ବେପାରୀଙ୍କ କବଜାରେ ଧାନ ମଣ୍ଡି : ଚାଷୀଙ୍କୁ ମିଳୁନି ପ୍ରାଧାନ୍ୟ

ହାଟଡିହି, (ବିକାଶ ବିଶ୍ୱାଳ) :-ଧାନ ବିକ୍ରୀ କରିବା ପାଇଁ ସରକାର ଚାଷୀ ମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ କରିଥିବା କହୁଥିବାବେଳେ ବାସ୍ତବ କ୍ଷେତ୍ରରେ ଚାଷୀମାନେ ସେପରି କୌଣସି ସୁବିଧା ନପାଇ ଶୋଷଣର ଶୀକାର ହେଉଛନ୍ତି । ଲାଭ ମାରୁଛନ୍ତି ମିଲର, ମଣ୍ଡି କର୍ତ୍ତୁପକ୍ଷ ଓ ଦଲାଲ । ଚାଷୀ ନିଜ କଷ୍ଟୋର୍ପାଜିତ ଧାନକୁ ବିକ୍ରୀ କରିବାପାଇଁ ମଣ୍ଡିକୁ ଦୌଡି ଦୌଡି ନୟାନ୍ତ ହେଉଥିବାବେଳେ ବେପାରୀ ମାନେ ରାତାରାତି ଧାନ ବିକ୍ରୀକରି ମାଲେ ମାଲ ହେଉଛନ୍ତି । ଏହାକୁନେଇ ଚାଷୀ ମାନଙ୍କ ଭିତରେ ଅସନ୍ତୋଷ ଦେଖାଦେବା ସହ ଚାଷୀମାନେ କିପରି ସେମାନଙ୍କ ଧାନ ବିକିବେ ସେନେଇ ଚିନ୍ତାରେ ପଡିଛନ୍ତି । ଏପରିକି ଅନେକ ଚାଷୀ ମଣ୍ଡିକୁ ଧାନ ନଆଣି ବହୁ କମ ଦରରେ ଦଲାଲଙ୍କ ହାତରେ ଟେକିଦେବାକୁ ଶ୍ରେୟ ମଣୁଛନ୍ତି । ହାଟଡିହି ବ୍ଲକ ବଡରମ୍ପାସ ସମବାୟ ସମିତିରେ ଏପରି ଅବ୍ୟବସ୍ଥା ହେଉଥିବା ନେଇ ଅଭିଯୋଗ ହୋଇଛି । ଓରାଳି ଗ୍ରାମର ଚାଷୀ ଝିଲି ରାଉତ ଓ ଚନ୍ଦ୍ରକାନ୍ତ ରାଉତଙ୍କ ଅଭିଯୋଗ ଅନୁଯାଇ ସେ୧୦ଏକର ଜମିର ବିକ୍ରୀ ପାଇଁ ଡିସେମ୍ବର ୮ତାରିଖ ଦିନ ରେଜିଷ୍ଟେସନ କରିଥିଲେ । ଝିଲି ରାଉତଙ୍କ ଜାନୁୟାରୀ ୨୧ତାରିଖରେ ୭୫କୁଇଣ୍ଟାଲ ଧାନ ବିକିବା ପାଇଁ ଟୋକନ ଆସିଥିବାବେଳେ ଫେବୃୟାରୀ ୨୫ତାରିଖରେ ଆଉ ୪୯କୁଇଣ୍ଟାଲ ଧାନ ବିକିବା ପାଇଁ ଟୋକନ ଆସିଛି । ସେହିପରି ଚନ୍ଦ୍ରକାନ୍ତ ରାଉତଙ୍କ ଧାନ ବିକିବା ପାଇଁ ରେଜିଷ୍ଟେସନର ଦୁଇମାସ ପରେ ଅର୍ଥାତ ଫେବୃୟାରୀ ୨୫କୁ ଟୋକନ ଆସିଛି । ଜାନୁୟାରୀ ୨୧ତାରିଖ ଟୋକନରେ ଧାନ ବିକିବା ପାଇଁ ସେ ମଣ୍ଡିରେ ଧାନ ପକାଇଥିଲେବି ତାଙ୍କ ଧାନକୁ କିଣାଯାଇ ନଥିଲା । କିନ୍ତୁ ତାଙ୍କ ପରେ ନାମ ପଞ୍ଜିକରଣ କରିଥିବା ଚାଷୀଙ୍କ ଧାନ କେବେଠାରୁ ଉଠା ସରିଲାଣି । ସେମାନଙ୍କ ଧାନକୁ ବିକ୍ରୀ କରିବାରେ ଜାଣିଶୁଣି ବିଳମ୍ବ କରାଯାଉଛି ବୋଲି ଚନ୍ଦ୍ରକାନ୍ତ ଅଭିଯୋଗ କରିଛନ୍ତି । ଗତ କିଛିଦିନ ହେଲା ଅଦିନିଆ ବର୍ଷା ହେଉଥିବା ଯୋଗୁଁ ଓ ଧାନବିକ୍ରୀରେ ଅହେତୁକ ବିଳମ୍ବ ହେଉଥିବାରୁ ସେମାନେ କେଉଁଠି ତାଙ୍କ ଧାନକୁ ସାଇତି ରଖିବେ ସେନେଇ ଚିନ୍ତାରେ ପଡିଛନ୍ତି । ଖାଲି ଏହି ଚାଷୀ ନୁହଁନ୍ତି ବଡରମ୍ପାସ ସମବାୟ ସମିତି ଅଧିନରେ ଥିବା ବଡରମ୍ପାସ, ନୁଆରମ୍ପାସ ଗ୍ରାମର ଅନେକ ଚାଷୀ ଏହି ସମାନ ଅଭିଯୋଗ କରିଛନ୍ତି । ବେପାରୀମାନେ ଚାଷୀଙ୍କ ଠାରୁ କମ ଦରରେ ଧାନ କିଣିନେଇ ସିଧାସଳଖ ମିଲରେ ପକାଉଥିବାବେଳେ ଏଠି କେବଳ ଚାଷୀଙ୍କ ଆଖି ସ୍କାନ କରାଯାଇ ଛଡାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏହାଦ୍ୱାରା ମଣ୍ଡିରେ ବିକିବାକୁ ଚାହିଁ ବସିଥିବା ପ୍ରକୃତ ଚାଷୀ ନାନା ହଇରାଣ ହରକତ ହେଉଛି ବୋଲି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସମିତିର ସମ୍ପାଦକ ଦେବାଶିଷ ଧଳଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସେପରି କୌଣସି ଅନିୟମିତତା ହେଉ ନାହିଁ । ତାଙ୍କର ୨୧ତାରିଖ ପାଇଁ ଟୋକନ ବାହାରିଥିଲା । ସେ ଆଣି ଧାନ ପକାଇଦେଇଥିଲେବି ଆମର ୧୬ତାରିଖର ଧାନ କିଣାଯାଉଥିଲା । ତେଣୁ ତାଙ୍କ ଡେଟ ଆସିଲେ ଆମେ ତାଙ୍କ ଧାନ ଓଜନ କରିବୁ ବୋଲି କହିଥିଲୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ