ବେଲଗଡିଆ ପ୍ୟାଲେସରେ ଭାରତ-ଇଟାଲୀ ସଂସ୍କୃତିକ ସନ୍ଧ୍ୟା
ବାରିପଦା,(ମୁରାରୀ ମୋହନ ମହାପାତ୍ର): ଇତିହାସିକ ବେଲଗଡିଆ ପ୍ୟାଲେସ ଠାରେ ଏକ ଭାରତ-ଇଟାଲୀ ସଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇ ଯାଇଛି. ଏହାକୁ ଦି ଉଇକ ଅଫ ଇଟାଲିଆନ କୁଜିନ ଇନ ଦି ୱାର୍ଲଡ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଇଟାଲୀର କଲକାତା ସ୍ଥିତ ଦୂତାବାସଙ୍କ ସହଯୋଗରେ ଆୟୋଜିତ ହୋଇଥିଲା. କାର୍ଯ୍ୟକ୍ରମର ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜ ଦେଓ ଏବଂ ମହାରାଣୀ ରାଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜ ଦେଓ ଭାରତ ଓ ଇଟାଲୀର ଦୁଇ ଗୁରୁତ୍ୱପୂର୍ଣ୍ଣ ସଂସ୍କୃତିକ ଐତିହ୍ୟର ମିଶ୍ରଣ କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ. ଏହି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଭାରତ ଓ ଇଟାଲୀର ସଂସ୍କୃତିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ପ୍ରସିଦ୍ଧ ଇଟାଲୀୟ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଇଲିଆନା ସିତାରିସ୍ତି, ଇଟାଲିୟ ଦୂତବାସ କଲିକତାର କନସୁଲେଟ ଜେନେରାଲ ରିକାରଦ ଦାଲାକସ୍ତା ପ୍ରମୁଖ କହିଥିଲେ. ମୟୁରଭଞ୍ଜ ରାଜକୁମାରୀ ଅକ୍ଷିତା ଭଞ୍ଜଦେଓ ସ୍ୱାଗତ ଭାଷଣ ରଖି ଆଗାମୀ ଦିନରେ ଭାରତ – ଇଟାଲୀ ସାଂସ୍କୃତିକ ସମନ୍ଧ ରେ ନିବିଡତା ପାଇଁ ବେଲଗଡିଆ ପ୍ୟାଲେସ ବହୁ କାର୍ଯ୍ୟକ୍ରମ ହାତକୁ ନେବ ବୋଲି କହିଥିଲେ. ଅନେକ ସଂସ୍କୃତି ପ୍ରେମୀ ଅତିଥି ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏକ ଅଦ୍ଭୁତ ଅନୁଭବର ମଜା ଉଠାଇଥିଲେ. ବେଲଗଡିଆ ପ୍ୟାଲେସ ପ୍ରତିବର୍ଷ ଏପରି କାର୍ଯ୍ୟକ୍ରମ ଆୟୋଜନର ମାଧ୍ୟମରେ ଦେଶୀ ଓ ଆନ୍ତର୍ଜାତୀୟ ସାଂସ୍କୃତିକ ସମ୍ପର୍କ ବଢ଼ାଇବାର ପ୍ରଚେଷ୍ଟା ଜାରି ରଖି ଥିବାରୁ ପ୍ରଶଂସା କରିଥିଲେ. ଏହି ଅବସରରେ ପ୍ରସିଦ୍ଧ ଇଟାଲୀୟ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଇଲିଆନା ସିତାରିସ୍ତି ଏକ ଅପୂର୍ବ ଓଡିଶୀ ନୃତ୍ୟ ପ୍ରଦର୍ଶନକରିଥିଲେ. ପରେ ପରେ ପ୍ରଜେକ୍ଟ ଛାଉଣି ତରଫରୁ ବିଶ୍ୱ ପ୍ରସିଦ୍ଧ ମୟୁରଭଞ୍ଜ ଛଉ ନୃତ୍ୟ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା.