ବେଣାଗାଁ ସରପଞ୍ଚଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଗତ
କୋରାପୁଟ,(ହେମନ୍ତ ପାଣଗ୍ରାହୀ) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ୍ ଅନ୍ତର୍ଗତ ବେଣାଗାଁ ସରପଞ୍ଚ ମନଧର ନାୟକ ଙ୍କ ବିରୋଧ ରେ ନାୟବ ସରପଞ୍ଚ ଙ୍କ ସହ ୮ଜଣ ୱାର୍ଡ ସଭ୍ୟ ଓ ସଭ୍ୟା ଏକମତ ହୋଇ ବେଣାଗାଁ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଆଜି ବେଣାଗାଁ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବର୍ ମାନେ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ପହଞ୍ଚି ଉପଜିଲ୍ଲାପାଳ ସୁଶ୍ରୀ ଆକଭରାମ ଶସ୍ୟା ରେଡ୍ଡୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜୟପୁର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣି ପଞ୍ଚାନନ ବେହେରା ଦାବିପତ୍ର ଗ୍ରହଣ କରିଛନ୍ତି। ଦାବିପତ୍ର ଅନୁସାରେ ବେଣାଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ କାର୍ଯ୍ୟ ସମ୍ବନ୍ଧରେ ଏକ ସଂକଳ୍ପ ପତ୍ର ସଂଖ୍ୟା ୦୧/୨୦୨୫ ତାରିଖ ଜାନୁୟାରି ୪/୧/୨୦୨୫ ଅନୁସାରେ ସରପଞ୍ଚ ମନଧର ନାୟକ ଙ୍କ ଗ୍ରାମର ବିକାଶ ମୂଳକ କାର୍ଯ୍ୟ ରେ ସହଯୋଗ ନ କରିବା ଓ ତାଙ୍କର କାର୍ଯ୍ୟ ନିର୍ବାହ ରେ ଅବହେଳା ପ୍ରଦର୍ଶନ କରିବା ଫଳରେ ଗ୍ରାମର ବିଭିନ୍ନ ପ୍ରକାର ବିକାଶ କାର୍ଯ୍ୟରେ ଅସୁବିଧା ହେଉଛି । ସରକାର ଙ୍କ ବିକାଶ ପାଇଁ ପାଣ୍ଠି ଆସିବା ସତ୍ତ୍ବେ ଏହା ଠିକ ରୂପେ ବିନିଯୋଗ ହୋଇପାରୁନାହିଁ । ସରପଞ୍ଚ ନିଜର କର୍ମ କ୍ଷେତ୍ରରେ ଅନୁପସ୍ଥିତ ରହିବା ଦ୍ବାରା ଗ୍ରାମର ମୌଳିକ ସମସ୍ୟା ଗୁଡିକ ତଥା ରାସ୍ତା, ପାନୀୟ ଜଳ, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ପ୍ରାପ୍ତ ହେଉଛି। ଗ୍ରାମ ପଞ୍ଚାୟତ ର ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟ ରେ ସରପଞ୍ଚ ଜାଣି ଶୁଣି ଅସହଯୋଗ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଣୁ ସଂକଳ୍ପ ପତ୍ର ସଂଖ୍ୟା ୦୧ ତାରିଖ ଜାନୁୟାରି ୪/୧/୨୦୨୫ ଅନୁଯାୟୀ ବର୍ତ୍ତମାନ ର ସରପଞ୍ଚ ଙ୍କୁ ପଦଚ୍ୟୁତ କରି ବହିଷ୍କୃତ କରିବାକୁ ନିଷ୍ପତି ନିଆଯିବା ପାଇଁ ଜୟପୂର ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ଦାବିପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ଅନୁସାରେ ବର୍ତ୍ତମାନର ସରପଞ୍ଚ ମନଧର ନାୟକ ଙ୍କୁ ବିତାଡିତ କରି ପଦଚ୍ୟୁତ କରିବା ପାଇଁ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏହି ପ୍ରସଙ୍ଗଟିକୁ ଆଇନ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି।