ବେଣୀପୁର ଘାଇର ବିଚାର ବିଭାଗୀୟ ତଦନ୍ତ ଦାବିକଲେ କଂଗ୍ରେସ ଓବିସି ସେଲ ଅଧ୍ୟକ୍ଷ ବିଧୁଭୂଷଣ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଓବିସି ସେଲର ଅଧ୍ୟକ୍ଷ ତଥା ଆଇନଜୀବି ବିଧୁ ଭୂଷଣ ମହାପାତ୍ର ବେଣୀପୁର ଘାଇର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି । ଏଥିନିମନ୍ତେ ଶ୍ରୀ ମହାପାତ୍ର ଜିଲ୍ଲାଜଜଙ୍କ ଉଦେଶ୍ୟରେ ଏକ ଅଭିଯୋଗପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଡେରାବିଶ୍ ବ୍ଲକର ବେଣିପୁର ଗ୍ରାମ ପଂଚାୟତର ବେଣିପୁର ଗାଁ ବହୁ ପ୍ରାଚୀନ । ଏହି ଗାଁରେ ୫ ଟି ୱାର୍ଡ, ଗୋଟିଏ ହାଇସ୍କୁଲ , ଗୋଟିଏ ପ୍ରାଥମିକ ସ୍କୁଲ ଓ ୮ ଶହ ପରିବାରର ୪ହଜାର ଲୋକ ବାସ କରିଥାନ୍ତି । ସେମାନେ ସମସ୍ତେ ଏହି ଅଂଚଳରେ ଧାନ, ମୁଗ , ବିରି, କୋଳଥ, ମାଣ୍ଡିଆଚାଷ ଓ ଋତୁ ଅନୁସାରେ ପନିପରିବା ଚାଷ କରନ୍ତି । ପ୍ରାୟ ପ୍ରତି ପରିବାରରେ ଗୋରୁ ଗାଈ, ଛେଳି ମେଣ୍ଡା, କୁକୁଡା, ବତକ ଚାଷ କରି ଗୁଜୁରାଣ ମୋଇଥାନ୍ତି । ସମସ୍ତଙ୍କ ଘରେ ଧାନ, ଚାଉଳ, ମୁଗ, ବିରି, କୋଳଥ, ମାଣ୍ଡିଆ ମହଜୁଦ ରହିଥାଏ । ଚଳିତ ସପ୍ତାହରେ ବିରୁପା ନଦୀରେ ସାମାନ୍ୟ ପାଣି ଆସିବାରୁ ଏହି ଗ୍ରାମର ଉତ୍ତର ଦିଗରେ ଥିବା ଘେରି ବନ୍ଧରେ ଏକଶହ ଫୁଟ ଘାଇ ହେବାରୁ ୮ଶହ ପରିବାରର ପ୍ରାୟ ହଜାର କୋଟି ଟଙ୍କାର ସଂମ୍ପତି ନଷ୍ଟ ହୋଇଛି । ପ୍ରଶାସନ ତତ୍ କ୍ଷଣାତା ପହଁଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଦାବି କରୁଥିବା ବେଳେ ବାସ୍ତବରେ ଗାଁର ଘେରିବନ୍ଧକୁ ଉପେକ୍ଷା କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଚଳିତ ବର୍ଷ ବିରୁପା ନଦୀରେ ଯେତିକି ଉଚ୍ଚତାରେ ପାଣି ଆସିଛି ବିଗତ ୫୦ ବର୍ଷ ମଧ୍ୟରେ ବହୁବାର ତାହାଠାରୁ ଢେର ଅଧିକ ପାଣି ଆସିଛି । କିନ୍ତୁ ସେତେବେଳେ ବନ୍ୟା ହୋଇନଥିଲା କି ଘେରିବନ୍ଧ ଭାଙ୍ଗି ନଥିଲା । ଏପରିକି ମହାବାତ୍ୟା ସମୟରେ ମଧ୍ୟ ତାହା ଠାରୁ ଅଧିକ ପାଣି ଓ ବାତ୍ୟା ପବନ ହୋଇଥିଲେ ହେଁ ଘେରି ବନ୍ଧ ସୁରକ୍ଷିତ ଥିଲା । ଦୁଇ ତିନି ବର୍ଷ ମଧ୍ୟରେ ବହୁ କୋଟି ଟଙ୍କାରେ ଏହି ବନ୍ଧର ମରାମତି କାର୍ଯ୍ୟ ହୋଇଛି । ଚଳିତ ବର୍ଷ ଏହି ଘେରି ବନ୍ଧରେ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନିର୍ମାଣ କାର୍ଯ୍ୟ ହୋଇଛି । ବିରୂପା ନଈର ବେଣିପୁର ପୋଲ ଠାରୁ ମାତ୍ର ୫ଶହ ମିଟର ଦୂରରେ ଏଡେବଡ ତୃଟିଯୁକ୍ତ ବନ୍ଧ ରହିବା ପ୍ରଶାସନିକ ଅବହେଳାର ଏକ ନିଦର୍ଶନ । ଏଣୁ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଇ ପ୍ରଶାସନିକ ଅଧିକାରୀ, ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ବେଣିପୁର ଗ୍ରାମର ସମସ୍ତ ଜନସାଧାରଣ ଙ୍କର କ୍ଷୟକ୍ଷତି ଆକଳନ କରାଯାଇ କ୍ଷତି ପୂରଣ ପ୍ରଦାନ କରାଯିବାକୁ ଆଇନଜୀବି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ