ବେଦାନ୍ତ ପକ୍ଷରୁ ‘ୱେଷ୍ଟ ଟୁ ୱେଲଥ’ ପ୍ରୋଗ୍ରାମ ଅନୁଷ୍ଠିତ

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ) : ନୂତନ ଭାବନା ହେଉଛି ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡର ସଫଳତାର ମୂଳଦୁଆ ଅଟେ । ଭାରତୀୟ ଆଲୁମିନିୟମ କ୍ଷେତ୍ରରେ ନିଜର କାର୍ଯ୍ୟ ଆରମ୍ଭ କରିବା ଠାରୁ ବେଦାନ୍ତ, ଲାଞ୍ଜିଗଡ ରିଫାଇନାରି ପ୍ରଯ୍ୟୁକ୍ତି ବିଦ୍ୟା ତଥା ରାଜ୍ୟ ବିକାଶରେ ସାମିଲ ହୋଇ ଆସିଛି, ଏବଂ ଦୀର୍ଘ୧୫ବର୍ଷ ଧରି ଏହି ଅଂଚଳରେ ବିକାଶର ଧାରା ବଜାୟ ରଖିଛି । ଆର୍ଥକ ବର୍ଷ ୨୦୧୯ରେ ସବୁଠାରୁ ଅଧିକ ବାର୍ଷିକ ପାଖାପାଖି ୨ମିଲିୟନ ଟନ୍ ଆଲୁମିନିୟମ ଉତ୍ପାଦନ କରିବାର ଗୌରବ ହାସଲ କରିଛି ।
ନୂତନ ଜ୍ଞାନ କୌଶଳ ବହ ଦିଗରୁ ରିଫାଇନାରିର ଶକ୍ତି କୁ ବଢାଇଛି । କମ୍ପାନୀ ନୂତନ ଜ୍ଞାନ କୌଶଳ ତଥା ସ୍ୱୟଂଚାଳିତ ଉପକରଣ ବ୍ୟବହାର କରି ନିଜର ସୁରକ୍ଷାକୁ ତ୍ୱରାନ୍ୱିତ କରିଛି । ଏହାଛଡା ପୁରା ଉତ୍ପାଦନ ପ୍ରକ୍ରିୟା ଉନ୍ନତ ଜ୍ଞାନ କୌଶଳ ଦ୍ୱାରା ନିୟନ୍ତ୍ରଣ କରାଯାଉଛି ।
ଏହି ଅବସରରେ ଶ୍ରୀ ରାହୁଲ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଲୁମିନା ବ୍ୟବସାୟ, ବେଦାନ୍ତ ଲାଞ୍ଜିଗଡ ସୁଚନା ଦେଇ କାହିଛନ୍ତି ଯେ ବେଦାନ୍ତ ଏହି ରିଫାଇନାରିରେ ବିଶ୍ୱସ୍ତରୀୟ ଜ୍ଞାନ କୌଶଳ ବ୍ୟବହାର କରିଛି ଏବଂ ବିଶ୍ୱର ସର୍ବୋତମ ସେବା ଗୁଡିକ ସ୍ଥାପନା କରିବା ସହିତ ନୂତନ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟ ସାଧନ ପାଇଁ ସୁବିଧା ସୁଯୋଗ ଯୋଗାଉଛି । ଏହି ସୁବିଧା ଓ ସୁଯୋଗ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯିବା ସହିତ ଜିରୋ ହାର୍ମ, ଜିରୋ ୱେଷ୍ଟ ଏବଂ ଜିରୋ ଡିସଚାର୍ଜ ରେ ଅଧିକ ଗୁରୁତ୍ୱ ଦିଆଯାଇଛି ।
ବେଦାନ୍ତ ଲାଞ୍ଜିଗଡ ମଧ୍ୟ ପାଉଁଶ ର ବ୍ୟବହାର କରିବା ପାଇଁ ଏକ ନୂତନ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରିଛି ଏବଂ ଶତ ପ୍ରତିଶତ ଫ୍ଲାଏ ଆସ୍ ର ବ୍ୟବହାର କରାଯାଇ ବାୟୁ ପ୍ରଦୂଷଣ କୁ କମ କରାଯାଇ ପାରିଛି । ଏହା ଛଡା ଶ୍ରୀ ଶର୍ମା ଆହୁରି ମଧ୍ୟ କହିଛନ୍ତି, କମ୍ପାନୀ ସବୁବେଳେ ନିଜ ଆଖପାଖରେ ଉନ୍ନତି ପାଇଁ ଚେଷ୍ଟା କରିଆସିଛି ଏବଂ ଗତ ୧୫ ବର୍ଷ ଧରି କଳାହାଣ୍ଡିର ବିକାଶରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛି ।
ଆମେ ଆମର ‘ୱେଷ୍ଟ ଟୁ ୱେଲଥ’ କାର୍ଯ୍ୟକ୍ରମରେ ପର୍ଯ୍ୟାପ୍ତ ଉତ୍ସ ଏବଂ ଚେଷ୍ଟା ନିୟୋଜିତ କରିଛୁ । ଫ୍ଲାଏ ଆସ୍ କାର୍ଯ୍ୟକ୍ରମ ହେଉଛି ଏହାର ଏକ ସୁଫଳ ଉଦାହରଣ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲାଞ୍ଜିଗଡ ବ୍ଲକରେ ଥିବା ଫ୍ଲାଏ ଆସ୍ ଇଟା ୟୁନିଟ ଗୁଡିକ ମଧ୍ୟ ପ୍ଲାଂଟ ରୁ ବାହାରୁଥିବା ପାଉଁଶ କୁ ବ୍ୟବହାର କରି ଆତ୍ମନିର୍ଭରଶୀଳ ହୋଇ ପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ