ବେଣୁମାଧବ ପଣ୍ଡାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା
ବାଲେଶ୍ୱର, (ସରୋଜ ପଣ୍ଡା):ସତ୍ୟସାଇ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସର ପୂର୍ବତନ ଚେୟାରମ୍ୟାନ ଯୁବସମାଜସେବୀ ସ୍ୱର୍ଗତ ବେଣୁମାଧବ ପଣ୍ଡାଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପଣ୍ଡାଙ୍କ ପିତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୌରହିତ୍ୱରେ ତଥା ସମାଜସେବୀ କିଶୋର ଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୌରାଧ୍ୟକ୍ଷା ସବିତା ସାହୁ, ଆଇନଜୀବୀ ବିଜୟ ପାଣିଗ୍ରାହୀ, ଯୁବନେତା ବିକ୍ରମ ପଣ୍ଡା, ବିଭୁପଦ ଦାସ, ସାହିରୁଲ ହକ, ଶୁଭଙ୍କର ମହାପାତ୍ର, ମମତା ମହାପାତ୍ର, ଅର୍ଚ୍ଚନା ନନ୍ଦୀ, ମନୋଜ ରାଉତ, କାଉନସିଲର ଶେଖ ଆୟୁବ, ଗଙ୍ଗାଧର ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ଜୀବନାଦର୍ଶ ଓ ବହୁବିଧି ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । କେବଳ ଶିକ୍ଷାଦାନ ନୁହେଁ ବରଂ ସମାଜସେବା କ୍ଷେତ୍ରରେ ସ୍ୱର୍ଗତ ପଣ୍ଡାଙ୍କ ସକ୍ରିୟ ସମ୍ପୃକ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ଥିଲା । ବିଶେଷ କରି ସ୍ୱର୍ଗତ ପଣ୍ଡାଙ୍କ ଦ୍ୱାରା ଗରିବ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ, ଅବହେଳିତ ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଉଦ୍ୟମ, ବନ୍ୟାବାତ୍ୟା ସମୟରେ ଦୁର୍ଗମ ଅଞ୍ଚଳକୁ ଯାଇ ପୀଡ଼ିତଙ୍କୁ ରିଲିଫ ପ୍ରଦାନ ଆଦି ସେବାମୂଳକ କାର୍ଯ୍ୟ ତାଙ୍କୁ ଆଜି ସ୍ମରଣୀୟ ରଖିଛି ବୋଲି ବକ୍ତାମାନେ କହିଥିଲେ । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, କବି ପ୍ରଶାନ୍ତ ଦାସ, ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣ ସାଧାରଣ ପରିଚାଳକ ମଧ୍ୁସୁଦନ ଦାସ, ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ଫୋଟଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସେଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ସ୍ୱଗତଃ ପଣ୍ଡାଙ୍କ ପୁତ୍ର ବୈଦିକ ପଣ୍ଡା ଏହି ଶିବିରକୁ ଉଦଘାଟନ କରିଥିବା ବେଳେ ମାତା କୁନ୍ତଳା କୁମାରୀ ପଣ୍ଡା ଓ ପତ୍ନୀ ସ୍ୱୟଂ ସରିତା ପଣ୍ଡା ଏଥିରେ ଉପସ୍ଥିତ ଥିଲେ । ରମାକାନ୍ତ ମହାରଣା, ଅର୍ଦ୍ଧେନ୍ଦୁ ଶେଖର ଦାସ, ବିଭୂଦତ୍ତ ପରିଡ଼ା, ପ୍ରଦୀପ ସାହୁ, ଜିତେନ ପାତ୍ର, ମାନସ ସାହୁ, ଅଜୟ ପଣ୍ଡା, ରଞ୍ଜନ କୁମାର ଦାସ ପ୍ରମୁଖଙ୍କ ସମେତ ସତ୍ୟସାଇ ଇଞ୍ଜିନୟରିଂ କଲେଜ ଓ ସତ୍ୟସାଇ ଡିପ୍ଲୋମା ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।