବେଗୁସରାଇରୁ ନିର୍ବାଚନ ଲଢିବେ ଗିରିରାଜ: ଶାହାପାଟନା(ଏଜେନ୍ସି): ବିହାରର ବେଗୁସରାଇ ଲୋକସଭା ଆସନରୁ ନିର୍ବାଚନ ନଲଢ଼ିବାକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଧମକ ଦେବାର କିଛି ସମୟ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆଜି ଏହା ଉପରେ ନିଜ ସ୍ପଷ୍ଟ ପ୍ରତିକ୍ରିୟା ରଖିଛନ୍ତି । ଶାହା କହିଛନ୍ତି ବିଜେପି, ଗିରିରାଜ୍ଙ୍କୁ ବେଗୁସରାଇ ଆସନରୁ ନିର୍ବାଚନ ଲଢ଼ିବା ନେଇ ଚୂଡାନ୍ତ ନିଷ୍ପତ୍ତି ନେଇସାରିଥିବା ବେଳେ ଏବେ ଏଥିରେ କୌଣସି ପରିବର୍ତ୍ତନ ହେବାର ପ୍ରଶ୍ନ ଉଠୁନି । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ସହ ଏସମ୍ପର୍କରେ ଆଲୋଚନା ହୋଇଛି ଏବଂ ସେ ଏହି ଆସନରୁ ହିଁ ନିର୍ବାଚନ ଲଢ଼ିବାକୁ ରାଜି ହୋଇଛନ୍ତି । ତେଣୁ ଏହାକୁ ନେଇ ଆଉ କୌଣସି ବାଦବିବାଦ ସୃଷ୍ଟି କରିବାର ଆବଶ୍ୟକତା ନାହିଁ । ତାଙ୍କ ସମସ୍ତ ସମସ୍ୟା ସମ୍ପର୍କରେ ଦଳ ଅବଗତ ଅଛି ଓ ଖୁବ୍ଶୀଘ୍ର ଏହାର ସମାଧାନ ବାହାର କରାଯିବ ।
ପ୍ରକାଶ ଯେ, ବେଗୁସରାଇ ନିର୍ବାଚନ ମଣ୍ଡଳୀରୁ ଲଢିବାକୁ ଗିରିରାଜଙ୍କୁ ପ୍ରାର୍ଥୀ ଭାବେ ବିଜେପି ଚୟନ କମିଟି ନିଷ୍ପତ୍ତି ନେବା ପରେ ଗିରିରାଜ ଅସନ୍ତୁଷ୍ଟ ହୋଇପଡିଥିଲେ । ଏହାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ତେବେ ବୁଧବାର ଅମିତ ଶାହା ସବୁକିଛି ସ୍ପଷ୍ଟ କରିଛନ୍ତି । ପ୍ରକାଶ ଯେ, ୨ଠ୧୪ରେ ଗିରିରାଜ ସିଂହ ନୱାଦା ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଚଳିତ ଥର ମଧ୍ୟ ସେ ନୱାଦାରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ । ମାତ୍ର ମେଣ୍ଟ ଅନୁସାରେ ବିଜେପି ଏହି ଆସନ ଜେଡିୟୁକୁ ଦେଇଛି । ଅନ୍ୟପକ୍ଷେ ଗିରିରାଜଙ୍କ ବିରୋଧରେ ଜେଏନ୍ୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର ସିପିଆଇରୁ ଏହି ଆସନରେ ପ୍ରାର୍ଥୀ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ