ବେଙ୍ଗଲୀ ଗ୍ରାମକୁ ରାଜସ୍ବ ଗ୍ରାମ କରିବା ବିରୋଧରେ ଆଦିବାସୀ ମହାସଂଘ

ମାଲକାନଗିରି,( ଡଃ ଶିବ ନାରାୟଣ ପାତ୍ର) :ଜିଲ୍ଲା ଆଦିବାସୀ ସମାଜ ମହାସଂଘର କର୍ମକର୍ତ୍ତା ମାନେ ଗୁରୁବାର ଦିନ ସ୍ଥାନୀୟ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଖବରଦାତା ସମ୍ମିଳନୀରେ ଜିଲ୍ଲାର ବେଙ୍ଗଲୀ ଗ୍ରାମକୁ ରାଜସ୍ବ ଗ୍ରାମ ଭାବେ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛନ୍ତି | ସମ୍ବିଧାନରେ ପ୍ରଦତ୍ତ ୫ମ ଅନୁସୂଚିର ଖଣ୍ଡ ପାରା ୫(୨) କ, ଖ ଅନୁଯାୟୀ ଏହିଭଳି ଉପାନ୍ତ ଓ ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଅଣ ଆଦିବାସୀଙ୍କୁ ସ୍ଥାନୀୟ ଅଞ୍ଚଳରେ ବିନା ଅନୁମତିରେ ଥଇଥାନ କରିବା ବେଆଇନ କାର୍ଯ୍ୟ। କେଉଁ ନିୟମ ବଳରେ ହଜାର ହଜାର ବଙ୍ଗୀୟ ସରଣାର୍ଥୀ ସମସ୍ତେ ଅନ୍ୟ ଅଣ ଆଦିବାସୀଙ୍କୁ ଏହି ଅଞ୍ଚଳରେ ବସତି ସ୍ଥାପନ କରାଗଲା। ବିଗତ ସରକାର ଙ୍କ ସମୟରେ ଏହି ଅଞ୍ଚଳରେ କେତେକ ବଙ୍ଗୀୟ ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ନିମନ୍ତେ ଚିଠା ପ୍ରସ୍ତୁତ ବେଳେ ଏହାକୁ ଜିଲା ଆଦିବାସୀ ସମାଜ ମହାସଂଘ ତରଫରୁ ପ୍ରତିବାଦ କରି ଉଚ୍ଚ ନ୍ୟାୟାଳୟରେ ମାମଲା ଦାଏର କଲା ପରେ ହାଇକୋର୍ଟ ଆଦିବାସୀ ସପକ୍ଷରେ ସ୍ବତନ୍ତ୍ର ଗ୍ରାମସଭା ନିଷ୍ପତିକୁ ଗୁରୁତ୍ବ ଦେବାକୁ ରାୟ ଦେଇଥିଲେ। ବର୍ତ୍ତମାନ ସରକାର ଏହି ନିୟମ ଉଲ୍ଲଙ୍ଘନ କରି ପୁନର୍ବାର ରାଜସ୍ୱ ଗ୍ରାମର ମନ୍ୟତା ପାଇଁ ପ୍ରସ୍ତୁତ ହୋଇଛନ୍ତି I ଯଦିଓ ସରକାର ବଙ୍ଗୀୟ ଶରଣାର୍ଥୀଙ୍କୁ ଏହି ଜିଲାରେ ଥଇଥାନ କଲେ ସେହି ସମୟ ଅପେକ୍ଷା ବର୍ତ୍ତମାନ ଦଶ ଗୁଣ ବଙ୍ଗଳାଦେଶୀ ମାନେ ଆସି ସମସ୍ତ ଅଞ୍ଚଳରେ ବିଛେଇ ହୋଇ ଯାଇଛନ୍ତି । ଏଥିସହ ବଙ୍ଗୀୟମାନଙ୍କୁ ଏଠାରେ ଥଇଥାନ ସହ ସେମାନଙ୍କୁ ଭୋଟର, ଆଧାର, ରାସନ କାର୍ଡ, ଜାତିଗତ ଓ ସ୍ଥାୟ ବାସିନ୍ଦା ପ୍ରମାଣ ପତ୍ର ପ୍ରଦାନ କରାଯାଉଛି। ଘରବାରୀ,ଚାଷ ଜମି ପ୍ରଦାନ କରିବାକୁ ସରକାର ତତ୍ପରତା କାହିଁକି ଦେଖାଉଛନ୍ତି। ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଲୋକଙ୍କୁ ଏହି ସମସ୍ତ ପ୍ରାମଣପତ୍ର କିମ୍ବା ପଟ୍ଟା ମିଳିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଫଳରେ ଜିଲାର ସରଳ ନିରୀହ ଆଦିବାସୀଙ୍କୁ ନିଜ ଭିଟାମାଟିରୁ ଛଡାଇ ବିସ୍ଥାପନ କରି ମାରିଦେବାକୁ ଚେଷ୍ଟା କରୁଛନ୍ତି । ଏହାକୁ ସଂଘ ବରଦାସ୍ତ କରିବ ନାହିଁ। ଆଗାମୀ ଦିନରେ ଆନ୍ଦୋଳନ କରାଯିବା ସହ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ମହାସଂଘ ସଭାପତି ବନ୍ଧୁ ମୁଦୁଲି ଙ୍କ ସମେତ ବୁଦ୍ରା କର୍ତ୍ତାମୀ, ବାଗା ମାଡକାମି, ଜାରାଶବର ମାଢି, ଘେନୁ ମୁଦୁଲି, ଲବ ପୂଜାରୀ, କୁମାର ଜାଲିଆ, ଏରା ପଡିଆମି, ଡି. କାମେଶ୍ବର ରାଓ, ବାବୁଲୁ ମୁର୍ମୁ ପ୍ରମୁଖ ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ