ବେଙ୍ଗଲୀ ଆସୋସିଏସନ ପକ୍ଷରୁ ରବୀନ୍ଦ୍ର ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ବେଙ୍ଗଲୀ ଏସୋସିଏସନ ପକ୍ଷରୁୁ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ୧୬୧ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏନେଇ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମର ଅନୁଷ୍ଠାନର ସମ୍ପାଦକ ଡାକ୍ତର ପିଯୁଷ ଘୋଷ ରବୀନ୍ଦ୍ର ନାଥଙ୍କ ଜୀବନାଦର୍ଶ ଓ କବି ପ୍ରତିଭା ସମ୍ପର୍କରେ ସୂଚନା ଦେଇଥିଲେ । ନୃତ୍ୟ ସଙ୍ଗୀତ କଳାମନ୍ଦିରର ସମ୍ପାଦକ ତଥା ବର୍ଷିୟାନ ସମାଜସେବୀ ଶରତ ଚନ୍ଦ୍ର ଦାଶ ଏବଂ ଆସୋସିଏସନର ସଭାପତି ଡା. ପ୍ରଦୀପ କୁମାର ଭୌମିକ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପରେ କବିଗୁରୁ ରବିନ୍ଦ୍ରନାଥ ଠାକୁରଙ୍କର ରଚିତ “ହେ ନୂତନ ଦେଖା ଦିକ୍‍ ଆର ବାର” ଗୀତଟିକୁ ଶୀଳ୍ପମାନେ ସମବେତ କଣ୍ଠରେ ଗାନ କରିଥିଲେ । ଏଥି ସହିତ ଅନୁଷ୍ଠାନର ସଭ୍ୟ ସଭ୍ୟାଙ୍କ ଦ୍ୱାରା ବଙ୍ଗଳା ଗୀତ ପରିବେଷଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତ୍ତା ସୁଜିତ କୁମାର ଦେବ, ଦେବାଶିଷ ଚାଟାର୍ଜ୍ଜୀ, ପ୍ରବାଳ ସିହ୍ନା, ସୁଗତ ବୋଷ ଏବଂ ଦୀପନ ସରକାର ପରିଚାଳନା କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ସତ୍ୟସୁନ୍ଦର ଦାସ, ପ୍ରଦୀପ ଭୌମିକ, ରିନୀ ଭୌମିକ, ଫାଲଗୁନୀ ବଡୁଆ, ସୁଲଳିତ କର, ବନ୍ଦନା କର, ପାର୍ଥପ୍ରତୀମ କର, ସଂଘମିତ୍ରା ଦେ, ପିଯୁଷ ଘୋଷ, ଲକ୍ଷ୍ମୀନାରାୟଣ ଘୋଷ, ମାନସୀ ଘୋଷ, ରାରା କର, ଦିବ୍ୟେନ୍ଦୁ ଦେ, ସନ୍ଦୀପ ଦେ ଏବଂ କମଲ କୁମାର ଦେ ପ୍ରମୁଖ ଭାଗ ନେଇଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀନାରାୟଣ ଘୋଷ ଶେଷରେ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ