ବେତନଟୀ ବ୍ଲକରେ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ ୧୧୪ ଜଣ ଅସହାୟଙ୍କୁ ଗୃହ କାର୍ଯ୍ୟାଦେଶ ବଣ୍ଟନ

ବେତନଟୀ,(ଉଦିତ କୁମାର ପରିଡା): ସମାଜର ଦୁର୍ବଳ ତଥା ଅସହାୟ ଲୋକଙ୍କ ଆଶ୍ରୟ ସୁରକ୍ଷାକୁ ପ୍ରାଥମିକତା ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରରେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କରିଛନ୍ତି। “ମୁଣ୍ଡକୁ ଛାତ ଯୋଗାଉଛି ଅନ୍ତ୍ୟୋଦୟ ଗୃହ ଯୋଜନା ” କହିବା ଅର୍ଥ ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ଶହୀଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ, ବନ୍ୟା ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଯୋଗ୍ୟ ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ପକ୍କା ଘର ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟସରକାରଙ୍କ ପକ୍ଷରୁ ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ୫୦ ହଜାରରୁ ଉର୍ଦ୍ଧ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେଇଛନ୍ତି। ବେତନଟୀ ବ୍ଲକରେ ମଧ୍ୟ ମୁଖମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ମୋଡ଼ରେ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି। ବେତନଟୀ ବ୍ଲକ ବିଡ଼ିଓ ସୁଶାନ୍ତ କୁମାର ସୁତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି, ସମ୍ମାନୀୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ, ଉପାଧ୍ୟକ୍ଷ ଦେବଦତ୍ତ ତିଆଡ଼ି, ଜିଲ୍ଲାପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ବେତନଟୀ ତହସିଲଦାର ଶରତ ଚନ୍ଦ୍ର ରାଉତ, ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରମାକାନ୍ତ ମହାନ୍ତ, ବେତନଟୀ ବିଜେପି ମଣ୍ଡଳ ସଭାପତି ଜୀବନ ପରିଡା, ବୈଶିଙ୍ଗା ବିଜେପି ମଣ୍ଡଳ ସଭାପତି ରାଜୀବ ନନ୍ଦୀ, ଯୁବ ନେତା ଶାନ୍ତନୁ ପଣ୍ଡା, ଚନ୍ଦ୍ରଶେଖର ବେରା, ସଂଜୀବ ଜେନାଙ୍କ ସମେତ ବିଜେପିର ବିଭିନ୍ନ ପଞ୍ଚାୟତରୁ ଆସିଥିବା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବେତନଟୀ ବ୍ଲକରେ ମୋଟ ୧୧୪ଜଣ ଭିନ୍ନକ୍ଷମ ଓ ଅସହାୟ ଶ୍ରେଣୀର ଲୋକଙ୍କୁ ଅନ୍ତୋଦୟ ଗୃହର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ସେଥିମଧରୁ କାର୍ଯ୍ୟକ୍ରମରେ ମୁଖ୍ୟତଃ ରଘୁପୁର ପଞ୍ଚାୟତର ହୀରା ସିଂ, ନିନା ସିଂ, ରଶ୍ମି ସିଂ, ପୁରୁଣିଆ ପଞ୍ଚାୟତ ବାଲି ସୋରେନ, ସୁନି ସିଂ, ସ୍ୱାତୀ ମୁର୍ମୁ, ଯଶ୍ମି ମାରାଣ୍ଡି,, ଅନିତା ବାରିକ ପାଟୁଳିପୁରା ପଞ୍ଚାୟତ ଚନ୍ଦ୍ରମଣି ନାଏକ ବେତନଟୀ ପଞ୍ଚାୟତ ନବକିଶୋର ସିଂ, ଲକ୍ଷ୍ମଣ ସୋରେନ, ଗୋୟା ସୋରେନ, କାଳିଚରଣ କପଡା, ଶକୁନ୍ତଳା ନାଏକ, ରଘୁ ମାରାଣ୍ଡିଙ୍କ ସମେତ ବହୁ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏବିଡ଼ିଓ ଗଗନ କୁମାର ବେହେରା, ସେକ୍ସନ ଅଧିକାରୀ ରଞ୍ଜନ କୁମାର ବେହେରା, ସହକାରୀନିର୍ବାହୀ ଯନ୍ତ୍ରୀ ସୌମ୍ୟଶ୍ରୀ ଭୋଇ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା, ପୁଲିନ ସେଠୀ, ବିକାଶ ବୁଗୁଡେଇ , ବ୍ଲକ ବିପିସି ପ୍ରତିଭା ଗାଣଙ୍କ ସମେତ ସମସ୍ତ କର୍ମଚାରୀ ସଫଳ ପରିଚାଳନରେ ସୂଚରୁ ରୂପେ ସହଯୋଗ କରିଥିଲେ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ