ବେଜିଂରେ ପୁଣି କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ : ଚୀନର ରାଜଧାନୀ ବେଜିଂରେ ଚଳିତ ବର୍ଷ ଏପ୍ରିଲରୁ ଗତ ସପ୍ତାହ ଶେଷ ପର୍ଯ୍ୟନ୍ତ ଗୋଟିଏ ହେଲେ କରୋନା ସଂକ୍ରମିତ ବାହାରିନଥିଲେ । କିନ୍ତୁ ଗତ ଦିନେ ଦୁଇ ଦିନ ହେଲା ଏଠାରେ ନୂଆ ଆକ୍ରାନ୍ତ ବାହାରୁଛନ୍ତି । ରାଜଧାନୀର ଏକ ପାଇକାରୀ ଖାଦ୍ୟ ବଜାର ଉକ୍ତ ସଂକ୍ରମଣ ପଛର କାରଣ ବୋଲି କୁହାଯାଉଛି । ଏହି ଘଟଣା ଜଣାପଡ଼ିବା ପରେ ବେଜିଂବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ସେମାନଙ୍କର ପୁଣି ଉହାନର ଆନିମଲ ମାର୍କେଟ କଥା ମନେ ପଡ଼ିଯାଇଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଯୋଗୁଁ ବେଜିଂ ପ୍ରଶାସନ ସହରର ଏକ ବଡ଼ ଅଞ୍ଚଳକୁ ସଟଡାଉନ କରି ଦେଇଛନ୍ତି । ଏଥିସହିତ ନାଗରିକମାନଙ୍କ ଟେଷ୍ଟିଂ ବଢ଼ାଇ ଦିଆଯାଇଛି । ସବୁ କମ୍ପାନୀର କର୍ମଚାରୀମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସଟଡାଉନ ଉପରେ ନଜର ରଖିବା ପାଇଁ ସେନାକୁ ମୁତୟନ କରାଯାଇଛି ବୋଲି ଜଣାଯାଇଛି । ୨ ମାସରୁ ଅଧିକ ସମୟ ପରେ ଗତ ୧୨ ତାରିଖରେ ବେଜିଂରେ ପ୍ରଥମ ମାମଲା ପଦାକୁ ଆସିଥିଲା । ଇତି ମଧ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ରେ ପହଞ୍ଚି ବୃଦ୍ଧି ପାଇଥିବା ବେଳେ ସୋମବାର ୩୬ ନୂଆ ମାମଲା ସାମ୍ନାକୁ ଆସିଛି ।