ବେଡ଼ମିଣ୍ଟନ ଟୁର୍ଣାମେଣ୍ଟରେ ଚମ୍ପିୟାନ ହେଲେ ଭଞ୍ଜନଗର ଏସଡ଼ିପିଓ ଏବଂ ବୁଗୁଡା ଆଇଆଇସି

ବୁଗୁଡା – ଗଂଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ପୋଲିସ ଅଫିସରମାନଙ୍କ ମଧ୍ୟରେ ରବିବାର ଦିନ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଛତ୍ରପୁରରେ ଅନୁଷ୍ଟିତ ହୋଇଯାଇଛି । ଫାଇନାଲ ବେଡ଼ମିଣ୍ଟନ ମ୍ୟାଚ ଭଞ୍ଜନଗର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ଉଭୟ ଯୋଡିସହ ଛତ୍ରପୁର ଓ ଆସିକା ପୋଲିସ ଅଫିସର ଦ୍ୱୟଙ୍କ ସହ ଅନୁଷ୍ଟିତ ହୋଇଥିଲା । ଏଥିରେ ଏସଡ଼ିପିଓ ଶ୍ରୀ ମିଶ୍ର ଓ ବୁଗୁଡା ଆଇଆଇସି ଶ୍ରୀ ବେହେରା ଚମ୍ପିୟାନ ହୋଇଥିଲେ । ଏହି ଉପଲକ୍ଷେ ଆୟୋଜିତ କ।ର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଓ ଗଂଜାମ ଏସପି ବ୍ରିଦେଶ କୁମାର ରାଏ  ଚମ୍ପିୟାନ ହୋଇଥିବା ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଭଞ୍ଜନଗର ଏସଡ଼ିପିଓ ଶ୍ରୀ ମିଶ୍ର ଓ ବୁଗୁଡା ଆଇଆଇସି ଶ୍ରୀ ବେହେରା ଗଂଜାମ ପୋଲିସ ଜିଲ୍ଲାରେ ଚମ୍ପିୟାନ ହୋଇଥିବା ଯୋଗୁଁ ପୋଲିସ କର୍ମଚାରୀ  ସମେତ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିବା ସହ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ