ବେରୁଣପଦି ଗାଁରେ ପସିଲା ଗୟଳ, ଲୋକେ ଆତଙ୍କିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବେରୁଣପଦି ଗାଁରେ ଆଜି ସକାଳୁ ସକାଳୁ ଏକ ଜଂଗଲି ଗୟଳ ପସିଆସିବା ଦ୍ୱାରା ଲୋକେ ଆତଙ୍କିତ ହୋଇପଡିଛନ୍ତି । ସୁଚନାରୁ ଜଣାଯାଇଛି ଯେ ଜଂଗଲି ଗୟଳଟି ଆଜି ଗାଁ ନିକଟସ୍ଥ ପଳାଶବଣିରେ ପସିବାକ୍ଷଣି ସେଠାରେ ରହୁଥିବା ୧୦/୧୫ଟି ଷଣ୍ଢ ଭୟଭୀତ ହୋଇ ଅତିର୍କିତ ଭାବେ ଏଣେତେଣେ ଦୌଡିତବାକୁ ଲାଗିଥିଲେ । ଏହା ଦେଖି କିଛି ଲୋକଙ୍କ ସନେ୍ଦହ ହେବାରୁ ସେମାନେ ପଳାଶବଣିକୁ ଯାଇ ଦେଖିବାରୁ ଏକ ବିରାଟକାୟ ମଇଁଶି ସଦୃଶ ଜୀବ ସେଠାରେ ଥିବା ଓ ଲୋକମାନଙ୍କୁ ଦେଖି ଲୋକଙ୍କୁ ଗୋଡାଇଥିଲା । ପରେ ଏହା ଏକ ଗୟଳ ବୋଲି ଜଣାପଡିଥିଲା । ଏପରିକି ଏହି ଗୟଳଟି ନିକଟରେ ଥିବା ଏକ ସ୍କୁଲର ୮ଫୁଟ ଉଚ୍ଚର ପାଚେରୀକୁ ଶୁନ୍ୟେ ଶୁନ୍ୟେ ଡେଇଁ ପଡିଥିଲା । ଏତେ କ୍ଷୀପ୍ର ବେଗରେ ଦଉଡୁଥିଲା ଯେ ଲୋକମାନେ ଭୟଭୀତ ହୋଇ ପଡିଥିଲା । ଏହି ଖବର ପ୍ରଚାରିତ ହେବାମାତ୍ରେ ଶହଶହ ଲୋକଙ୍କ ଭିଡ ଜମିଥିଲା । ଯେହେତୁ ଏ ଅଞ୍ଚଳରେ କେବେ ଗୟଳ ଦେଖାଯାଇ ନଥାନ୍ତି ସେଥିପାଇଁ ଆଖପାଖ ଗ୍ରାମର ଲୋକମାନେ ଗୟଳ ଦେଖିବାକୁ ପଳାଇ ଆସିଥିଲେ । ଖବରପାଇ ହଦଗଡ ବନବିଭାଗର କର୍ମଚାରୀ, ଭଦ୍ରକ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଚାରିପଟୁ ଠିଆ ହୋଇ ଲୋକମାନଙ୍କୁ ଗୟଳ ପାଖକୁ ନଯିବାକୁ ପରାମର୍ଶ ଦେଇଥିଲେ । ସୋସୋ ଥାନା ପୁଲିସ ପହଞ୍ଚି ଭିଡ ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଥିଲା । ଏହି ଗୟଳ ଦୌଡାଦୌଡି ସମୟରେ ଗ୍ରାମର ୪ଜଣ ବ୍ୟକ୍ତି ଅଳ୍ପ ବହୁତେ ଆହତ ହୋଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ହଦଗଡ ରେଞ୍ଜର ସୁମିତ ମହାନ୍ତି କହିଛନ୍ତି ଯେ ଏ ପ୍ରକାର ଗୟଳ ହଦଗହ ଅଭୟାରଣ୍ୟ ମଧ୍ୟରେ ନାହାନ୍ତି । ହୁଏତ ସିମିଳିପାଳ ଅଭୟାରଣ୍ୟରୁ ପଳାଇ ଆସିଥାଇପାରେ ବୋଲି ସେ ଅନୁମାନ କରୁଥିବା କହିଛନ୍ତି । ଆମର ଷ୍ଟାଫମାନେ ଜଗି ରହି ତାର ଗତିବିଦ୍ଧି ଉପରେ ଲକ୍ଷ ରଖିଛନ୍ତି ବୋଲି ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ