ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ଜନସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ଼,ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନିୟମ ନିର୍ମାତା ଏହି ଅଂଚଳରେ ଗୋଷ୍ଠୀମାନଙ୍କ ସହିତ ସୁସଂପର୍କ ରକ୍ଷା ପାଇଁ ‘ଜନସଂପର୍କ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଛି । ଏହି ଅବସରରେ କଂପାନି ମଧ୍ୟ ଏହାର କର୍ପୋରେଟ ସୋସିଆଲ ରେସପନସିବିଲିଟି ଅର୍ନ୍ତଗତ ବାର୍ଷିକ ରିପୋର୍ଟ ଆର୍ଥିକ ବର୍ଷ ୨୦-୨୧କୁ ଉନ୍ମୋଚନ କରିଛି, ଯେଉଁଥିରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଯଥା ଜୀବିକା, ଶିକ୍ଷା,ସ୍ୱାସ୍ଥ୍ୟ ଯତ୍ନ, ସ୍ୱଛ ଉର୍ଜ୍ଜା ଇତ୍ୟାଦି କ୍ଷେତ୍ରଗୁଡ଼ିକୁ ସ୍ଥାନିତ କରାଯାଇଛି । କାର୍ଯ୍ୟକ୍ରମରେ ଏହି ଅଂଚଳର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ଏନଜିଓ ସହଯୋଗୀ ଓ ସାମାଜିକର୍ମୀମାନେ ଯୋଗ ଦେଇଥିଲେ । କଂପାନି ନେତୃତ୍ୱରେ ଗୋଷ୍ଠୀର ଉନ୍ନତି ପାଇଁ ସର୍ବବିଧ ପ୍ରୟାସ ସହିତ ଉତମ ସଂପର୍କ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହା ଦ୍ୱାରା ରାଜ୍ୟ ତଥା ରାଷ୍ଟ୍ରର କଲ୍ୟାଣ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଶ୍ରୀ ଜି.ଜି ପାଲ, ଡେପୁଟି ସିଇଓ-ଆଲୁମିନା ବିଜିନେସ, ବେଦାନ୍ତ ଲିମିଟେଡ, କହିଥିଲେଯେ-ଆମେ ପ୍ରକୃତରେ ଏହା ବିଶ୍ୱାସ କରୁଯେ ଶିଳ୍ପ ସଂସ୍ଥା ଗୁଡ଼ିକ ସେମାନଙ୍କ କାର୍ଯ୍ୟକାରୀ ଅଂଚଳରେ ସାମାଜିକ ଅର୍ଥନୈତିକ ସମୃଦ୍ଧିର ବାର୍ତାବହ ହୋଇଥାନ୍ତି । ବେଦାନ୍ତର ଗୋଷ୍ଠି କଲ୍ୟାଣ କାର୍ଯ୍ୟକ୍ରମ ଆମ ସ୍ଥାନୀୟ ଗୋଷ୍ଠୀର ଜୀବନଶୈଳୀରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖେ । ଆମେ ବିଶ୍ୱାସ କରୁଯେ ବ୍ୟବସାୟର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଆମ ଗୋଷ୍ଠୀକୁ ସଶକ୍ତ କରାଇବା । ଆମର ଜନ ସଂପର୍କ କାର୍ଯ୍ୟକ୍ରମ ଜରୀଆରେ ଆମେ ଏଦିଗରେ ଆଉ ଏକ ପଦକ୍ଷେପ ନେବା ସହ ସ୍ଥାନୀୟ ଜନସାଧାରଣ ଓ କଂପାନିର ଅଗ୍ରଗତି ପାଇଁ ପରସ୍ପର ମଧ୍ୟରେ ଦୃଢ ସଂପର୍କ ସ୍ଥାପନ ରଖିପାରିବୁ । କାର୍ଯ୍ୟକ୍ରମ ଅବଧିରେ କଂପାନି ମଧ୍ୟ ଭାବ ଆଦାନ ପ୍ରଦାନ କରିଥିବା ବ୍ୟକ୍ତିଙ୍କ ବିବରଣୀ ଓ ପରିଦର୍ଶନ ସୂଚୀ ପ୍ରସ୍ତୁତ କରିବ । ନୋଡାଲ ଅଧିକାରୀମାନେ କାର୍ଯ୍ୟ୍ରକ୍ରମକୁ ପରିଚାଳନା କରିବେ ।
ଏହି ଉପଲକ୍ଷେ ଶ୍ରୀ ପ୍ରଦୀପ ଦିଶାରୀ, ଏମଏଲଏ, ଲାଂଜିଗଡ଼ ବେଦାନ୍ତର ଏହି କାର୍ଯ୍ୟକ୍ରମ ସହିତ ଭବାନିପାଟଣାର ଅତ୍ୟାଧୁନିକ କୋଭିଡ ସହପିଟାଲ ତିଆରି ପାଇଁ କଂପାନିକୁ ପ୍ରଶଂସା କରିଥିଲେ । ସେ ପୁଣି କହିଥିଲେଯେ ମୁଁ ଚାହେଁ ଲୋକମାନେ ବେଦାନ୍ତକୁ ସହଯୋଗ କରନ୍ତୁ ଓ ଏହି ଅଂଚଳ ଏବଂ ସଂସ୍ଥାଦ୍ୱାରା ନିଆଯାଉଥିବା ଲୋକମାନଙ୍କ କଲ୍ୟାଣ ପାଇଁ ସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ ।
ଶ୍ରୀ ବଳଭଦ୍ର ମାଝୀ, ପୂର୍ବତନ ଏମଏଲଏ, ଲାଂଜିଗଡ଼ ଆଲୋଚନା ମାଧ୍ୟମରେ କଂପାନିର ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ସେ କହିଥିଲେଯେ ବିଭିନ୍ନ ଗ୍ରାମକୁ ବୁଲି ଲୋକମାନଙ୍କ ସହିତ ସପର୍କ ରଖିବା ଓ କଂପାନିର ଅଭିଳାଷ ପୂରଣ ପାଇଁ ମୁଁ ଶ୍ରୀ ଜିଜି ପାଲଙ୍କ ପ୍ରୟାସକୁ ଧନ୍ୟବାଦ ଜଣାଇବାକୁ ଚାହିଁବି ।
.କଂପାନି ମଧ୍ୟ ଗାନ୍ଧୀ ଜୟନ୍ତୀ ଅବସରରେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଜୋଡାବନ୍ଧରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଓ ଏସଏସଡି ହାଇ ସ୍କୁଲ, ଲାଂଜିଗଡ଼ରେ ବିତର୍କ ପ୍ରତିଯୋଗିତା ଆୟୋଜନ କରି ଏଥିରେ ବିଜେତାଙ୍କୁ ପୁରସ୍କୃତ କରିଥିଲା । ଉପସ୍ଥିତ ଅତିଥିମାନଙ୍କୁ ବେଦାନ୍ତ ଲାଂଜିଗଡ଼ ସହାୟତା ପ୍ରାପ୍ତ ସ୍ଥାନୀୟ ମହିଳା ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଆଦିବାସୀ କଳାଚିତ୍ର ପୁରଷ୍କାର ଭାବେ ପ୍ରଦାନ କରାଯାଇଥିଲା । ଏହି ଉତ୍ସବର ଉନ୍ମୋଚନରେ ବେଦାନ୍ତ ଲାଂଜିଗଡ଼ର ସିଏସଆର ବାର୍ଷିକ ରିପୋର୍ଟ ଆର୍ଥିକ ବର୍ଷ ୨୦-୨୧ରେ ବର୍ଷକୁ ୫୦,୦୦୦ରୁ ଉର୍ଦ୍ଧ୍ୱ ଲୋକମାନଙ୍କ ପାଇଁ ଗୋଷ୍ଠୀ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି । ଯଥା: ଚା ବେଦାନ୍ତ ହସପିଟାଲ, ଲାଂଜିଗଡ଼ର ଏକ ଅତ୍ୟାଧୁନିକ ହସପିଟାଲ ଯେଉଁଠାରେ ବିଭିନ୍ନ ରୋଗ ଯଥା ଶିଶୁ ରୋଗ, ମେଡିସିନ, ସ୍ତ୍ରୀ ଓ ପ୍ରସୂତି ଏବଂ ଅର୍ଥେପେଡିକ ପାଇଁ ସ୍ପେଶାଲିଷ୍ଟ ମାନେ ରହିଛନ୍ତି । ଏହି ଅଂଚଳର ୨୭୦ରୁ ଅଧିକ ଗ୍ରାମରୁ ପ୍ରାୟ ୧୩,୦୦୦ ଲୋକମାନେ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି । ଚା କଂପାନି ଲାଂଜିଗଡ଼ରେ ପ୍ରଥମ ଇଂଲିଶ ମିଡିୟମ ସ୍କୁଲ ଡିଏଭି ବେଦାନ୍ତ ଇଂଟରନ୍ୟାସନାଲ ସ୍କୁଲ ପରିଚାଳନା କରୁଛି । ଏଠାରେ ପିଲାମାନଙ୍କ ପାଇଁ ସ୍ମାର୍ଟ କ୍ଲାସରୁମ, ଆଧୁନିକ କଂପ୍ୟୁଟର ସହ ଅତ୍ୟାଧୁନିକ ଭିତିଭୂମି ସୁବିଧା ରହିଛି । ୧୨୦୦ରୁ ଅଧିକ ପିଲାମାନେ ଏଠାରେ ଶିକ୍ଷାଲାଭ କରୁଛନ୍ତି । ସ୍ଥାନୀୟ ପିଲାମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । ଚା କଂପାନି ୫୦ରୁ ଅଧିକ ନନ୍ଦଘର ପରିଚାଳନା କରୁଛି । ଏହି ଅଙ୍ଗନବାଡ଼ିଗୁଡ଼ିକୁ ଆଧୁନିକୀକରଣ କରାଯାଇଛି । ଏଠାରେ ଇ-ଶିକ୍ଷାଦାନ ପାଇଁ ଟେଲିଭିଜନ, ସ୍ୱଛ ପାନୀୟ ଜଳ, ଟଏଲେଟ ରହିଛି । କଳାହାଣ୍ଡି ଓ ରାୟଗଡ଼ାରେ ପରିଚାଳିତ ଏହିସବୁ ନନ୍ଦଘର ଗୁଡ଼ିକ ମହିଳା ଓ ପିଲାମାନଙ୍କ ବିକାଶ , ଦକ୍ଷତା ସୃଷ୍ଟି, ସ୍ୱାସ୍ଥ୍ୟ ଓ ବିକାଶ ପାଇଁ ମୁଖ୍ୟ କେନ୍ଦ୍ର ରୂପେ ପରିଚାଳିତ ହେଉଛି ।
ଚା ବେଦାନ୍ତର ଶିଶୁ କଲ୍ୟାଣ କାର୍ଯ୍ୟକ୍ରମ ୨୦୦୫ଠାରୁ କାର୍ଯ୍ୟରତ । ପ୍ରକଳ୍ପ ମାଧ୍ୟମରେ ପିଲାମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷା ସୁବିଧା, ପୋଷକ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି । ୧୨,୦୦୦ରୁ ଅଧିକ ପିଲାମାନେ ଏପର୍ଯ୍ୟନ୍ତ ଉପକୃତ ହୋଇ ପାରିଛନ୍ତି । ଚା ୧୧୨୭ରୁ ଅଧିକ ପରିବାରକୁ ବିଭିନ୍ନ ଜୀବିକା ନିର୍ବାହ ପନ୍ଥା ଯୋଗାଇ ଦିଆଯାଇଛି । ଯେପରିକି କୁକୁଡ଼ା ଚାଷ, ଛତୁ ଚାଷ ଇତ୍ୟାଦି । ଚା ପ୍ରାୟ ୫୫୦ଟି ଗୃହ କୁକୁଡ଼ା ଚାଷ କରି ଲାଭାନ୍ୱିତ ହୋଇଛନ୍ତି ଓ ସେମାନେ ବର୍ଷକୁ ଅତିରିକ୍ତ ୩୫୦୦ରୁ ୪୦୦୦ ଆୟ କରିପାରୁଛନ୍ତି । ଚା ଲୋକମାନଙ୍କୁ ସ୍ଥାୟୀ ବିକାଶ ଲକ୍ଷ୍ୟ ଉଦ୍ଦେଶ୍ୟରେ ୫୦୦୦ ଗ୍ରାମବାସୀଙ୍କୁ ସ୍ୱଛ ଇନ୍ଧନ ଓ ଆଲୋକ ବ୍ୟବସ୍ଥା ଯୋଗାଯାଇଛି । କିରୋସିନ ବ୍ୟବହାର ନକରି ସୌରଆଲୋକ ବ୍ୟବହାର ପାଇଁ ବେଦାନ୍ତ ଗ୍ରମାବାସୀଙ୍କୁ ପ୍ରୋତ୍ସାହିତ କରୁଛି । ଏ ପର୍ଯ୍ୟନ୍ତ ୨୫ଟି ଗ୍ରାମରୁ ୮୫୦ ପରିବାର ଏହି ପଦକ୍ଷେପରୁ ଲାଭ ଉଠାଇଛନ୍ତି । ବେଦାନ୍ତ ହେଉଛି ଆଲୁମିନିୟମ ଉତ୍ପାଦନ କରିବାରେ ଭାରତର ବୃହତମ ଉତ୍ପାଦକ ଓ ମେଟାରଲଜିକାଲ ଗ୍ରେଡର ଆଲୁମିନା ଅଗ୍ରଣୀ ଉତ୍ପାଦ ପ୍ରସ୍ତୁତକାରୀ । ଏହା ବିଶ୍ୱଶ୍ରେଣୀର ୨ ଏମଟିପିଏର ଆଲୁମିନା ରିଫାଇନାରୀ ଲାଂଜିଗଡ଼ (କଳାହାଣ୍ଡି ଜିଲ୍ଲା, ଓଡ଼ିଶା) ୨୦୦୭ରୁ ପରିଚାଳିତ ଓ ଏହା ୯୦ ମେୱା କ୍ୟାପଟିଭ ପାୱାର ପ୍ଲାଂଟ ପରିଚାଳନା କରୁଛି । ଏହାର ବିଶ୍ୱ ଶ୍ରେଣୀୟ ଆଲୁମିନା ସ୍ମେଲଟର, ଆଲୁମିନା ରିଫାଇନାରି ଓ ପାୱାର ପ୍ଲାଂଟ ଜରିଆରେ କଂପାନି ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ ତାର ଲକ୍ଷ୍ୟ ପୂରଣ କରୁଛି ।