ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଲେ ରାଜ୍ୟ କାୟାକଳ୍ପ ଟିମ୍‌

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ଓ ଜିଲ୍ଲା କାୟାକଳ୍ପ ଟିମ୍‌ର ଏକ ୫ ଜଣିଆ ଡ଼ାକ୍ତରୀ ଦଳ ସ୍ଥାନୀୟ ବ୍ଳକ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟଶୈଳୀର ଅନୁଧ୍ୟାନ ଓ ସମୀକ୍ଷା କରି ଫେରିଛନ୍ତି । ରାଜ୍ୟ କାୟାକଳ୍ପ ଟିମ୍‌ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡ଼ାକ୍ତର ପୁଷ୍ପାଞ୍ଜଳି ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ପରାମର୍ଶଦାତା ଡ଼ାକ୍ତର ବିଜୟ କୁମାର ଷଡ଼ଙ୍ଗି, ଜାପାଇଗୋ ପରାମର୍ଶଦାତା ଡ଼ାକ୍ତର କେ. ଋଶ୍ମି, ଗଞ୍ଜାମ ଜିଲ୍ଲା ଆଶା ସହକାରୀ ପରିଚାଳକ ଆଶିଷ କୁମାର ମିଶ୍ର ଓ ଭିଭିଡ଼ି ପରାମର୍ଶଦାତା ସୁଜିତ କାର୍ଜି ସଂପୃକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଂହଚିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁମାର ରଥଙ୍କ ସହ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ଆଲୋଚନା କରି ନଥିପତ୍ର ଯାଂଚ କରିଥିଲେ । ପରେ ଉପଖଣ୍ଡ ଚିକିତ୍ସାଳୟର ସଭାକକ୍ଷ, ଚକ୍ଷୁ ଚିକିତ୍ସା ପ୍ରକୋଷ୍ଠ, ଅନ୍ତ ବିଭାଗ ପ୍ରକୋଷ୍ଠ, ବହିଁ ବିଭାଗ ପ୍ରକୋଷ୍ଠ, ସ୍ତ୍ରୀ ଓ ପ୍ରସୂତୀ ପ୍ରକୋଷ୍ଠ, ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ର, ମୋ ଔଷଧୀୟ ବଗିଚା, ଔଷଧ ଗୋଦାମ ଗୃହ, ନିରାମୟ ଔଷଧ ବିତରଣ କେନ୍ଦ୍ର, ଅସ୍ତ୍ରପଚାର ଗୃହ, ମାଇନର ଓଟି, , ସମ୍ମନିତ ରୋଗ ନିଦାନ କେନ୍ଦ୍ର, ରୋଗୀଙ୍କ ସକାଶେ ଉଦ୍ଧିଷ୍ଟ ଶୌଚାଳୟ ଓ ଡ଼ାକ୍ତରଖାନା ପରିସରର ପରିଷ୍କାର ଓ ପରିଚ୍ଛନତା ସହ ପାନୀୟ ଜଳ ଯୋଗାଣ ସହ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ ସମ୍ପର୍କରେ ବିଭାଗୀୟ ଡ଼ାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ । ବିଶେଷ ଭାବେ ଡ଼ାକ୍ତରଖାନାର ସଫେଇ, ପରିଚାଳନା, ଚିକିତ୍ସା ସେବା, ସ୍ୱଚ୍ଛତା ଆଦି ପ୍ରସଙ୍ଗରେ ଅନୁଧ୍ୟାନ କରି ଅଧିକ ଯତ୍ନବାନ ହେବାକୁ ଟିମ୍ ସଦସ୍ୟ ମାନେ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସକଙ୍କ ସେବା ପ୍ରବୃତ କାର୍ଯ୍ୟଧାରା ଓ କର୍ମଚାରୀ ମାନଙ୍କ ନିଷ୍ଠାପର କର୍ତବ୍ୟ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ରାଜ୍ୟ କାୟାକଳ୍ପ ଟିମ୍ ପରିଦର୍ଶନ ସମୟରେ ଡ଼ାକ୍ତର ସସ୍ମିତା ବେହେରା, ଡ଼ାକ୍ତର ଅରୁଣ କୁମାର ନାୟକ, ଡ଼ାକ୍ତର ସିଦ୍ଧାନ୍ତ ସାହୁ, ଦନ୍ତ ଚିକିତ୍ସକ ଡ଼ାକ୍ତର ଅଙ୍କିତା, ବିପିଏମଓ ଶଶାଙ୍କ ୋଖର ପଣ୍ଡା, ହିସାବ ରକ୍ଷକ ସନ୍ତୋଷ କୁମାର ସାହୁ, କାର୍ଯ୍ୟରତ ଫାର୍ମାସିଷ୍ଟ, ଷ୍ଟାପନର୍ସ, ଏଏନଏମ, ସଫେଇ କର୍ମଚାରୀ, ଆଟେଣ୍ଡାଂଟଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ