ବେତାରସିଂ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

ବୁଗୁଡା, (ଅନିଲ ମହାରଣା):ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ବୁଗୁଡା ବ୍ଲକର ଗୋଳାବନ୍ଧ ଗ୍ରାମ ପଞ୍ଚାୟତ ବେତାରସିଂ ଗ୍ରାମର ତଳସାହି, ବଡଦାଣ୍ଡ ସାହି, ଓ ଖଦାଳ ସାହିକୁ ଜୁନ ୧୫ ତାରିଖ ଠାରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ଏଥିସହ ଗୋଲାବନ୍ଦର, ବିଷୋୟୀ ବନ୍ଦର, ଗୋଳାବନ୍ଧ, ସୋଲଣ୍ଡି, ଓ ସୁବୁଦ୍ଧିପଲ୍ଲୀ ଗ୍ରାମ ସହ ବୁଗୁଡା ଏନଏସିର ଏକ ନମ୍ବର ୱାର୍ଡର କାଞ୍ଜିଆପଲ୍ଲୀ ଗ୍ରାମକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। ପ୍ରକାଶ ଥାଉକି ବେତାରସିଂ ଗ୍ରାମର ଜଣେ ପ୍ରବାସୀ ଓଡ଼ିଆ ବ୍ୟକ୍ତି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ କେନ୍ଦ୍ରରେ ୭ ଦିନ ରହି ଫେରିବା ପରେ ଘରେ ୧୪ ଦିନ ସଙ୍ଗରୋଧ ରେ ରହିବା ସ୍ଥଳେ ନିୟମ ଭଙ୍ଗ କରି ଗ୍ରାମର ବହୁ ଲୋକଙ୍କ ସହ ମିଳାମିଶା ହୋଇଥିଲେ। ତାଙ୍କୁ ଜ୍ୱର ହେବା ଯୋଗୁଁ ବିଭିନ୍ନ ସ୍ଥାନରେ ଚିକିତ୍ସା ପରେ ବ୍ରହ୍ମପୁର ଚିକିତ୍ସା ପାଇଁ ଗଲାପରେ ସ୍ଲାବ ଟେଷ୍ଟରେ ପଜିଟିଭ ବାହାରିବା ପରେ କୋଭିଡ ହସପିଟାଲରେ ଚିକିତ୍ସା ହେଉଛନ୍ତି।ଏହା ଜଣା ପଡିବା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅର୍ଡର ସଂଖ୍ୟା ୩୭୦୩ , ତାରିଖ ୧୫.୬.୨୦ ପ୍ରକାରେ ବେତାରସିଂ ଗ୍ରାମର ୩ ଟି ସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଯାହା ଫଳରେ ବେତାରସିଂ ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ବାରିକେଡ ନିର୍ମାଣ କରାଯାଇ ରାସ୍ତାକୁ ସିଲ କରାଯିବ। ଗ୍ରାମକୁ କୌଣସି ବ୍ୟକ୍ତି ଯାଇପାରିବେ ନାହିଁ କିମ୍ବା ଗ୍ରାମରୁ କେହି ବାହାରକୁ ଆସି ପାରିବେ ନାହିଁ। କେବଳ ମେଡ଼ିକାଲ ଟିମ ଓ ପ୍ରଶାସନ ଗଠନ କରିଥିବା ଟିମହିଁ ଗ୍ରାମକୁ ଯାଇପାରିବେ। ଯେକୌଣସି ଅତ୍ୟାବଶ୍ୟକ ଜିନିଷ କାହାକୁ ଦରକାର ପଡିଲେ ପ୍ରଶାସନିକ ଟିମ ହିଁ ଯୋଗାଇବେ। ପଞ୍ଚାୟତର ପ୍ରବେଶ ପଥରେ ଅସ୍ଥାୟୀ ପୋଲିସ କ୍ୟାମ୍ପ ରହିବ। ସେହିପରି ବଫର ଜୋନରେ ମଧ୍ୟ କେହି ପ୍ରବେଶ କରିପାରିବେ ନାହିଁ କି ବାହାରେ କେହି ବୁଲାବୁଲି କରବେ ନାହିଁ। ମାତ୍ର ଅନୁମତି ନେଇ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଯାଇପାରିବେ। କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନରେ ଅଗ୍ନିଶମ ବିଭାଗ ଦ୍ୱରା ବିଶୁଦ୍ଧିକରଣ କରାଯିବ। ସ୍ୱାସ୍ଥ୍ୟ ବିଭାଗ ଦ୍ୱାର କଣ୍ଟେନମେଣ୍ଟ ଜୋନରେ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ସନ୍ଦେହ ବ୍ୟକ୍ତିଙ୍କ ସ୍ଲାବ ଟେଷ୍ଟ ପାଇଁ ପଠାଯିବ। ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ନିୟମ ଭଙ୍ଗକଲେ କଠୋର ଦଣ୍ଡ ବ୍ୟବସ୍ଥା କରାଯିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ