ବେଦପ୍ରକାଶ ଅଗ୍ରୱାଲଙ୍କ ବିୟେଗରେ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ଶୋକ
କଟକ : ପୂର୍ବତନ ମନ୍ତ୍ରୀ ତଥା ପାଟକୁରା ବିଜେଡ଼ି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଅଗ୍ରୱାଲ ପୂର୍ବରୁ ପାଟକୁରାରୁ ଦୁଇ ଦୁଇଥର ନିର୍ବାଚିତ ହୋଇ ବିଜୁବାବୁଙ୍କ ମନ୍ତ୍ରୀମଣ୍ଡଳର ଦୁଇ ଦୁଇଥର ମନ୍ତ୍ରୀ ହୋଇଥିଲେ । ଗତ କିଛିଦିନ ହେବ ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅଗ୍ରୱାଲଙ୍କ ବିୟୋଗରେ ଓଡ଼ିଶାରେ ଅପୂରଣୀୟ କ୍ଷତି ଘଟିବା ସହିତ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ସଭାପତି ରମେଶ ରାଉତ ପ୍ରକାଶ କରିବା କରିଥିଲେ । ରାଉତ ସ୍ୱର୍ଗତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।