ବେନିୟମ କ୍ଲିନିକ ଉପରେ ରେଡ଼
ଭବାନୀପାଟଣା,(ଓ୍ବାଇଏନ୍ଏସ୍): ଆଜି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବେହେରା ସ୍ଥିତ ବେନିୟମ ଭାବେ ଚାଲୁଥିବା ମୀରା କ୍ଲିନିକ କୁ ରେଡ଼ କରିଛି ଜିଲ୍ଲା ପ୍ରଶାସନ । ବହୁଦିନ ଧରି ଗଗନ ଚନ୍ଦ୍ର କଶ୍ୟପ ନାମକ ଜଣେ ବ୍ୟକ୍ତି କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା କରୁଥିଲେ। ଏନେଇ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳ ଡ଼ା. ଗଭଲି ପରାଗ ହର୍ଷଦ ଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ଙ୍କ ଉପସ୍ଥିତି ରେ ଡ଼ଃ ନିହାରେନ୍ଦ୍ର ପଣ୍ଡା,ବ୍ରଜମୋହନ ମୁଣ୍ଡ ଓ ଧର୍ମଗଡ଼ ପୋଲିସ ସହାୟତା ରେ କ୍ଲିନିକ କୁ ରେଡ଼ କରାଯାଇଥିଲା।ରେଡ଼ ସମୟରେ ରେ ଗଗନ କଶ୍ୟପ କ୍ଲିନିକରେ ଅନୁପସ୍ଥିତ ରହିଥିବା ବେଳେ ମାଜିଷ୍ଟ୍ରେଟ ଙ୍କ ନିର୍ଦ୍ଦେଶ କ୍ରମେ କ୍ଲିନିକ କୁ ସିଲ କରାଯାଇଛି।ସୂଚନା ଯେ ,କ୍ଲିନିକ ଖୋଲିବା ପାଇଁ ସରକାର ଙ୍କ କୌଣସି ନିର୍ଦ୍ଦେଶ ନ ଥିବା ଓ ବିନା ଲାଇସେନ୍ସରେ ଦୀର୍ଘଦିନ ରୁ ଚାଲି ଆସୁଛି।ଏନେଇ ଏସଡିଜେଏମ କୋର୍ଟ ରେ କେଶ ଦାଏର କରାଯିବ ବୋଲି ଡ଼।.ନିହାରେନ୍ଦ୍ର ପଣ୍ଡା ପ୍ରକାଶ କରିଥିଲେ।


