ବେଦାନ୍ତ ଲାଞ୍ଜିଗଡ଼କୁ ‘ଆଜୀଭିକା’ ବିକାଶ ନିମନ୍ତେ ଇଣ୍ଡିଆ ସିଏସ୍ଆର୍ ଆୱାର୍ଡ ପ୍ରଦାନ
ଲାଞ୍ଜିଗଡ଼ : ବେଦାନ୍ତ ଲାଞ୍ଜିଗଡ଼ ଲିମିଟେଡ୍କୁ କାଳାହାଣ୍ଡିରେ ଡୋକ୍ରା ଏବଂ ଟ୍ରାଇବାଲ୍ ପେଟିଂ ଓ କାଳାକୃତୀର ବିକାଶ ନିମନ୍ତେ କରାଯାଇଥିବା ଆଜୀଭିକା ପ୍ରୟାସ ଲାଗି ଇଣ୍ଡିଆ ସିଏସ୍ଆର ଆୱାର୍ଡ-୨୦୧୯ ପ୍ରଦାନ କରାଯାଇଛି । ଏହି ସିଏସ୍ଆର୍ କାର୍ଯ୍ୟକ୍ରମ ସ୍ଥାନୀୟ ଅଂଚଳର ପାରମ୍ପରିକ କଳାକୃତୀର ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଗ୍ରାମୀଣ ପ୍ରତିଭା ବିକାଶ ଜାରି ରଖିଛି । ଡୋକ୍ରା ଏବଂ ସୌରା କଳାକୃତୀର ବିକାଶ ଦ୍ୱାରା ସ୍ଥାନୀୟ ଲୋକଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇପାରିଛି । ଏହି ଅବସରରେ ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ର ସିଓଓ ରାକେଶ ମୋହନ କହିଲେ, “ ଆମେ କମ୍ପାନୀ ପରିସର ମଧ୍ୟର ଥିବା ଲୋକଙ୍କ ଜୀବନଜୀବୀକା ବିକାଶ କ୍ଷେତ୍ରରେ ନିରନ୍ତର ପ୍ରୟାସ ଜାରି ରଖିଛୁ । ଆମର ସିଏସ୍ଆର୍ କାର୍ଯ୍ୟକ୍ରମ ସ୍ଥାନୀୟ ଅଂଚଳର ପାରମ୍ପରିକ କଳାକୃତୀର ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଗ୍ରାମୀଣ ପ୍ରତିଭା ବିକାଶ ଜାରି ରଖିଛି । ଏହାଦ୍ୱାରା ସ୍ଥାନୀୟ ଲୋକଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇପାରିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆମେ ଏହି କଳାକୃତୀକୁ ଭାରତୀୟ କଳାକୃତୀର ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ସକ୍ଷମ ହୋଇପାରିଛୁ । ଡୋକ୍ରା ଭାରତର ଏକ ପ୍ରାଚୀନ ଲୋକ କଳାକୃତୀ । ଏହା ନନ୍-ଫେରସ୍ ମେଟାଲରେ ନିର୍ମାଣ କରାଯାଇଥାଏ । ଭାରତର ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ର କେତେକ ଅଂଚଳରେ ଏହା ସମ୍ପନ୍ନ କରାଯାଇଥାଏ । ବେଦାନ୍ତ ପକ୍ଷରୁ କାରୀଗରଙ୍କୁ ଆବଶ୍ୟକ ଯନ୍ତ୍ରାଂଶ ଏବଂ ଆବଶ୍ୟକ ତାଲିମ୍ ଯୋଗାଇ ଦିଆଯାଇ ଏହି କ୍ଷେତ୍ରରେ ବେଶ୍ ଅଗ୍ରଗତି ଉପଲବ୍ଧି କରାଯାଇପାରିଛି । ଏହା ସହିତ ସେମାନଙ୍କୁ ସରକାରୀ ପ୍ରଦର୍ଶନୀ, ଲୋକକଳା ମେଳା ତଥା ବଜାରରେ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯାଉଛି । ଏହାଦ୍ୱାରା ସେମାନଙ୍କର ଆର୍ଥିକ ବିକାଶ ହେବା ସହିତ ପାରମ୍ପରିକ ପେଶାକୁ ଜୀବୀତ ରଖାଯାଇ ପାରୁଛି । ଫଳରେ ଏଠାକାର ର ଲୋକେ ଜୀବନ ଜୀବିକା ପାଇଁ ଆଉ ବାହରକୁ ଯାଉ ନାହାନ୍ତି । ସେମାନେ ନିଜର ପାରମ୍ପରିକ କଳାକୃତୀକୁ ଜୀବୀତ ରଖିବାର ପ୍ରୟାସ ସମ୍ମାନର ସହିତ କରୁଛନ୍ତି । ଅନନ୍ୟ ପ୍ରୟାସ ଦ୍ୱାରା ସ୍ଥାନୀୟ କାରୀଗରଙ୍କ ସୃଜନଶୀଳତାର ବିକାଶ ସମ୍ଭବ ହୋଇପାରିଛି । ଡ୍ରୋକା ତଥା ସୌରା କଳାକୃତୀର ବିକାଶ ପାଇଁ ଆବଶ୍ୟକ ତାଲିମ ଏବଂ ଯନ୍ତ୍ରପାତି ଯୋଗାଇ ଦିଆଯାଉଛି । ସୌରା ପେଟିଂ ସମ୍ପର୍କରେ ସ୍ଥାନୀୟ ଯୁବବର୍ଗ ତଥା ବାଳିକାଙ୍କୁ ତାଲିମ୍ ଦିଆଯାଉଛି । ଏହା ସହିତ ସେମାନଙ୍କୁ ମାର୍କେଟ ସୁବିଧା ଉପଲବ୍ଧ କରାଯାଉଛି । ବେଦାନ୍ତ ସବୁବେଳେ ଭାରତୀୟ ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ ଜାରି ରଖିଥାଏ । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ କାରୀଗରଙ୍କ ଆର୍ଥିକ ବିକାଶ ହୋଇପାରୁଛି । ଇଣ୍ଡିଆ ସିଏସ୍ଆର୍ ଆୱାର୍ଡ ଏକ ସମ୍ମାନ ଜନକ ପୁରସ୍କାର । ଏହି କାର୍ଯ୍ୟକ୍ରମ ଇତିମଧ୍ୟରେ ୫ମ ବର୍ଷରେ ପଦାର୍ପଣ କରିଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଶିଳ୍ପସଂସ୍ଥା ପ୍ରତିନିଧି, ପେଶାଦାର ଏବଂ ସରାକରୀ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ ।


