ବେବି ପାଉଡର୍ ଲଗାଇବା ପୂର୍ବରୁ…

ସବୁ ବାପାମାଆ ତାଙ୍କ ପିଲା ସୁସ୍ଥ ଏବଂ ମଜଭୁତ ରହନ୍ତୁ ବୋଲି ଚାହିଁଥାଆନ୍ତି । ସେଥିପାଇଁ ସେମାନେ ଭିନ୍ନ ଭିନ୍ନ ପ୍ରକାରର ପଦକ୍ଷେପ ନେଇଥାଆନ୍ତି । କିନ୍ତୁ ସେମାନେ ନେଉଥିବା ପଦକ୍ଷେପ ସେମାନଙ୍କ ପିଲା ପାଇଁ କେତେ ଉପକାରୀ ତାହା ସେମାନେ ଜାଣିନଥାନ୍ତି । ଉଦାହରଣ ସ୍ୱରୂପ ଛୋଟ ପିଲାମାନଙ୍କୁ ଖରାଦିନେ ହେଉଥିବା ଝାଳରୁ ରକ୍ଷା କରିବା ପାଇଁ ମା’ମାନେ ପାଉଡର୍ ବ୍ୟବହାର କରିଥାଆନ୍ତି । କିନ୍ତୁ ଏହାର ବ୍ୟବହାର ଛୋଟ ଶିଶୁ ଉପରେ କ’ଣ ପ୍ରଭାବ ପକାଉଛି ତାହା ସେମାନେ ଭାବି ନଥାନ୍ତି । କେଉଁ ଭଳି ଭାବରେ ପାଉଡର ବ୍ୟବହାର କଲେ ଶିଶୁକୁ କ୍ଷତି ପହଞ୍ଚିଥାଏ, ସେ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଗଲା ।
ଛୋଟ ପିଲାମାନଙ୍କୁ ଲଗାତାର ଭାବେ ବେବି ପାଉଡର ଲଗାଇବା ଦ୍ୱାରା ସେମାନଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ବାରମ୍ବାର ପାଉଡର୍ର ବ୍ୟବହାର ଦ୍ୱାରା ଏହା ସେମାନଙ୍କ ନାକକୁ ଯାଇ ନିଃଶ୍ୱାସ ନେବାରେ ବାଧା ସୃଷ୍ଟି କରିଥାଏ । ବେଳେବେଳେ ନିଃଶ୍ୱାସ ବନ୍ଦ ହୋଇଯାଇଥାଏ । ସବୁଦିନ ଲଗାତାର ଭାବେ ବେବି ପାଉଡର୍ ବ୍ୟବହାର ଦ୍ୱାରା ଏହାର କଣିକା ଶିଶୁର ଛାତିରେ ଜମା ହେବାର ଆଶଙ୍କା ରହିଛି । ଏଥିଯୋଗୁଁ ହୃଦ୍ଜନିତ ରୋଗ ଦେଖାଯାଏ । ଯେହେତୁ ଛୋଟ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଏ, ସେଥିପାଇଁ ସେମାନେ ଖୁବ୍ ଶୀଘ୍ର ଅସୁସ୍ଥ ହୋଇପଡ଼ିଥାନ୍ତି । ତେବେ ଯଦି ଆପଣ ଏ ସବୁ ସମସ୍ୟାରୁ ନିଜର ଶିଶୁକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି ତେବେ ଏହି ସବୁ ଉପାୟ ଅବଲମ୍ବନ କରନ୍ତୁ ।
ଶିଶୁକୁ ପାଉଡର ଲଗାଇବା ସମୟରେ ସିଧା ପାଉଡରକୁ ତାଙ୍କ ଉପରେ ପକାଇବା ବଦଳରେ ହାତରେ ପାଉଡର ନେଇ ତାଙ୍କ ଶରୀରରେ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ପାଉଡରର୍ କଣିକା ସେମାନଙ୍କ ନାକକୁ ଯିବ ନାହିଁ । ଯାହା ଫଳରେ ସେମାନେ ଠିକ୍ ଭାବରେ ନିଃଶ୍ୱାସ ନେଇପାରିବେ । ପିଲାମାନଙ୍କୁ କେବେ ହେଲେ ପାଉଡର ଡବା ସହ ଖେଳିବାକୁ ଦିଅନ୍ତୁ ନାହିଁ । ଶିଶୁମାନଙ୍କର ଓଦା ଶରୀରରେ କେବେ ହେଲେ ପାଉଡର ଲଗାନ୍ତୁ ନାହିଁ । ଶରୀରକୁ ଭଲ ଭାବେ ପୋଛିବା ପରେ ହିଁ ପାଉଡର ଲଗାନ୍ତୁ । ଛୋଟ ପିଲାମାନଙ୍କର ଗୁପ୍ତାଙ୍ଗରେ ପାଉଡର୍ ଲଗାନ୍ତୁ ନାହିଁ । ଏହା ଦ୍ୱାରା କ୍ୟାନସର ହେବାର ଆଶଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ