ବେତନଟୀରେ ଗୁଣ୍ଡୁରିଆ ଶହୀଦ ଦିବସ ପାଳିତ
ବେତନଟୀ,(ଉଦିତ କୁମାର ପରିଡା)ବେତନଟୀସ୍ଥିତ ଧର୍ମଶାଳାଠାରେ ଆଦିବାସୀ ସଂଗଠନମାନଙ୍କ ଗୁଣ୍ଡୁରିଆ ଶହୀଦ ଦିବସ ପାଳିତ ହୋଇଯାଇଛି। ଆଦିବାସୀ ନେତା ଡମାନ ହେମ୍ବ୍ରମଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅନେକ ବ୍ଲକର ବହୁ ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଏଥିରେ ଶହୀଦ ହୋଇଥିବା ସମସ୍ତ ବୀର ପୁରୁଷ ମାନଙ୍କ ଆତ୍ମାର ଶାନ୍ତି ଏବଂ ସୁଖମୟ ହେବା ପାଇଁ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦର ମୋହନ ସୋରେନ, ସୁନାରାମ ସୋରେନ, ଶ୍ୟାମ ସୁନ୍ଦର ସୋରେନ, ଗୁଡ଼ୁରା ମାରାଣ୍ଡି, ବାର୍ଷି ହେମ୍ବ୍ରମ, ଶ୍ୟାମସୁନ୍ଦର ମୁର୍ମୁ, ଫାଗୁ ମୁର୍ମୁ, ଲଷ୍ମୀଧର ମୁର୍ମୁ, ଦୁର୍ଗା ମୁର୍ମୁ, ସୁନାରାମ ମାରାଣ୍ଡି, କ୍ଷେତ୍ର ମୋହନ ମାଝୀ, ଟିପୁ ମାଝୀ, ରେଣ୍ଟା ମାଝୀ, ଖଇରି ମାଝୀ, ସୀତା ମାଝୀ, ମିନତୀ ମାଝୀ, ସବିତା ମାଝୀ, ସାଲଗେ ମୁର୍ମୁ, କୁନି ମାରାଣ୍ଡି, ପ୍ରଭୃତି ଯୋଗଦାନ କରିଥିଲେ।


