ବେଟି ବଚାଓ ବେଟି ପଢ଼ାଓ ଉପରେ ଏକ ଏକଦିବସୀୟ କର୍ମଶାଳା
ଛତ୍ରପୁର, (ଦେବଦତ୍ତ ମହାରଣା):ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ମଙ୍ଗଳବାର ଜିଲ୍ଲା ସମଗ୍ର ଶିକ୍ଷାର ସମିଳନୀ କକ୍ଷ ଠାରେ ଆଇସିଡିଏସ କ୍ଷେତ୍ର ପରିଦର୍ଶିକା ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରିଙ୍କୁ ନେଇ ବେଟି ବଚାଓ ବେଟି ପଢ଼ାଓ ଉପରେ ଏକ ଏକଦିବସୀୟ କର୍ମଶାଳା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ସରଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟ କ୍ରମରେ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବେଦା ପରବିନ ଯୋଗ ଦେଇ ଝିଅ ପୁଅ ମାନଙ୍କ ଉପରେ ହେଉଥିବା ଅସମାନତା ଉପରେ ଆଲୋଚନା କରିଥିଲେ ଓ ମତ ରଖିଥିଲେ ଯେ ପୁଅ ମାନଙ୍କୁ ଆଗ ସଚେତନ ହେବାକୁ ପଡିବ , ପୁଅ ମାନେ ସଚେତନ ହେଇପାରିଲେ ସେମାନେ ଝିଅ ମାନଙ୍କୁ ସେମାନେ ଉଚିତ ସମ୍ମାନ ଦେଇପାରିବ ଏହା ସହ ଏବେବି ଲୁଚା ଛପାରେ ଲିଙ୍ଗ ନିରୂପଣ କରାଯାଉଛି ଏହାକୁ ରୋକିବାକୁ ହେବ | ଜିଲ୍ଲା ଶିଶୁ ସୁରକ୍ଷା ଅଧିକରାଇ ସୁବୋଧ କୁମାର ଷଡଙ୍ଗୀ ତାଙ୍କ ଅଭିଭାଷଣରେ ଜିଲ୍ଲାର ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟକାରି ହେଉଥିବା ବିଭିନ୍ନ ପଦକ୍ଷେପ ମାନ ବିଷୟରେ ଆଲୋଚନା କରିବା ସହ ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଆଇନ ବିଷୟରେ ଆଲୋଚନା କରିଥିଲେ | ଉକ୍ତ ବୈଠକରେ ଅନ୍ୟତମ ଅତିଥି ଭାବରେ ଏଡିଏମଓ ହରପ୍ରସାଦ ପଣ୍ଡା , ବିଭୂପ୍ରସାଦ ସାମନ୍ତ ଓ କୋର୍ଡିନେଟର ଜ୍ୟୋତି ପ୍ରକାଶ ରଥ ଯୋଗଦେଇ ନିଜର ମତ ରଖିଥିଲେ | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ତାଳିମିଦାତା ଅମୀୟ କୁମାର ତ୍ରିପାଠୀ ଓ ଦେଵେବ୍ରତ ମାହୁନ୍ତ ଯୋଗ ଦେଇ ବେଟି ବଚାଓ ବେଟି ପଢ଼ାଓ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସୁଶାନ୍ତ କୁମାର ସାହୁ ପରିଚାଳନା କରିଥିଵା ବେଳେ ସୁଦାମ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ | ଉକ୍ତ ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ ଶିବ ରଥ ଓ ସୁଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ରହି କାର୍ଯ୍ୟକ୍ରମକୁ ପରିଚଳନାରେ ସହଯୋଗ କରିଥିଲେ |