ବେଲଗୁଣ୍ଠା,ଏନ ଏ ସି ରେ ପ୍ରଦଶନୀ ମେଳା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ନୋଡାଲ ଜି ଟି ହାଇସ୍କୁଲ, ବେଲଗୁଣ୍ଠା ତତ୍ୱାବଧାନରେ ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ ଏକ “ବର୍ଜ୍ୟବସ୍ତୁ ରୁ ବ୍ୟବହାରିକ ସୌନ୍ଦର୍ଯ୍ୟ ସାମଗ୍ରୀ ପ୍ରଦର୍ଶନୀ ମେଳା ” କାର୍ଯ୍ୟକ୍ରମ ସ୍ଥାନୀୟ ଜି ଟି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି | ବାଳିକା ଉଚ୍ଚ ବିଦ୍ୟାଳୟ, ବେଲଗୁଣ୍ଠା ମହିଳା ବିଜ୍ଞାନ ମହାବିଦ୍ୟାଳୟ, ସାଇ ଶିଳ୍ପ ତାଲିମ କେନ୍ଦ୍ର, ନୋଡାଲ ଜି ଟି ହାଇସ୍କୁଲ, ବିଜ୍ଞାନ ମହାବିଦ୍ୟାଳୟ ବେଲଗୁଣ୍ଠା ଏହି ପ୍ରଦର୍ଶନୀ ମେଳାରେ ବିଭିନ୍ନ ବ୍ୟବହାରିକ ସୌନ୍ଦର୍ଯ୍ୟ ଉପକରଣ ପ୍ରସ୍ତୁତି କରି ପ୍ରଦର୍ଶନ କରିଥିଲେ |ବର୍ଜ୍ୟବସ୍ତୁ ପ୍ରତି ଲୋକମାନଙ୍କର ନକାରାତ୍ମକ ଦୃଷ୍ଟିଭଙ୍ଗୀ ରେ ପରିବର୍ତ୍ତନ ଆଣିବା ସଙ୍ଗେ ସଙ୍ଗେ ବର୍ଜ୍ୟବସ୍ତୁ ମୁକ୍ତ ସହର ଗଠନପାଇଁ ଛାତ୍ର ଛାତ୍ରୀ ଙ୍କ ଏଭଳି ଅଭିନଵ କାର୍ଯ୍ୟକ୍ରମ ବାସ୍ତବରେ ମାନବ ସମାଜ ପାଇଁ ପ୍ରେରଣାଦାୟକ |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତହସିଲଦାର ମନୋଜ ପ୍ରଭାକର କଜୁର, ସମ୍ମାନିତ ଅତିଥି ଭାବେ ନିର୍ବାହୀ ଅଧିକାରୀ ଏସ ରାକେଶ କୁମାର ପାତ୍ର, ଏବଂ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ମହାରଣା ଙ୍କ ସମେତ ବେଲଗୁଣ୍ଠା ଏନ ଏ ସି ର ପାରିଷଦ ସଭ୍ୟ ସଭ୍ୟାଯୋଗଦେଇଥିଲେ | ବେଲଗୁଣ୍ଠା ଏନ ଏ ସି ର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ସହର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ