ବେଡସିଟ୍ ଜଣାଇଦେବ କେବେ ଧୁଆ ହୋଇଥିଲା

ସାଧାରଣତଃ ଘରେ ବ୍ୟବହାର କରାଯାଉଥିବା ବେଡ୍ ସିଟ୍ ଓ ଟାୱେଲ ଧୋଇବାକୁ ଅଧିକାଂଶ ଲୋକଙ୍କୁ କଷ୍ଟ ଲାଗିଥାଏ । କେବେ କେବେ ମାସ ମାସ ବିତିଯାଇଥିଲେ ମଧ୍ୟ ଏସବୁ ଧୋଇବାକୁ ମନେ ପଡ଼ି ନ ଥାଏ । ହେଲେ ଚାଇନାର ଏକ କମ୍ପାନୀ ଏବେ ଏମିତି ଏକ ମାଇକ୍ରୋଚିପ୍ ବାହାର କରିଛନ୍ତି ଯାହାକୁ ବେଡସିଟ୍ ଓ ଟାୱେଲରେ ଲଗାଇବା ପରେ ଜଣାପଡ଼ିବ ଏହା କେବେ ଧୁଆ ହୋଇଥିଲା । କୁତେଙ୍ଗ ଲଣ୍ଡ୍ରି ସହରରେ ଥିବା ହୋଟେଲ ଓ ହଷ୍ଟେଲରେ ସେବା ଯୋଗାଇ ଦେଉଥିବାବେଳେ ଏବେ ଏହି ମାଇକ୍ରୋଚିପ୍ର ବ୍ୟବହାର କରୁଛି । ଏହା ଦ୍ୱାରା ସହଜରେ ଜଣାପଡିଯାଉଛି ବେଡସିଟ୍ କେବେ ଶେଷ ଥର ଧୁଆ ହୋଇଥିଲା । ଏହାକୁ ତିଆରି କରିଥିବା କମ୍ପାନୀ କୁହେ ଏହି ଛୋଟ ମାଇକ୍ରୋଚିପ୍କୁ ବେଡସିଟ୍ ଅବା ଟାୱେଲର ଗୋଟିଏ କୋଣରେ ଲଗାଇ ଦେଇଥାଏ । ଏଥିରେ ଥିବା କ୍ୟୁଆର୍ କୋଡକୁ ମୋବାଇଲରେ ସ୍କାନ କରିବା ପରେ ସମସ୍ତ ତଥ୍ୟ ମୋବାଇଲରେ ମିଳି ଯାଇଥାଏ । ତେଣୁ ଏବେ ଲୋକେ ଘରେ, ହଷ୍ଟେଲ ବା ହୋଟେଲରେ ବସି ଏହାର ଲାଭ ଉଠାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ