ବେଦପ୍ରକାଶ ଅଗ୍ରୱାଲ ଷ୍ଟାଚ୍ୟୁ କମିଟି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ରାଜନୀତିର ପିତାମହ ଭୀଷ୍ମ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଏବଂ ତାଙ୍କର ସ୍ମୃତିକୁ ମନେପକାଇବା ପାଇଁ ଗଠିତ ବେଦପ୍ରକାଶ ଅଗ୍ରୱାଲ ଷ୍ଟାଚ୍ୟୁ କମିଟିର ତୃତୀୟ ବୈଠକ ଗରାପୁରସ୍ଥିତ ଡାକବଙ୍ଗଳାଠାରେ କମିଟିର ସଭାପତି ପ୍ରଦୀପ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅଗାମୀ ଦିନରେ ବେଦୁ ଭାଇଙ୍କର ଏକ ପ୍ରତିମୂର୍ତ୍ତି କେନ୍ଦ୍ରାପଡା ସହରରେ ପ୍ରତିଷ୍ଠା କରିବା ନିମନ୍ତେ ଏହି ସଭାରେ ଆଲୋଚନା କରାଯାଇଥିଲା । କେନ୍ଦ୍ରାପଡା ପ୍ରତି ଥିବା ତାଙ୍କ ଅବଦାନକୁ ମନେପକାଇ କମିଟିର ସଦସ୍ୟମାନେ ତାଙ୍କ ସ୍ମୃତିଚାରଣ କରିଥିଲେ । ଏହି ସଭାରେ ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ସାଧାରଣ ସମ୍ପାଦକ ତଥା କେନ୍ଦ୍ରାପଡା ପୈାରପରିଷଦର ପୂର୍ବତନ କାଉନ୍ସିଲର ପ୍ରଶାନ୍ତ କୁମାର ସିଂ, ନଗର ବିଜେଡି ସଭାପତି ଯଯାତିକେଶରୀ ମହାନ୍ତି, ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ତ୍ରିଲୋଚନ ଦାସ, ଅନନ୍ତ ଚରଣ କର, ଅକ୍ଷୟ ମନ୍ତ୍ରୀ, ନିରଞ୍ଜନ କର, କମଳଲୋଚନ ଦାସ, ସେକ୍ ମେହେବୁବ୍, ହରିଲାଲ୍ ଅଗ୍ରୱାଲ, ଲୋହିତ ମହାନ୍ତି, ବହ୍ମାନନ୍ଦ ତ୍ରିପାଠୀ, ବିଜୟ ପତି, ସେକ୍ ଶାନ୍, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଗୁରୁପ୍ରସାଦ ଦାସ, ସୁଧୀର ସ୍ୱାଇଁ, ରବୀନ୍ଦ୍ରନାଥ ପଣ୍ଡା, ନାରାୟଣ ସ୍ୱାଇଁ ଏବଂ ମୋହନଚରଣ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।