ବେନେଜୁଏଲାକୁ ତେଲ ରପ୍ତାନୀ ବନ୍ଦ କଲା ରିଲାଏନ୍ସ
ନୂଆଦିଲ୍ଲୀ, (ଏଜେନ୍ସି): ବେନେଜୁଏଲା ବିରୋଧରେ ଆମେରିକାର କଟକଣାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଇଣ୍ଡଷ୍ଟ୍ରୀ ତେଲ ରପ୍ତାନୀ ବନ୍ଦ କରିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କଟକଣା ହଟାଯିବା ପର୍ଯ୍ୟନ୍ତ ରପ୍ତାନୀ ବନ୍ଦ ରହିବ । କମ୍ପାନୀର ଜାମନଗର ପରିଶୋଧନ ସୟନ୍ତ୍ର ବେନେଜୁଏଲାରୁ ଅଶୋଧିତ ତେଲର କ୍ରୟ ମଧ୍ୟ ପାଖାପାଖି ଏକ ତୃତୀୟାଂଶ କମାଯାଇଛି । କମ୍ପାନୀର ଜଣେ ପ୍ରବକ୍ତାଙ୍କ ଅନୁସାରେ ଆମେରିକା ସରକାରଙ୍କ ଦ୍ୱାରା ବେନେଜୁଏଲା ସରକାରଙ୍କ ଉପରେ ଜାନୁଆରୀ ୨୦୧୯ରେ ଲଗାଯାଇଥିବା ପ୍ରତିବନ୍ଧକ ପରେ ଏହାର ସମ୍ପୂର୍ଣ୍ଣ ପାଳନ କରିବା ପାଇଁ କମ୍ପାନୀ ଆମେରିକାର ବିଦେଶ ମନ୍ତ୍ରଣାଳୟର ପ୍ରତିନିଧିଙ୍କ ସହିତ ଲଗାତାର ଭାବେ ଆଲୋଚନା କରିଛି । ଆମେରିକା ଅନୁଷଙ୍ଗୀ ବେନେଜୁଏଲାର ସରକାରୀ କମ୍ପାନୀ ପିଡ଼ିବିଏସ୍ଏ ସହିତ ସମସ୍ତ କାରବାର ବନ୍ଦ କରିଛି । ଏହାର ବିଶ୍ୱସ୍ତରୀୟ ମୂଳ କମ୍ପାନୀ ଅଶୋଧିତ ତେଲର କ୍ରୟକୁ ବୃଦ୍ଧିଚ କରି ନାହିଁ । କଟକଣା ଲାଗୁ ହେବା ପରେ ରିଲାଏନ୍ସ ଉଲଟ ପିଡ଼ିଭିଏସ୍ଏକୁ ଥିନର୍ର ଯୋଗାଣ ବନ୍ଦ କରିଛି । ତେବେ ଏହାକୁ ସେ ପର୍ଯ୍ୟନ୍ତ ଆରମ୍ଭ କରାଯିବନି ଯେପର୍ଯ୍ୟନ୍ତ କଟକଣା ନହଟିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କଟକଣାର ଅନୁପାଳନ ପାଇଁ ଆମେରିକା ସରକାରଙ୍କ ସହିତ ଆଲୋଚନା ଜାରି ରହିଛି ।


