ବେତନଟୀ ବନ ବିଭାଗ ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ

ବେତନଟୀ, (ଉଦିତ କୁମାର ପରିଡା) : ପ୍ରବଳ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ବେତନଟୀ ବନ ବିଭାଗ ପକ୍ଷରୁ ଶୁକ୍ରବାର ଦିନ କାର୍ଯ୍ୟାଳୟ ସମ୍ମୁଖରେ ଜଳ ଛତ୍ର ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଛି। ଏହି ଜଳଛତ୍ରକୁ ବେତନଟୀ ବନ ଉପଖଣ୍ଡ ରେଞ୍ଜର ମନୱର ଖାନଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ପ୍ରବଳ ଗରମରେ ବାହାରୁ ବେତନଟୀକୁ ଆସୁଥିବା ପଥଚାରୀମାନେ ଶୋଷ ଲାଗିଲେ ବନ ବିଭାଗ ସମ୍ମୁଖରେ ମାଠିଆରେ ଥିବା ଥଣ୍ଡା ପାନୀୟ ଜଳର ସୁବିଧା ପାଇପାରିବେ। ଏହି ସେବାର ଶୁଭାରମ୍ଭ ସମୟରେ ବେତନଟୀ ଫରେଷ୍ଟର ପ୍ରଶାନ୍ତ ସିଂଙ୍କ ବନ ବିଭାଗ ଅଧୀନ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ