ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟର ଏକ ସ୍ୱତନ୍ତ୍ର ଡ଼ାକ୍ତରୀ ଦଳର ୩ ଜଣିଆ ଟିମ୍ ହିଂଜିଳି ବ୍ଳକ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ ଗ୍ରସ୍ଥ କରିଥିଲେ । ରାଜ୍ୟ ଚାଇଲ୍ଡ ହେଲଥ୍ ଅଫିସରଙ୍କ ସମେତ ନୋଡ଼ାଲ ହେଲଥ୍ ଅଫିସର ଓ ମେଂଟରମାଲ ହେଲଥ୍ ଅଫିସର ଅଚାନକ ଡ଼ାକ୍ତରଖାନା ପରିଦର୍ଶନ କରିବା ସହ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ସହ ଚିକିତ୍ସା ସୁବିଧା, ଖାଦ୍ୟପେୟ, ଆବଶ୍ୟକୀୟ ଔଷଧ ଠିକ୍ ଭାବେ ଓ ମିଳୁଛି କି ନାହିଁ ପଚାରି ବୁଝୀବା ସହ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ପରିଷ୍କାର, ପରିଛନ୍ନ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ସ୍ୱତନ୍ତ୍ର ଡ଼ାକ୍ତରୀ ଦଳଙ୍କ ଗ୍ରସ୍ତ ସମୟରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା. ଅନିଲ କୁମାର ରଥ, ଡ଼ାକ୍ତର ସସ୍ମିତା ବେହେରା, ଡ଼ାକ୍ତର ଅଙ୍କିତା ଦାଶ, ଡ଼ାକ୍ତର ପୁଷ୍ପାଂଜଳି ପ୍ରଧାନ, ବିପିଏମ ଶଶାଙ୍କ ଶେଖର ପଣ୍ଡା, ପାର୍ମାସିଷ୍ଟ ତ୍ରିନାଥ ବେହେରା, ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଂଜୟ ପାଣିଗ୍ରାହୀଙ୍କ ସମେତ ଡ଼ାକ୍ତରଖାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।