ବେଦାନ୍ତ ପକ୍ଷରୁ ଦହିଖାଲରେ ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନ
ଶିବପଦର ଗ୍ରାମପଂଚାୟତରୁ ୧୫୦୦ ବାସିନ୍ଦା ଗୋଷ୍ଠୀକେନ୍ଦ୍ରରୁ ସୁବିଧା ପାଇବେ, ଯାହାକି ଏକ ଏକାଧିକ ଉଦ୍ଦେଶ୍ୟଭିତିକ ଭିତିଭୂମି ଅଟେ ସ୍ୱାସ୍ଥ୍ୟଶିବିର ଆୟୋଜିତ, ୨୦୦ରୁ ଉଦ୍ଧ୍ୱର୍ଗ୍ରାମବାସୀସୁବିଧା ପାଇଲେ ଲାଞ୍ଜିଗଡ଼, କଳାହାଣ୍ଡି, ୨୭ ଅଗଷ୍ଟ ୨୦୧୯ ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ ୟୁନିଟ୍ ଦହିଖାଲରେ ଏକ ଗୋଷ୍ଠୀ କେନ୍ଦ୍ରର ଶୁଭାରମ୍ଭ କରିଛି, ଯାହାକି ଭିତିଭୂମି ବିକାଶ ପ୍ରକଳ୍ପ ପ୍ରଗତିର ଏକ ଅଂଶ ଅଟେ ।ଏହା ଯୋଗୁଁ ଶିବପଦର ଗ୍ରାମପଂଚାୟତର ୧୧ଟି ଗ୍ରାମର ୧୫୦୦ରୁ ଅଧିକଗ୍ରାମବାସୀ, ଗୋଷ୍ଠୀସଦସ୍ୟ, ୟୁଥ୍ କ୍ଲବ୍ ପ୍ରମୁଖ ଏକାଧିକ ପ୍ଲାଟ୍ଫର୍ମରେ ଲାଭବାନ ହେଉଛନ୍ତି, ଯାହାସଭା ଓ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଲୋକମାନଙ୍କ ପାଇଁ ଏକ ସାଧାରଣ ସଂଯୋଗସ୍ଥଳୀ । ଏହି ପଦକ୍ଷେପ ସମ୍ପର୍କରେ, ରାକେଶମୋହନ, ମୁଖ୍ୟ ପରିଚାଳନା ଅଧିକାରୀ – ବେଦାନ୍ତ ଆଲୁମିନିୟମ୍, ଲାଞ୍ଜିଗଡ଼ ୟୁନିଟ୍ କହିଛନ୍ତି ଯେ, “ବେଦାନ୍ତ ଅଂଚଳର ଆଖପାଖରେ ଥିବା ଗ୍ରାମଗୁଡ଼ିକରେ, ଗୋଷ୍ଠୀର ସାମାଜିକ ଉନ୍ନତି ନିମନ୍ତେ ପ୍ରତିଶୃବଦ୍ଧ । ଏହି ଯୋଜନା ବାସ୍ତବତାରେ ପରିଣତ ହେଉଥିବା ଦେଖି ଆମ୍ଭେମାନେ ଆନନ୍ଦିତ ଏବଂ ସ୍ଥାନୀୟ ଗୋଷ୍ଠୀକୁ ଆମର ଅଂଶୀଦାର ଓ ହିତାଧିକାରୀ ଭାବରେ ପାଇ ଆମେ ଖୁବ୍ ଉତ୍ସାହିତ ।ଏହି ଶୁଭାରମ୍ଭ ଆମର ପଦକ୍ଷେପକୁ ଏକ ବାସ୍ତବ ସହଯୋଗୀତା, କମ୍ୟୁନିଟିସ୍ପେସ୍ ସୃଷ୍ଟି କରିବାରେ ଗୋଟିଏ ପାଦ ଆଗକୁ ନେଉଛି, ଯାହା ଏହି ଅଂଚଳରେ ସାମାଜିକ-ଆର୍ôଥକ ବିକାଶରେ ଉନ୍ନତି ଆଣିଛି । ଅନେକ ଲୋକ ବର୍ତମାନ ଗୋଷ୍ଠୀକେନ୍ଦ୍ରରୁ ସାମାଜିକ ଲାଭ ପାଇପାରିବେ, ଯାହା ଗୋଷ୍ଠୀ କାର୍ଯ୍ୟକ୍ରମ ଓ ସଭା ପାଇଁ ଏକ ସାଧାରଣ ବହୁମୂଖୀ ପ୍ଲାଟ୍ଫର୍ମ ଅଟେ ।” ପ୍ରଗତୀ ପ୍ରକଳ୍ପ ଅଧିନରେ ଏହି ରିଫାଇନାରୀ, ଭିତିଭୂମିରେ ବିକାଶ, ଯେପରିକି ରାସ୍ତା ନିର୍ମାଣ, ପାନୀୟଜଳ ପ୍ରକଳ୍ପ ଓ ଗୋଷ୍ଠୀ କେନ୍ଦ୍ରଭଳି ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଗ୍ରାମଗୁଡ଼ିକୁ ସହାୟତା କରୁଛି । ମୋଟ ଉପରେ ସାମାଜିକ ବିକାଶ ଦିଗରେ ବେଦାନ୍ତର ସକ୍ରିୟ ଉଦ୍ୟମ ଗୁଡ଼ିକ ଉପସ୍ଥିତ ଥିବା ଅତିଥିମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । ଦହିଖାଲଗ୍ରାମବାସୀଙ୍କ ପାଇଁଏକ ସ୍ୱାସ୍ଥ୍ୟଶିବିରରର ଆୟୋଜନ କରାଯାଇଥିଲା, ଯେଉଁଠାରେ ୨୦୦ରୁ ଅଧିକ ଗ୍ରାମବାସୀ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ସୁବିଧା ପାଇଥିଲେ । ପାଂଚଜଣ ଡାକ୍ତର ସେଠାରେ ଉପସ୍ଥିତ ରହି ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ, ଯେଉଁମାନଙ୍କ ମଧ୍ୟରେ ଥିଲେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ଭବାନୀପାଟଣାରୁ ଦୁଇ ଜଣ ଡାକ୍ତର ଓ ମୁନିଗୁଡ଼ାର ମେଡ଼ିକାଲ୍ ଅଫିସର୍ଇନ୍-ଚାର୍ଜ (ଏମ୍ଓଆଇସି) ଏହି ଅବସରରେ ବେଦାନ୍ତ କାର୍ଯ୍ୟକର୍ତାଙ୍କ ସମେତ ସ୍ଥାନୀୟ ବୁଦ୍ଧିଜିବୀ, ଗୋଷ୍ଠୀସଦସ୍ୟ, ୟୁଥ୍ କ୍ଲବ୍ସଦସ୍ୟ ପ୍ରମୁଖଉପସ୍ଥିତ ଥିଲେ ।