ବେଦାନ୍ତ ଆଲୁମିନିୟମ୍ ଡିଜିଟାଲ ସ୍ମେଲଟର ପ୍ରୋଜେକ୍ଟ ପାଇଁ ‘ମୋଷ୍ଟ ଇନୋଭେଟିଭ୍ ବେଷ୍ଟ ପ୍ରାକ୍ଟିସ୍‌’ ପୁରସ୍କାର ହାସଲ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍‌କୁ ‘ମୋଷ୍ଟ ଇନୋଭେଟିଭ୍ ବେଷ୍ଟ ପ୍ରାକ୍ଟିସ୍‌’ ପୁରସ୍କାର ପ୍ରଦାନ କରାଯାଇଛି । ସିଆଇଆଇର ସେଂଟର ଫର୍ ଡିଜିଟାଲ ଟ୍ରାନ୍ସଫରମେଶନ୍ ପକ୍ଷରୁ ଆୟୋଜିତ ଡିଜିଟାଲ ଟ୍ରାନ୍ସଫରମେଶନ ସମ୍ମିଟ ଆଣ୍ଡ୍ ଆୱାର୍ଡ-୨୦୨୦ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଡିଜିଟାଲିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପୃଥିବୀର ତୃତୀୟ ତଥା ଭାରତ ପ୍ରଥମ ଥର ଡିଜିଟାଲ ସ୍ମେଲଟର ଜ୍ଞାନକୌଶଳ ବେଦାନ୍ତର ଝାରସୁଗୁଡ଼ା , ଓଡ଼ିଶା ସ୍ଥିତ ପ୍ଲାଂଟରେ ସ୍ଥାପନା କରାଯାଇଛି । ଆତ୍ମନିର୍ଭର ଭାରତ ଗଠନ ଅନ୍ତର୍ଗତ ହୋଇଥିବା ଏହି ଡିଜିଟାଲ ଟ୍ରାନ୍ସଫରମେଶନ୍ ସମ୍ମିଟରେ ୩୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିଲେ । ବେଦାନ୍ତ ଆଲୁମିନିୟମର ଡିଜିଟାଲ ସ୍ମେଲଟର ପ୍ରକଳ୍ପର କାର୍ଯ୍ୟ ଶୈଳୀ ସମ୍ପର୍କରେ ଏଠାରେ ପ୍ରଦର୍ଶନ କରାଯାଇଥିଲା । ଡିଜିଟାଲ ଟୁଇନ୍ ଜ୍ଞାନକୌଶଳ ଦ୍ୱାରା ଏହାର ଅପରେସନକୁ କିଭଳି ମନିଟରିଂ କରାଯାଇ ପାରୁଛି, ଏବଂ ଏହାଦ୍ୱାରା ଶକ୍ତି ସଂଚୟ ଏବଂ କଂଚାମାଲର କମ୍ ବ୍ୟବହାର ସହିତ ବର୍ଜ୍ୟ ପଦାର୍ଥକୁ ରିମୋଟ ଆଡଭାଇଜରୀ ସିଷ୍ଟମ୍ ଦ୍ୱାରା ସଂଗ୍ରହ କରାଯାଉଥିବା ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲା ।ସେହିପରି ଏହାଦ୍ୱାରା ହିଷ୍ଟୋରିକଲ ଇନଫରମେଶନ୍ ଏବଂ ରିୟଲ ଟାଇମ୍ ଡାଟା ବ୍ୟବହାର ଡାଟା ଆନାଲିଟକ୍ସ୍ ଦ୍ୱାରା କିଭଳି କରାଯାଉଛି ତାହାର ପ୍ରଦର୍ଶନ କରାଯାଇଥିଲା ।
ଏହି ଅବସରରେ ବେଦାନ୍ତ ଲିଃ.ର ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜ୍‌ନେସ୍‌ର ସିଇଓ ଅଜୟ କପୁର କହିଥିଲେ, ଆମେ ଶ୍ରେଷ୍ଠ ଡିଜିଟାଲ ସମାଧାନ ସହାୟତାରେ କାର୍ଯ୍ୟକାରୀ ଦକ୍ଷତା ଏବଂ ଅପ୍ଟିମାଇଜିଂ ମୂଲ୍ୟ ଏବଂ କଂଚାମାଲର ଉପଯୋଗ କମାଇବା ସମ୍ଭବ ହୋଇ ପାରିଛି । ଆମ ପ୍ଲାଂଟରେ ଗୁଣବତାଯୁକ୍ତ ଆଲୁମିନିୟମ ଉତ୍ପାଦନ ସମ୍ଭବ ହୋଇପାରୁଛି । ଆଲୁମିନିୟମ୍ ଉତ୍ପାଦନ ଭାରତର ଆତ୍ମନିର୍ଭରଶୀଳତାକୁ ରୁଦ୍ଧିମନ୍ତ କରାଇବାରେ ସହାୟକ ହୋଇପାରୁଛି ଏବଂ ଏହାଦ୍ୱାରା ଆର୍ଥିକ ଓ ସାମାଜିକ ବିକାଶ ସମ୍ଭବ ହୋଇପାରିଛି ।କମ୍ପାନୀ ପକ୍ଷରୁ ଏଣ୍ଡ୍ ଟୁ ଏଣ୍ଡ ଡିଜିଟାଲ ଲଜିଷ୍ଟିକ୍ କଂଟ୍ରୋଲ ଟାୱାର କୋଇଲା, ଆଲୁମିନା ଏବଂ ବକ୍ସାଇଟ୍ ପାଇଁ ସ୍ଥାପନା କରାଯାଇଛି ।
ବେଦାନ୍ତ ପକ୍ଷରୁ ଡାଟା ଅନାଲିଟିକ୍ସ୍ ଟେକ୍ନୋଲୋଜି ଏହାର ପାୱାର ପ୍ଲାଟରେ ସ୍ଥାପନା କରାଯାଇଛି । ଏହା ସହିତ ଆସେସ୍ ରିୟଲବିଲିଟିକୁ ବେଦାନ୍ତ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି ।କମ୍ପାନୀର ଉଚ୍ଚମାନର ଉତ୍ପାଦନ ପ୍ରଣାଳୀ ଏହାର ଆଲୁମିନା ପ୍ଲାଂଟରେ କାର୍ଯ୍ୟକାରୀ କରାଯାଇଛି । ସୁରକ୍ଷିତ କାର୍ଯ୍ୟଶୈଳୀକୁ କମ୍ପାନୀ ଗୁରୁତ୍ୱ ପ୍ରଦାନ କରୁଛି ।ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ପରିବେଶ କ୍ଷେତ୍ରରେ ବେଦାନ୍ତ ପକ୍ଷରୁ ବିଭିନ୍ନ ଡିଜିଟାଲ ସମାଧାନ ସମ୍ପନ୍ନ କରାଯାଇଛି ।ରୋବୋଟିକ୍ସ୍ ପ୍ରୋସେସ୍ ଅଟୋମେଶନ୍ କମର୍ସିଆଲ, ଫାଇନାନ୍ସ୍ ଏବଂ ସପ୍ଲାଏ ଚେନ୍‌ରେ ଉପଯୋଗ କରାଯାଉଛିି ।କମ୍ପାନୀର ପ୍ଲାଂଟରେ ଜିପିଏସ୍‌, ଆର୍‌ଏଫ୍‌ଆଇଡି ସେନସର୍‌, ଅପରେଶନ୍ ରିସର୍ଚ୍ଚ ବେସଡ୍ ସିଡ୍ୟୁଲ ମଡେଲିଂ ପ୍ରତି ଅପରେଶନ ପଏଂଟରେ ସ୍ଥାପନା କରାଯାଇଛି ।ବେଦାନ୍ତ ଆଲୁମିନିୟମ୍ ବେଦାନ୍ତ ଲିମିଟେଡ୍‌ର ଏକ ଅଂଶବିଶେଷ । ୨୦୨୦ ଆର୍ଥିକ ବର୍ଷରେ ଭାରତ ୧.୯ ନିୟୁତ ଟନ୍ ଆଲୁମିନା ଉତ୍ପାଦନ କରିବାକୁ ସକ୍ଷମ ହୋଇଛି ଏବଂ ଦେଶରେ ସବୁଠାରୁ ଅଧିକ ନିଜଶ୍ୱ ବିଜୁଳି ଉତ୍ପାଦନକାରି ମାନଙ୍କ ମଧ୍ୟରୁ ଅନ୍ୟତମ ।ମୁଲ୍ୟ ଯୁକ୍ତ ଆଲୁମିନିୟମ ଉତ୍ପାଦ ପାଇଁ ଏକ ଅଗ୍ରଣୀ ଭୂମିକା ର୍ନିବାହ କରୁଛି । ଭାରତରେ ସ୍ଥାପନ କରାଯାଇଥିବା ବିଶ୍ୱସ୍ତରିୟ ସ୍ମେଲଟର, ପାୱାର ପ୍ଲାଂଟ ଏବଂ ଆଲୁମିନା ରିଫାଇନାରୀ ସହିତ କମ୍ପାନି ଆଲୁମିନିୟମ୍‌ର ବ୍ୟବହାର କୁ ବ୍ୟାପକ କରିବା ପାଇଁ “ମେଟାଲ ଫର ଫ୍ୟୁଚର” ଟ୍ୟାଗ ଲାଇନ ସହିତ ନିଜର ଲକ୍ଷ୍ୟକୁ ପୁରା କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ