ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍‌କୁ ୫୯ତମ ଏବିସିଆଇ ଆୱାର୍ଡରେ ଦୁଇଟି ପୁରସ୍କାର ପ୍ରଦାନ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍):  ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତ କରୁଥିବା ବେଦାନ୍ତ ଆଲୁମିନିୟମ୍ ଆଣ୍ଡ୍ ପାୱାର ବିଜନେସ୍‌କୁ ସମ୍ପ୍ରତି ଅନୁଷ୍ଠିତ ହୋଇଥିବା ବିଜ୍‌ନେସ୍ କମ୍ୟୁନିକେଟର ଇନ୍ ଇଣ୍ଡିଆ(ଏବିସିଆଇ) ଆୱାର୍ଡ-୨୦୨୦ରେ ଖ୍ୟାତି ସମ୍ପନ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି ।ଆଲୁମିନିୟମ୍ ଆଣ୍ଡ୍ ପାୱାର ବିଜ୍‌ନେସ୍‌କୁ ସାମାଜିକ ଦାୟିତ୍ୱ କମ୍ୟୁନିକେଶନ ବର୍ଗରେ ‘ପିଆର୍ କ୍ୟାମ୍ପେନ୍ ଫର୍ ରିଭାଇଭିଂ ଡୋକ୍ରା ଆର୍ଟ’ ପାଇଁ ବ୍ରୋଞ୍ଜ୍ ଆୱାର୍ଡ ପ୍ରଦାନ କରାଯାଇଛି । ଭାରତର ଖ୍ୟାତିସମ୍ପନ୍ନ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତର ଅନ୍ୟତମ କମ୍ପାନୀ ଭାରତ ଆଲୁମିନିୟମ୍ କମ୍ପାନୀ ଲି.(ବାଲ୍‌କୋ)କୁ ଏହାର ଦୈନିକ ଇ-ମାଗାଜିନ୍ ‘ବାଲ୍‌କୋ ଟୁଡେ’ ପାଇଁ ଇ-ଜାଇନ୍ ବର୍ଗରେ ବ୍ରୋଞ୍ଜ୍ ଆୱାର୍ଡ ପ୍ରଦାନ କରାଯାଇଛି ।ଏହି ଅବସରରେ ବେଦାନ୍ତ ଲିଃ.ର ବେଦାନ୍ତ ଆଲୁମିନିୟମ୍ ଆଣ୍ଡ୍ ପାୱାର ବିଜ୍‌ନେସ୍‌ର ସିଇଓ ତଥା କମର୍ସିଆଲର ବିଭାଗର ପରିଚାଳନା ନିର୍ଦ୍ଦେଶକ ଅଜୟ କପୁର କହିଲେ, ମତବ୍ୟକ୍ତ କରିଛନ୍ତି ଯେ, ବେଦାନ୍ତ ପକ୍ଷରୁ ଏହାର ଅପରେଶନ୍ ଅଂଚଳରେ ଥିବା ଗୋଷ୍ଠୀଙ୍କୁ ସଶକ୍ତ, ଆତ୍ମ ନିର୍ଭର ଏବଂ ବହୁବିଧ ଆର୍ଥିକ କାର୍ଯ୍ୟରେ ନିୟୋଜିତ କରି ଦେଶର ଆର୍ଥିକ ବିକାଶ ଧାରାକୁ ରୁଦ୍ଧିମନ୍ତ କରାଉଛି । ଆମେ ଏହି ସୁନ୍ଦର କଳାକୃତିର ବିକାଶ ପାଇଁ ଆମେ ହାତ ବଢାଇ, କାଙ୍କେରୀର ଡୋକ୍ରା କାରିଗରଙ୍କୁ ଏକ ଅନନ୍ୟ ପରିଚୟ ଦେବା ସହିତ ସେମାନଙ୍କ ପାଇଁ ନୂଆ ବଜାର ସୃଷ୍ଟି କରିବାର ଲକ୍ଷ୍ୟ ରଖିଛୁ । ଏହାଦ୍ୱାରା ବ୍ୟବସାୟ ବଢ଼ିବା ସହିତ ପରିବାରର ଆୟରେ ବୃଦ୍ଧି ଘଟି ପାରୁଛି । ଆମେ ଏହି ଲକ୍ଷ୍ୟ ନେଇ ଅଗ୍ରସର ହେଉଛୁ ।କମ୍ପାନୀ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ଯୋଗାଯୋଗ ଉପରେ ଗୁରୁତ୍ୱାରୋପ କରାଯାଇ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏବଂ ବିକାଶ ଲକ୍ଷ୍ୟ ନେଇ ଉଦ୍ୟମ ଅବ୍ୟାହତ ଜାରି ରହିଛି । ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ସିଏସ୍‌ଆର୍ ପ୍ରକଳ୍ପ ମାଧ୍ୟମରେ ବିଶେଷ ଉପକୃତ ହୋଇପାରିବେ । କମ୍ପାନୀ ଅପରେଶନ୍ ମୁଖ୍ୟତଃ ଗ୍ରାମୀଣ ଅଂଚଳରେ ରହିଛି, ସେଥିପାଇଁ ବେଦାନ୍ତ ପକ୍ଷରୁ ନିରନ୍ତର ସମ୍ପୃକ୍ତ ଗୋଷ୍ଠୀଙ୍କର ଜୀବନ ଶୈଳୀରେ ଗୁଣବତାଯୁକ୍ତ ବିକାଶ ପାଇଁ ପ୍ରୟାସ ଜାରି ରହିଛି ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।ଡୋକ୍ରା ଏକ ପାରମ୍ପରିକ କଳାକୃତି , ଏହା ଭାରତରେ ୪୦୦୦ ବର୍ଷ ତଳୁ ପ୍ରଚଳିତ  ସିନ୍ଧୁ ସଭ୍ୟତାରେ ମଧ୍ୟ ଏହା ରହିଥିଲା । ବେଦାନ୍ତ ପକ୍ଷରୁ ଏହାର ବିକାଶ ପାଇଁ ଓଡ଼ିଶାରର କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ସ୍ଥିତ କାଙ୍କେରୀ ଗାଁରେ ଉଦ୍ୟମ ଜାରି ରହିଛି । ଏହାକୁ ଲୋକଲୋଚନକୁ ଆଣିବା, ଏହି କଳାର ବିକାଶ ପାଇଁ କାର୍ଯ୍ୟ କରିବା, କାଙ୍କେରୀ ଗାଁର କାରିଗରଙ୍କୁ ଆବଶ୍ୟକ ସହାୟତା ଏବଂ ପ୍ରୋତ୍ସାହନ ଯୋଗାଇ ଦେଇ ସେମାନଙ୍କ ଜୀବନଜୀବିକାରେ ବିକାଶ କରିବା ଲାଗି ବେଦାନ୍ତ ପକ୍ଷରୁ ବଡ଼ ଧରଣର ଓମ୍‌ନି-ଚ୍ୟାନେଲ ପିଆର୍ କ୍ୟାମ୍ପେନ୍ ଜାରି ରହିଛି । ବେଦାନ୍ତର ଏହି ଉଦ୍ୟମକୁ ଏବିସିଆଇ ଆୱାର୍ଡର ବିଚାରକମଣ୍ଡଳୀଙ୍କୁ ବେଶ୍ ପ୍ରଭାବିତ କରିଥିଲା । ସମସ୍ତ କର୍ମଚାରୀଙ୍କୁ ଏକ ପରିବାର ଭଳି ଏକ ସୂତ୍ରରେ ବାନ୍ଧି ରଖିଥିବା ଆମର ପ୍ରୟାସ ଜାରିରହିଛି ।ବାଲ୍‌କୋ ପକ୍ଷରୁ ପ୍ରକାଶ ପାଉଥିବା ଇ-ମାଗାଜିନ୍ ‘ବାଲ୍‌କୋ ଟୁଡେ’ କର୍ମଚାରୀ ଏବଂ ଅଂଶୀଦାରଙ୍କ ପାଇଁ ଏକ ୱାନ୍‌-ଷ୍ଟପ୍ ଶପ୍ ଭାବେ ପରିଚୟ ପାଇଛି । ଅଂଶୀଦାରଙ୍କ ସହିତ ସମ୍ପର୍କ ଏବଂ ପାରଦର୍ଶୀ ଖବର ପରିବେଷଣରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ମାଗାଜିନ୍ କର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କ ପ୍ରୋତ୍ସାହନର ମାଧ୍ୟମ ପାଲଟିଛି । ପ୍ରତିଦିନର ଖବର ସମ୍ପର୍କରେ ଏହା ଆବଶ୍ୟକ ସୂଚନା ପ୍ରଦାନ କରିପାରୁଛି ।ବେଦାନ୍ତ ଆଲୁମିନିୟମ୍ ଆଣ୍ଡ୍ ପାୱାର ବିଜ୍‌ନେସ୍ ‘ଗ୍ରୀନ୍ ମେଟାଲ’ ଆଲମିନିୟମ୍ ଉତ୍ପାଦନ କ୍ଷେତ୍ରରେ ଭାରତର ବୃହତ୍ ଉତ୍ପାଦନକାରୀ । ୨୦୨୦ ଆର୍ଥିକ ବର୍ଷରେ ଭାରତ ଅଧା ଅର୍ଥାତ୍ ୧.୯ ନିୟୁତ ଟନ୍ ଆଲୁମିନା ଉତ୍ପାଦନ କରିବାକୁ ଏହା ସକ୍ଷମ ହୋଇଛି । ଏହାସହିତ କମ୍ପାନୀ ଦେଶର ବୃହତମ ଘରୋଇ ବିଦ୍ୟୁତ୍ ଉତ୍ପାଦନକାରୀ ଭାବେ ମାନ୍ୟତା ହାସଲ କରିପାରିଛି । ଦେଶର ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଆବଶ୍ୟକ ମୂଲ୍ୟ ଯୁକ୍ତ ଆଲୁମିନିୟମ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ କମ୍ପାନୀ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି । ଭାରତରେ ବିଶ୍ୱସ୍ତରୀୟ ସ୍ମେଲଟର, ପାୱାର ପ୍ଲାଂଟ ଏବଂ ଆଲୁମିନା ରିଫାଇନାରୀ ନିର୍ମାଣ କରିବା ସହିତ କମ୍ପାନୀ ଆଲୁମିନିୟମ୍ ବ୍ୟବହାରକୁ ବ୍ୟାପକ କରିବା ପାଇଁ ସବୁଜ ଭବିଷ୍ୟତ ଅନ୍ତର୍ଗତ ‘ମେଟାଲ ଫର ଫ୍ୟୁଚର’ ମିଶନ ଲକ୍ଷ୍ୟ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ