ବେଦାନ୍ତ ପକ୍ଷରୁ ୫ଠଠତମ ନନ୍ଦ ଘର ସ୍ଥାପିତ

ନୂଆଦିଲ୍ଲୀ, (ଏଜେନ୍ସି): ବେଦାନ୍ତ ଗ୍ରୁପ୍ ପକ୍ଷରୁ ଜୟପୁର ଠାରେ ୫୦୦ତମ ନନ୍ଦ ଘରକୁ ଉଦଘାଟନ କରାଯାଇଛି । ଏଥିସହିତ କମ୍ପାନୀ ୧୭ ହଜାର ପିଲା ଏବଂ ୧୫ ହଜାର ମହିଳାଙ୍କ ପାଖରେ ପହଞ୍ଚିଛି । ଏହି କାର୍ଯ୍ୟକ୍ରମ ଜରିଆରେ କମ୍ପାନୀ ରାଜସ୍ଥାନ, ଉତର ପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଶିଶୁମାନଙ୍କ ଆଦ୍ୟରୁ ସାମଗ୍ରିକ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ବେଦାନ୍ତ ପକ୍ଷରୁ ସାରା ଦେଶରେ ଆସନ୍ତା ୫ ବର୍ଷ ଭିତରେ ୮୦୦ କୋଟି ବିନିଯୋଗରେ ୪୦୦୦ ନନ୍ଦ ଘର ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭାରତ ସରକାରଙ୍କ ବେଟି ବଚାଓ, ବେଟି ପଢ଼ାଓ, ଜାତୀୟ ପୋଷଣ ମିଶନ, ସ୍ୱଚ୍ଛ ଭାରତ ମିଶନ, ମହିଳା ଦକ୍ଷତା ବିକାଶ, ଡିଜିଟାଲ ସାକ୍ଷରତା ଏବଂ ଶିଶୁ ଓ ମାତୃ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଏହି ନନ୍ଦ ଘରଗୁଡ଼ିକୁ ମଡ଼େଲ ଅଙ୍ଗନୱାଡ଼ି କେନ୍ଦ୍ର ଭାବେ ବିକଶିତ କରାଯାଇଛି । ନନ୍ଦଘର କାର୍ଯ୍ୟକ୍ରମ ଜରିଆରେ ବେଦାନ୍ତ ପ୍ରତିବର୍ଷ ୪ ଲକ୍ଷ ଗୋଷ୍ଠୀ ସଦସ୍ୟଙ୍କୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛି । ଏହି କେନ୍ଦ୍ରଗୁଡ଼ିକୁ ଗୋଷ୍ଠୀ ସମ୍ବଳ କେନ୍ଦ୍ରରେ ପରିଣତ କରିବାକୁ ଚାହୁଁଛି । ନନ୍ଦ ଘରଗୁଡ଼ିକରେ ଉଜ୍ୱଳ ଏବଂ ରଙ୍ଗିନ ଶ୍ରେଣୀ ଗୃହ, ଏକ ସୁରକ୍ଷିତ ଖେଳ ପଡ଼ିଆ, ଇ-ଲର୍ଣ୍ଣିଂ, ପୋଷାକ, ମିଲ୍, ଶୌଚାଳୟ, ସୋଲାର ପ୍ୟାନେଲ ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଭ୍ୟାନ୍ ସୁବିଧା ଆଦି ରହିଛି । ନନ୍ଦଘରଗୁଡ଼ିକୁ ମହିଳାଙ୍କ ଦକ୍ଷତା ବିକାଶ କେନ୍ଦ୍ର ଭାବେ ମଧ୍ୟ ବ୍ୟବହାର କରାଯାଉଛି । ଏହି କାର୍ଯ୍ୟକ୍ରମରେ ୮୦୦୦ ମହିଳା ସାମିଲ ହୋଇଥିବା ବେଳେ ସେମାନଙ୍କୁ କାରବାର ଆରମ୍ଭ କରିବାକୁ ଲଘୁ ଋଣ ପ୍ରଦାନ କରାଯାଉଛି । ଏହି ନନ୍ଦ ଘରଗୁଡ଼ିକ ଜରିଆରେ ୧୫,୦୦୦ ଗୋଷ୍ଠୀ ସଦସ୍ୟ ଲାଭବାନ୍ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ