ବେତନଟୀ ବ୍ଲକ ମିଡ଼ିଆ ଏସୋସିଏସନ ପକ୍ଷରୁ ପ୍ରସ୍ତୁତି ବୈଠକ

ବେତନଟୀ,(ଉଦିତ କୁମାର ପରିଡା ) : ବେତନଟୀ ବ୍ଲକ ମେଡ଼ିଆ ଆସୋସିଏସନ ପକ୍ଷରୁ ବେତନଟୀ ସୁବାସବୋଷ ଛକଠାରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତିରେ କିଛି ଗଣମାଧ୍ୟମ ପ୍ରତିନିଧି ସାଧାରଣ ଲୋକଙ୍କ ସମସ୍ୟାକୁ ଏଡାଇ ନିଜର ସ୍ୱାର୍ଥ ପୂରଣ ପାଇଁ ନେତା ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚକ୍କର କାଟିବା ସହ ପରୋକ୍ଷରେ ଆଗଧାଡିର ଗଣମାଧ୍ୟମର ପରିଚୟ ଦେଇ ଅଫିସର ମାନଙ୍କୁ ପ୍ରଭାବିତ କରୁଥିବା ନଜରକୁ ଆସୁଛି। ଏଣୁ ପ୍ରତ୍ୟେକ କ୍ଷେତ୍ରରେ ନେତା ଏବଂ ଅଫିସରଙ୍କ ମନମାନି ଚାଲୁଥିବା ବେଳେ ଦୁର୍ନୀତି ମୁଣ୍ଡ ଟେକିଲାଣି ଏବଂ ଆଇନ ଶୃଙ୍ଖଳା ମଧ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ ପହଂଚିଲାଣି ବୋଲି ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମତବ୍ୟକ୍ତ କରିଛନ୍ତି। ଏହିଭଳି ପରିସ୍ଥିତିରେ ବେତନଟୀ ବ୍ଲକ ମେଡ଼ିଆ ଆସୋସିଏସନର ସମସ୍ତ ସାମ୍ବାଦିକ ନିରପେକ୍ଷତାର ସହ ସାଲିସ ବିହୀନ ଏବଂ ସଠିକ ଖବର ଲୋକଲୋଚନକୁ ଆଣିବାକୁ ସର୍ବଦା ଚେଷ୍ଟିତ ରହିବ ବୋଲି ଆସୋସିଏସନ ପକ୍ଷରୁ ମତପ୍ରକାଶ ପାଇଛି। ଏହି ବୈଠକରେ ଧରିତ୍ରୀ ପ୍ରତିନିଧି ଧରଣୀଧର ମହାନ୍ତି, ଓଡିଶା ଭାସ୍କର ପ୍ରତିନିଧି ଚିନ୍ମୟ ମିଶ୍ର, ନିର୍ଭୟ ପ୍ରତିନିଧି ଉଦିତ କୁମାର ପରିଡା, ଅନୁଧ୍ୟାନ ଖବର ହରିଶ୍ଚନ୍ଦ୍ର ସାମଲ, ଫୋକସ ପ୍ଲାସ ପ୍ରତିନିଧି ଭବାନୀ ଶଙ୍କର ପରିଡା, ଆଜିକାଲି ପ୍ରତିନିଧି ରାଜେଶ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ରହି ସବିଶେଷ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ