ବେଦ ମାଧ୍ୟମରେ ଯଜ୍ଞଶାଳା : ସନ୍ଥକୁଟୀରର ଶିଳନ୍ୟାସ ଉତ୍ସବ ପାଳିିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଶ୍ରୁତିନ୍ୟାସ ନିର୍ମାଣଧୀନ ବାନପ୍ରସ୍ଥ ସାଧକ ଆଶ୍ରମ ବେଦଧାମ ପରିସରରେ ନିର୍ମାଣ ପାଇଁ ମହର୍ଷି ଦୟାନନ୍ଦ ବୋଧ ଉତ୍ସବ ପାଳନ ଅବସରରେ ଭବ୍ୟ ଯଜ୍ଞଶାଳା ଓ ସନ୍ଥକୁଟୀରର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୁତିନ୍ୟାସର ଅଧ୍ୟକ୍ଷ ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଜୀ ମହାରାଜଙ୍କ ବ୍ରହ୍ମତ୍ତ୍ୱରେ ଅନୁଷ୍ଠିତ ୨୧କୁଣ୍ଡୀୟ ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ ସହ ପ୍ରେରକ ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ପ୍ରୋକ୍ତ ଯଜ୍ଞ କାର୍ଯ୍ୟକ୍ରମ ସଞ୍ଚାଳକ ଭାବରେ ଯୋଗଦେଇ ଦର୍ଶନ ଯୋଗ ମହାବିଦ୍ୟାଳୟ, ରୋଜଡ଼, ଗୁଜୁରାଟର ପ୍ରିୟେଶଜୀ ଦର୍ଶନାଚାର୍ଯ୍ୟ କରୋନା ଭଳି ବିଶ୍ୱ ମହାମାରୀର ସମୂଳୋତ୍ପାଟନ ସହ ତ୍ରସ୍ତମାନବକୁ ଶାନ୍ତିର ନିଃଶ୍ୱାସ ମାରିବାକୁ ହେଲେ ଆର୍ଷ ସନାତନ ପରମ୍ପରା ସିଦ୍ଧ ବୈଦିକ ଯଜ୍ଞ ଆଦିର ନିତ୍ୟ ଅନୁଷ୍ଠାନ ଏକାନ୍ତ ଅପରିହାର୍ଯ୍ୟ ବୋଲି ଦୃଢ ମତ ଉପସ୍ଥାପନ କରିଥିଲେ । ଦର୍ଶନ ଯୋଗ ଧର୍ମାର୍ଥ ଟ୍ରଷ୍ଟ ଗୁଜୁରାଟର ବାର୍ଷିକ ପିତୃତର୍ପଣ ଯୋଜନାରେ ୨୦୨୧ ମସିହା ପାଇଁ ସମ୍ମାନିତ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଜୀଙ୍କ ପୂଜ୍ୟା ମାତା ଶ୍ରୀମତୀ ସୂର୍ଯ୍ୟମଣୀ ପାଣିଗ୍ରାହୀ ତଥା ୨୦୨୨ ମସିହା ପାଇଁ ସମ୍ମାନିତ ପ୍ରିୟେଶ ଦର୍ଶନାଚାର୍ଯ୍ୟଙ୍କ ପୂଜ୍ୟା ମାତା ଶ୍ରୀମତୀ ବିପିନ ମାଦଳାଙ୍କୁ ନିଜ ଗହଣରେ ପାଇ ଉପସ୍ଥିତ ଶ୍ରଦ୍ଧାଳୁମାନେ ଉଭୟଙ୍କୁ ଉଚ୍ଛସିିସ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କଟକ-ଭୁବନେଶ୍ୱର ରାସ୍ତା ମଧ୍ୟବର୍ତ୍ତୀ ଫୁଲନଖରା ନିକଟସ୍ଥ ଦକ୍ଷିଣ ଉଷୁମା ଗ୍ରାମରେ ନିର୍ମିତ ହେଉଥିବା ଶ୍ରୁତିନ୍ୟାସର ଏହି ଆଶ୍ରମକୁ ଭବ୍ୟତୀ ପ୍ରଦାନ କରିବା ପାଇଁ ଆଶ୍ରମ ପରିସରରେ ଗବେଷଣା ପ୍ରଶିକ୍ଷଣ ପ୍ରଦର୍ଶନୀ କେନ୍ଦ୍ରଯୁକ୍ତ ଏକ ସର୍ବାଙ୍ଗ ସୁନ୍ଦର ଯଜ୍ଞଶାଳା ଓ ସାଧୁସନ୍ଥ ସନ୍ନ୍ୟାସୀ ଆଚାର୍ଯ୍ୟଙ୍କ ନିବାସ ପାଇଁ ସନ୍ଥକୁଟୀର ନିର୍ମାଣ ପାଇଁ ସମସ୍ତେ ଶୁଭ ସଂକଳ୍ପ ନେବା ସହ ସାମୂହିକ ଭାବରେ ଉଭୟ ନିର୍ମାଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଥିଲେ । ଶିବରାତ୍ରୀ ଉଜାଗର ଥିବାବେଳେ ଏକ ସାମାନ୍ୟ ପ୍ରାୟ ପ୍ରତୀକ ଘଟଣାରୁ ଯେମିତି ବାଳକ ମୂଳଶଙ୍କର ଅନ୍ତର୍ମୁଖ୍ୟ ଜିଜ୍ଞାସୁକୁ ଶାଶ୍ୱତ ସତ୍ୟାନୁସନ୍ଧାନରେ ବ୍ରତୀ କରାଇ ମହର୍ଷି ଦୟାନନ୍ଦ ସରସ୍ୱତୀରେ ରୂପାନ୍ତରିତ କରି ଦେଇଥିଲା, ଠିକ୍ ସେମିତି ପ୍ରତ୍ୟେକଙ୍କୁ ଅନ୍ତର୍ମୁଖ୍ୟ କରାଇ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ସାଧନା ଦ୍ୱାରା ଚିରନ୍ତନ କ୍ରାନ୍ତି ପ୍ରାପ୍ତ କରିବାର ଉପାୟ ଦେବାକୁ ଏହି ସାଧକ ଆଶ୍ରମର ପରିକଳ୍ପନା ବୋଲି ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ କୁମାର ସ୍ୱାମୀ, ଇଂ ନାରାୟଣ ପଣ୍ଡା, ଶ୍ରୀ ଲେନିନ୍ ପଟ୍ଟନାୟକ ପ୍ରମୁଖ ବରିଷ୍ଠ କର୍ମକର୍ତ୍ତା ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ଆଶ୍ରମର ଯାବତୀୟ ନିର୍ମାଣ କାର୍ଯ୍ୟକୁ ଆଗକୁ ନେଉଥିବାରୁ ସ୍ୱାମିଜୀ ସେମାନଙ୍କୁ ବିଶେଷ ଆଶୀର୍ବଚନ ଦେଇଥିଲେ । ଏତଦ୍‌ବ୍ୟତୀତ ଭଜନ ପରିବେଷଣରେ ସର୍ବଶ୍ରୀ ଶ୍ରୀକାନ୍ତ ଷଡ଼ଙ୍ଗୀ, ମୋହନ ରେଡ୍ଡି, ନର୍ମଦା ପାତ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସହାୟତା କରିଥିବା ସମସ୍ତଙ୍କୁ ସଂଗଠନର ସଂଯୋଜକ ଶ୍ରୀ ପଦ୍ମନାଭ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ