ବେନିୟମ ମାଙ୍କଡସା ପଥର ଚୋରା ଚାଲଣ, ୩୦ ହଜାର ଜୋରିମାନା
ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପଡୋଶୀ ଜିଲ୍ଲା ନୟାଗଡ ଜିଲ୍ଲାରୁ ପ୍ରତେକ ଦିନ କାଗଜପତ୍ର ସଠିକ ନଥିବା ଗାଡ଼ିରେ ମାଙ୍କଡସା ପଥର ବେନିୟମ ଭାବେ ଆସୁଥିବା ଦେଖାଯାଉଛି । ସେହିପରି ମାଙ୍କଡସା ପଥର ଚାଲାଣ ପାଇଁ ନୟାଗଡ ଜିଲ୍ଲା ପ୍ରଶାସନ ରୁ ସ୍ୱୀକୃତି ପତ୍ର ଭି ନାହିଁ । ଏହି ଅଞ୍ଚଳରେ ମାଟି ଇଟାର ଅଭାବ ଯୋଗୁଁ ,ବେଧଡକ ଭାବେ ମାଙ୍କଡସା ପଥର । ତହସିଲ କର୍ମଚାରୀଙ୍କ ହାବୁଡ଼ରେ ଯିଏ ପଡୁଛି ସିଏ ଦେଉଛି ଜୋରିମାନା, ନ ହେଲେ ଖସି ପଳାଉଛିନ୍ତି ବହୁ ମାଙ୍କଡସା ଗାଡ଼ି ଆଇନର ଗଳା ବାଟରେ । ମାଙ୍କଡସା ପଥର ଆସୁଥିବା ବହୁ ଗାଡ଼ିରେ ନା ଅଛି ଇନ୍ସୁରାନ୍ସ,ନା ଅଛି ଫିଟନେସ। ଦୃଘଟଣା ଘଟିଲେ ଡ୍ରାଇଭର କି ଶ୍ରମିକ ପାଇପାରିବେ ନାହିଁ ବୀମାରାଶି । କାଦୁଆ ରାଜସ୍ୱ ସର୍କଲ ପାଲପଡ଼ା ଠାରେ ଏପରି ଏକ ୪୦୭ ଗାଡ଼ିରେ ୧୦୦ ଖଣ୍ଡ ମାଙ୍କଡସା ପଥର ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ କାଦୁଆ ରାଜସ୍ୱ ନିରୀକ୍ଷିକ ସୀମାଞ୍ଚଳ ମଲ୍ଲିକ ଗାଡିଟିକୁ ଜବତ କରି ୩୦ ହଜାର ଟଙ୍କା ଜୋରିମାନା କରୁଥିବା ସମୟ ରେ ଗାଡିର ମାଲିକ ଏତେ ଟଙ୍କା ଦେଇ ପାରିବିନି ବୋଲି କହୁଥିବା ବେଳେ ଆମ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ଯାଇ ଥିଲେ। ଯାଂଚ ରୁ ଜଣା ପଡିଲା ମାଙ୍କଡସା ପଥର ଚୋରା ଚାଲାଣ ହେଉଥିବା ୪୦୭ ଗାଡି ନମ୍ବର OR02 R 5381 ଗାଡିର ମାଲିକ ର ମୃତ୍ୟ ବରଣ କରିସାରିଲେଣି, ଓ ତାଙ୍କ ପୁଅ ସେହି ଗାଡିକୁ ଚଳାଉଛନ୍ତି,ଉକ୍ତ ଗାଡିର ଫିଟନେସ ୨୪ ଜୁଲାଇ ୨୦୧୨ରୁ ସରିଗଲାଣି, ଟେକ୍ସ ୩୧ ଡିସେମ୍ବର ୨୦୧୭ ରୁ ସରିଗଲାଣି,ଓ ଇନ୍ସୁରାନ୍ସ ଭି ୧ ମଇ ୨୦୦୯ ମଧ୍ୟ ସରି ଯାଇଛି,ସେହିପରି ମାଙ୍କଡସା ପଥର ଚାଲାଣ କରିବା ପାଇଁ ନୟାଗଡ ଜିଲ୍ଲାର ତହସିଲଦାରଙ୍କ ଠାରୁ କୌଣସି ଅନୁମତି ପତ୍ର ମଧ୍ୟ ନାହିଁ । ତେଣୁ ୩୦ ହଜାର ଟଙ୍କା ଜୋରିମାନା କରା ଗଲା ଓ ଗାଡି ଚାଲିବା ପାଇଁ ଇନ୍ସୁରାନ୍ସ,ଫିଟନେସ,ଟେକ୍ସ ନଥିବାର ତଦନ୍ତ ପୋଲିସ କରିବ ବୋଲି ରାଜସ୍ୱ ନିରୀକ୍ଷିକ ମଲ୍ଲିକ କହିଛନ୍ତି । ବେଆଇନ ମାଙ୍କଡସା ପଥର ବୋଝେଇ ଟ୍ରକ ଗୁଡ଼ିକର ଗଞ୍ଜାମ ଜିଲ୍ଲା ପ୍ରବେଶ ପଥରେ ହି ଯାଂଚ କରାଯିବାର ଆବଶ୍ୟକତା ରହିଛି ଓ ମାଙ୍କଡସା ପଥର ଚୋରା ଚାଲାଣରେ ଏକ ବିରାଟ ରାକେଟ ଚାଲିଛି, ଏହାର ପ୍ରତିହତ କରା ଯାଉ ବୋଲି ସାଧାରଣରେ ଦାବି ହେଉଛି।


