ବେତାର ନିୟନ୍ତ୍ରଣ ବୋର୍ଡର ସଦସ୍ୟ ପଦ ପାଇଁ ଭାରତର ଏମ୍‌. ରେବତୀଙ୍କ ନାମ ପ୍ରସ୍ତାବିତ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ବୈଶ୍ୱିକ ଡିଜିଟାଲ ଅବସ୍ଥାନ୍ତରରେ ଆଗୁଆ ରହି ବିକାଶର ଉତ୍କର୍ଷ ହାସଲ ସହ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବ୍ୟବହାର ସଠିକ ଭାବେ କରୁଛି ବୋଲି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁ ସିଂ ଚୌହ୍ୱାନ ବିଶ୍ୱ ସୂଚନା ସମିତି ଶିଖର ବୈଠକ ଡବ୍ଲୁଏସଆଇଏସ୍‌-୨୦୨୨ରେ ପ୍ରକାଶ କରିଛନ୍ତି । ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ୩୧ମେ ରୁ ଜୁନ ୦୩, ୨୦୨୨ ମଧ୍ୟରେ ଅନୁଷ୍ଠିତ ଡବ୍ଲୁଏସଆଇଏସ-୨୦୨୨ରେ ଶ୍ରୀଦେବୁ ସିଂ ଚୌହ୍ୱାନ ଭାରତୀୟ ପ୍ରତିନିଧି ଦଳର ପ୍ରତିନିଧିତ୍ୱ କରିଥିଲେ । ଡବ୍ଲୁଏସଆଇଏସ କୁ ଆନ୍ତର୍ଜାତିକ ଦୂରସଂଚାର ସଂଘ (ଆଇଟିଭି) ଜାତିସଂଘ ଶିକ୍ଷା, ବିଜ୍ଞାନ, ସାଂସ୍କୃତିକ ସଂଗଠନ (ୟୁନେସ୍କୋ), ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡି୍‌ପି), ଜାତିସଂଘ ବାଣିଜ୍ୟ ଓ ବିକାଶ ସମ୍ମିଳନୀ (ୟୁଏନସିଟିଏଡି), ବ୍ଲୁଏସଆଇଏସ୍‌ର ଅନ୍ୟାନ୍ୟ ସହ ସଂଗଠନ ଓ ଅନ୍ୟାନ୍ୟ ଜାତିସଂଘ ସଂଗଠନଗୁଡିକ ମିଳିତଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି । ୨୦୦୩ ମସିହା ଡବ୍ଳଏସଆଇଏସ ଶିଖର ସମ୍ମିଳନୀ ଆରମ୍ଭ ପରଠାରୁ ବିଶ୍ୱ ସମାଜ ନିମନ୍ତେ ସୂଚନା ସମିତି ଗଠନ ପାଇଁ ପଦକ୍ଷେପମାନ ନିଆ ହୋଇ ଆସୁଛି । ଭାରତ ୨୦୨୩-୨୦୨୬ କାର୍ଯ୍ୟ ଅବଧି ନିମନ୍ତେ ଭାରତ ଆଇଟିୟୁ ପରିଷଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛି । ଭାରତ ୧୮୬୯ ମସିହାଠାରୁ ଆଇଟିଭିର ସଦସ୍ୟ ରହିଥିବାବେଳେ ନିୟମିତ ଭାବେ ଏହାର କାର୍ଯ୍ୟକଳାପରେ ଅଂଶଗ୍ରହଣ କରି ଆସୁଛି ଓ ଯଥା ସମ୍ଭବ ଦୂରସଞ୍ଚାର / ଆଇସିଟିଏସ୍ ଓ ବୈଶ୍ୱିକ ସମାଜ ଅଭିବୃଦ୍ଧି ଓ ବିକାଶ ନିମନ୍ତେ ଅବଦାନ ଦେଇଆସୁଛି । ଭାରତୀୟ ବେତାର ନିୟନ୍ତ୍ରଣ ବୋର୍ଡ(ଆରଆରବି )ପ୍ରାର୍ଥୀ ଓ ଭାରତ ପକ୍ଷରୁ ଆଇଟିୟୁ ପରିଷଦ ପୁର୍ନନିର୍ବାଚନ ପ୍ରାର୍ଥିତ୍ୱ ପାଇଁ ହୋଇଥିବା ଅଭ୍ୟର୍ଥନା ସଭାରେ ନିଜର ପରିଚୟ ଦେଇ ଦେବୁ ସିଂ ଚୌହ୍ୱାନ କହିଥିଲେ ଯେ ଭାରତ ଆଇଟିୟୁର ସ୍ୱପ୍ନ ଓ ଦୂରଦୃଷ୍ଟିର ସମର୍ଥକ ଓ ୨୦୩୦ ସୁଦ୍ଧା ସ୍ଥାୟୀ ଓ ନିରନ୍ତର ବିକାଶ ହାସଲ ପାଇଁ ଆଇସିଟିଏସକୁ ସମର୍ଥନ ଦେଇ ଆସୁଛି । ଏମ୍‌. ରେବତୀଙ୍କ ନାମ ଆରଆରବିର ସଦସ୍ୟତା ପାଇଁ ଭାରତୀୟ ପ୍ରାର୍ôଥତ୍ୱର ପ୍ରସ୍ତାବ ନେଇ ମନ୍ତ୍ରୀ କହିଥିଲେ ଯେ ରେବତୀଙ୍କ ଅତୀତ ଟ୍ରାକ ରେକର୍ଡ ପ୍ରମାଣିତ, ତାଙ୍କର ବୃତ୍ତିଗତ ବିଶେଷଜ୍ଞଙ୍କ ସହିତ ନେତୃତ୍ୱ ନେବାର ସାମର୍ଥ୍ୟ ଓ ସମୟାନୁବର୍ତ୍ତିକ କାର୍ଯ୍ୟ କରିବାର ଅଙ୍ଗୀକାରବଦ୍ଧତା ତଥା ସମସ୍ୟାର ସମାଧାନ ସାମର୍ଥ୍ୟ ଓ ଆଇସିଟି ସାମଗ୍ରିକ ବିକାଶ ଅଭିଜ୍ଞତା ରହିଛି । ଦେବୁ ସିଂ ଚୌହ୍ୱାନ ଆଇଟିୟୁ ଲକ୍ଷ୍ୟ ହାସଲ ପାଇଁ ଭାରତର ଅଙ୍ଗୀକାରବଦ୍ଧତାକୁ ଦୋହରାଇ ସେ ଅଂଶଗ୍ରହଣକାରୀ ସଦସ୍ୟଙ୍କୁ ଆଇଟିୟୁ ପରିଷଦ ପାଇଁ ଭାରତ ପ୍ରାର୍ଥିତ୍ୱ ତଥା ଆରଆରବି ନିମନ୍ତେ ରେବତୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବାକୁ ନିବେଦନ କରିଥିଲେ । ମନ୍ତ୍ରୀ ଉଚ୍ଚସ୍ତରୀୟ ନୀତି ଅଧିବେଶନ “କ୍ରିଜିଂ ଦି ଡିଜିଟାଲ ଡିଭାଇଡ” ସମେତ ଆଇସିଟି ମନ୍ତ୍ରିସ୍ତରୀୟ ଗୋଲଟେବୁଲବୈଠକ, କୃତିମ ମେଧା ଉପରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀଗୁଡିକରେ ଯୋଗଦେଇଥିଲେ । ଉଚ୍ଚସ୍ତରୀୟ ନୀତିଗତ ଟିପ୍ପଣୀ ଦେଇ ସେ ଭାରତ ସରକାର ଦେଶର ଛଅଲକ୍ଷ ଗ୍ରାମ ପାଇଁ ଭାରତ ନେଟ ଯୋଗାଯୋଗ ବ୍ୟବସ୍ଥା ସବୁ ଗ୍ରାମରେ ନିମନ୍ତେ ଅମ୍ବ୍ରେଲା ମୋବାଇଲ କଭରେଜ, ଦ୍ରୁତଗତି ସମ୍ପନ୍ନ ଇଣ୍ଟରନେଟ ଇତ୍ୟାଦି ସମ୍ପର୍କରେ ବିଶ୍ୱମଞ୍ଚକୁ ଅବଗତ କରାଇଥିଲେ । ଗ୍ରାମାଞ୍ଚଳରେ ୫ଜିର ବିସ୍ତାର ନିମନ୍ତେ ଭାରତ ସଫଳତାର ସହ ଏକ ଲୌକିକମାନଙ୍କ ଅନୁମୋଦନ ପାଇଥିବା ବିଷୟ ମଧ୍ୟ କହିଥିଲେ । ଆଇସିଟି ଓ କୃତ୍ରିମ ମେଧା ଉପରେ ଉଚ୍ଚସ୍ତରୀୟ ବୈଠକ କାଳରେ ଦେବୁ ସିଂ ଚୌହ୍ୱାନ ଅଂଶଗ୍ରହଣକାରୀମାନଙ୍କୁ ଭାରତ ନିର୍ଭରଯୋଗ୍ୟ ଆଇସିଟି ଭିତ୍ତିଭୂମି ବିକାଶ ପାଇଁ ଦେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ମନ୍ତ୍ରୀ କହିଥିଲେ ଯେ ଭାରତ ଏକ ଦ୍ରୁତ ଅଭିବୃଦ୍ଧିମୁଖୀ ଅର୍ଥ ବ୍ୟବସ୍ଥା ହୋଇଥିବା କାରଣରୁ କୃତ୍ରିମ ମେଧା ବିପ୍ଳବରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଆର୍ôଥକ ଅବସ୍ଥାନ୍ତରର ସହାୟକ ହୋଇପାରିବ । ଡବ୍ଲଏସଆଇଏସ୍‌-୨୦୨୨ ପରିପ୍ରେକ୍ଷୀରେ ମନ୍ତ୍ରୀ ଚୌହ୍ୱାନ ଅନେକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବା ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ସାକ୍ଷାତ କରିଥିଲେ । ସେମାନଙ୍କ ମଧ୍ୟରେ ଆଇଟିୟୁ ଉପସଚିବ ମାଲକମ୍ ଜନସନ, ଇରାନର ଯୋଗାଯୋଗ ଓ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଇସା ଦାରୋପୋର, ଜାପାନର ନୀତି ସଂଯୋଜନା ଉପମନ୍ତ୍ରୀ ୟୁଜି ସାସାକୀ, ଆଇଟିୟୁ ମହାସଚିବ ହାଓଲିନ ଝାଓ । ମନ୍ତ୍ରୀ ସେମାନଙ୍କୁ ବିଶ୍ୱର ସର୍ବବୃହତ ପ୍ରତିମୂର୍ତ୍ତି ଏକତାର ପ୍ରତିମୂର୍ତ୍ତି । (ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ) ପ୍ରତିମୂର୍ତ୍ତି ଫଳକ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଆଇସିଟିରେ ଭାରତର ଦକ୍ଷେପକୁ ଆଇଟିୟୁ ମହାସଚିବ ହାଓଲିନ ଝାଓ ପ୍ରଶଂସା କରିଥିଲେ । ଡବ୍ଲଆଇଏସ୍‌ଏସ୍ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଇସା ଅଲ୍ଲୀ ଇବ୍ରାହିମ ଭାରତ ସଫଳ ଅନୁଧ୍ୟାନ ଯୋଗ୍ୟ ବିଷୟ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ