ବେଲଗାଁରେ ମୋ ଗାଁ- ସ୍ୱଛ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ବେଲଗାଁ ଗ୍ରାମ ପଂଚାୟତରେ ସ୍ୱଛତା ନେଇ ମୋ ଗାଁ- ସ୍ୱଛ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଗାଁର ସୁଯୋଗ୍ୟ ସନ୍ତାନ ତଥା ବିଖ୍ୟାତ ବୈଜ୍ଞାନିକ କୈଳାଶ ସାହୁ, ରାଜ୍ୟ ସରକାରଙ୍କ ଦ୍ୱାରା କବି ସମ୍ରାଟ ଉପେନ୍ଦ୍ରଭଂଜ ସମ୍ମାନରେ ସମ୍ମାନିତ ତଥା ଦାସକାଠିଆ ଗାୟକ ଉପେନ୍ଦ୍ର ପାଣିଗ୍ରାହୀ, ସରଂପଚ ତ୍ରିନାଥ ପାଣିଗ୍ରାହୀ, ସମିତିସଭ୍ୟ କେ. ଦଣ୍ଡପାଣି ଆଚାରୀ ପ୍ରମୁଖ ଯୋଗଦେଇ ଗାଁକୁ ସ୍ୱଛ ରଖିବା ପାଇଁ ଗ୍ରାମବାସୀଙ୍କୁ ଶପଥ ପାଠ କରାଇଥିଲେ । ଏଥି ସହ ଗାଁକୁ ସଫା କରିବା ଦିଗରେ ପ୍ରତ୍ୟେହ ଗ୍ରାମବାସୀ ନିଜସ୍ୱ ଇଛାରେ କାମ କରିବା ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ