ବେତନଟୀ ଓକିଲ ସଂଘ ନିର୍ବାଚନଦେବବ୍ରତ ସଭାପତି ଓ ପ୍ରବୀର ସମ୍ପାଦକ
ବେତନଟୀ, ( ଉଦିତ କୁମାର ପରିଡା ) :ରାଜ୍ୟର ବାର ଏସୋସିଏସନ କାଉନସିଲ ନିର୍ଦ୍ଦେଶକ୍ରମେ ବେତନଟୀ ବାର ଏସୋସିଏସନର ନିର୍ବାଚନ ନିମନ୍ତେ ଗତ ମାର୍ଚ୍ଚ ୫ ରୁ ୭ତାରିଖ ତିନି ଦିନ ଧରି ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା। ବିଭିନ୍ନ ପଦପଦବୀ ନିମନ୍ତେ ନିମ୍ନମତେ ପ୍ରାର୍ଥୀପତ୍ର ବେତନଟୀ ବାର ନିର୍ବାଚନ ଅଧିକାରୀ ଆଡଭୋକେଟ ରଣଜିତ ଗନ୍ତାୟତଙ୍କ ନିକଟରେ ଦାଖଲ କରିଥିଲେ। ସଭାପତି ନିମନ୍ତେ ଦେବବ୍ରତ ପରିଡା ଓ ସଚ୍ଚିଦାନନ୍ଦ ମହାନ୍ତି ଏବଂ ଉପସଭାପତି ପଦବୀ ନିମନ୍ତେ ରବିନାରାୟଣ ମହାପାତ୍ର ଓ ହେମନ୍ତ କୁମାର ମହାନ୍ତ, ମଧୁସୂଦନ ମହାନ୍ତ , ସଂପାଦକ ପଦରେ ପ୍ରବୀର କୁମାର ବାରିକ ଓ ସହ ସଂପାଦକ ଭାବେ ହରଦତ୍ତ ମହାନ୍ତ ଅପ୍ରତିଦ୍ବନ୍ଦି ରହିଥିବାବେଳେ କୋଷାଧକ୍ଷ ପଦ ପାଇଁ ଲମ୍ବୋଦର ନାୟକ ଓ ମନୋଜ କୁମାର ଦଳେଇ ଏବଂ ପାଞ୍ଚଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ୧. ଧୀରେନ୍ଦ୍ରବେହେରା, ୨. ଧୀରଜ ଖଣ୍ଡେଲୱାଲ, ୩ ପ୍ରଫୁଲ୍ଲ କୁମାର ବେହେରା, ୪. ସତ୍ୟକାମ ପଣ୍ଡା, ୫. ସଞ୍ଜୟ କୁମାର ପାତ୍ର ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଗତ ମାର୍ଚ୍ଚ ୯ରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବା ସହ ୧୦ତାରିଖ ରେ ଯାଞ୍ଚ ପରେ ବୈଧ ତାଲିକା ପ୍ରକାଶ ପାଇଯାଇଥିଲା । ୧୨ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ, ମାର୍ଚ୍ଚ ୧୩ରେ ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ସଭାପତି ସଚ୍ଚିଦାନନ୍ଦ ମହାନ୍ତିଙ୍କ ପକ୍ଷରୁ ପ୍ରାଥୀପତ୍ର ପ୍ରତ୍ୟାହାର କରିନେଇଥିଲେ। ତନ୍ମଧ୍ୟରୁ ସଭାପତି ଦେବବ୍ରତ ପରିଡା , ସଂପାଦକ ପ୍ରବୀର କୁମାର ବାରିକ ଓ ସହସମ୍ପାଦକ ଓ ୫ ଜଣ କାର୍ଯ୍ୟ ନିର୍ବାହୀ ସଦସ୍ୟ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଉଥିବାର ସୂଚନାମିଳିଛି। ଆସନ୍ତା ନିର୍ବାଚନରେ ଦୁଇଟି ପଦବୀ ଯଥା ଉପସଭାପତି ଓ କୋଷାଧକ୍ଷ ପାଇଁ ନିର୍ବାଚନହେବ। ମାର୍ଚ୍ଚ ୨୯ତାରିଖ ଶନିବାର ପ୍ରାତଃ ସକାଳ ୮ଘଣ୍ଟାରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣର ସମୟ ଓ ଅପରାହ୍ନ ୪ଟାରେ ଫଳାଫଳ ଘୋଷଣା ନିମନ୍ତେ ବାର କାଉନସିଲ ଅଫ୍ ଓଡ଼ିଶା ଦ୍ୱାରା ଧାର୍ଯ୍ୟ ହୋଇଅଛି।