ବେଡ଼ ରୋଡ଼ ଅଞ୍ଚଳ ମହିଳା ମଣ୍ଡଳ ବୈଠକ

ବୁଗୁଡା,(ଅନିଲ କୁମାର ମହାରଣା): ଓଡ଼ିଶାର ଗଞ୍ଜାମ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାର ବହୁ କୁଶଳୀ ଓ ଅଣକୁଶଳୀ ଶ୍ରମିକ ସୁରାଟରେ ବିଭିନ୍ନ ଫ୍ୟାକ୍ଟେରୀରେ କାମ କରୁଥିବା ବେଳେ ସେମାନେ ବିଭିନ୍ନ କ୍ଷେତ୍ରରେ ଶୋଷଣର ଶିକାର ହେଉଛନ୍ତି। ଓଡ଼ିଆ ଶ୍ରମିକ ମାନଙ୍କ ସମସ୍ୟାର ସମାଧାନ ପାଇଁ ଓ ଏକତା ପାଇଁ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ” ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ” ଗଠନ କରାଯାଇ ଶ୍ରମିକ ଓ ତାଙ୍କ ପରିବାରର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସୁରାଟରେ କାମ କରୁଥିବା ୫ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରମିକଙ୍କ ଉପକାର ପାଇଁ ବିଭିନ୍ନ ଅଞ୍ଚଳରେ ଶାଖା କାର୍ଯ୍ୟାଳୟ ଓ ମହିଳା ମଣ୍ଡଳ ଗଠନ କରି ସଭା ସମିତି କରି ସମସ୍ତଙ୍କୁ ସଚେତନ କରା ଯାଉଛି। ଶନିବାର ଦିନ ବେଡ଼ରୋଡ଼ ଅଞ୍ଚଳରେ ମହିଳା ମଣ୍ଡଳର ଏକ ବୈଠକ ଅନୁଷ୍ଠିତ ହୋଇ ମହିଳାମାନଙ୍କୁ ମହିଳା ଗୃପ ଗଠନ, ବାର୍ଷିକ ୨୦୦ ଟଙ୍କା ପ୍ରିମୀୟମ ଦେଇ ୧୦ ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା, ମାଗଣା ସ୍ୱାସ୍ଥ୍ୟ ସେବା ପାଇଁ ମା କାର୍ଡ଼ ସଂଗ୍ରହ, ଓ ଭୋଟର ତାଲିକା ସଂଶୋଧନ ବେଳେ ନାମ ସଂଯୋଗ ବିଷୟ ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଟ୍ରଷ୍ଟର ଆଇନ ପରାମର୍ଶଦାତ୍ରୀ ସ୍ୱାତୀ ରାଖଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗ ଉପସ୍ଥିତ ପ୍ରବାସୀ ଓଡ଼ିଆ ମହିଳାମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ଅଞ୍ଚଳର ମୁଖ୍ୟ ସଙ୍ଗଠନ ପ୍ରଦୀପ ସାହୁ ଏହି ବୈଠକକୁ ସଂଯୋଜନା କରିଥିବା ବେଳେ ପୁଷ୍ପଲତା ବିଶ୍ୱାଳ, ଜୟରାମ ବିଷୋୟୀ, ମନୋରଞ୍ଜନ ବାରିକ( ମୁନା ଭାଇ), ଶଙ୍କର ପ୍ରସାଦ ସ୍ଵାଇଁ, ସୂର୍ଯ୍ୟନାରାୟଣ ଜେନା, ନାରାୟଣ ପ୍ରଧାନ, ବସନ୍ତ ପ୍ରଧାନ, ଆକୁଳ ନାହାକ, କୃଷ୍ଣ ପାତ୍ର ଓ ପଞ୍ଚାନନ ସ୍ଵାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ