ବେଦମନ୍ତ୍ର ଉଚ୍ଚାରଣ କରି ଚର୍ଚ୍ଚାରେ ଥିବା ମୁସଲିମ ଛାତ୍ରୀ ସମଜାନାଙ୍କୁ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧାବୃତ୍ତି ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଗରା ଗ୍ରାମର ମୁସଲିମ ଝିଅ ସମଜାନା ଖାତୁନ ପିଲାଟି ବେଳୁ ହିନ୍ଦୁ ଧର୍ମର ବିଭିନ୍ନ ଦେବାଦେବୀଙ୍କ ଶ୍ଳୋକ ଓ ବନ୍ଦନା ଗାଇ ଆସୁଥିବା ବେଳେ ଏବେ ପ୍ରାଞ୍ଜଳ ଭାବରେ ବେଦମନ୍ତ୍ର ଉଚ୍ଚାରଣ କରି ସାରା ଜିଲ୍ଲାରେ ଚର୍ଚ୍ଚାରେ ରହିଛନ୍ତି । ଚଳିତ ବର୍ଷ ସେ ମାଟ୍ରିକ ପରୀକ୍ଷାରେ ମଧ୍ୟ ସଫଳାତର ସହ ଉତୀର୍ଣ୍ଣ ହୋଇଛନ୍ତି । ଭବିଷ୍ୟତରେ ଜଣେ ନର୍ସ ହୋଇ ଲୋକ ମାନଙ୍କର ସେବା କରିବା ତାଙ୍କର ଲକ୍ଷ୍ୟ ରହିଛି । କିନ୍ତୁ ପାଠ ପଢିବା ବାଟରେ ଅର୍ଥ ସାଜିଛି ବାଧକ । ବାପା କଲିମୁଦ୍ଦିନ ଜଣେ ଶାରୀରିକ ଭିନ୍ନକ୍ଷମ ହୋଇଥିବା ବେଳେ ଆର୍ଥିକ ଅନାଟନ ମଧ୍ୟରେ ଘର ଚଳାଇବା ତାଙ୍କ ପକ୍ଷରେ କଷ୍ଟକର ବ୍ୟାପାର ହୋଇପଡିଛି । ଅନ୍ୟପଟେ ଘରେ ନ ଜଣାଇ ଅନଲାଇନରେ +୨ ଫର୍ମ ପକାଇଛନ୍ତି ସମଜାନା । ଏସମ୍ପର୍କରେ ଖବର ପାଇ ଆମେରିକାର ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ତଥା ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଠ ପୋଷକ ଡଃ. ଦେବେନ୍ଦ୍ର କୁମାର ଦାସ ସମଜାନାଙ୍କୁ ମେଧାବୃତ୍ତି ପ୍ରଦାନ କରିବାକୁ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତିଙ୍କୁ ପରାମର୍ଶ ଦେଇଥିଲେ । ସେହି ଅନୁଯାଇ ଶନିବାର ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି ଓ ସଦସ୍ୟ ଚିତ୍ତରଞ୍ଜନ ଦାସ ଘାଘରା ଗ୍ରାମରେ ପହଁଚି ସମଜାନାଙ୍କୁ ମେଧାବୃତ୍ତି ଓ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମଜାନାଙ୍କ ମା ସୁଲତାନାଙ୍କ ସମେତ ତାଙ୍କ ସାନ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ