ବେଲଗୁଣ୍ଠାରେ ଦ୍ୱିତୀୟ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଦ୍ୱିତୀୟ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ସିଆରସିସି କାର୍ତ୍ତିକେୟ ସେଠୀଙ୍କ ଅଧ୍ୟକ୍ଷତାରେ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ଅନୁଷ୍ଠିତ ଦ୍ୱିତୀୟ ମାସିକ ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ନନ୍ଦ,ଶାନ୍ତିଲତା ବେହେରା, ସୁଚରିତା ଗୌଡ଼, ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ, ବିଷ୍ଣୁପ୍ରସାଦ ବେହେରା,ଶିବରାମ ବେହେରା, ରାମଚନ୍ଦ୍ର ବେହେରା, ଗଙ୍ଗାଧର ସ୍ଵାଇଁ, ଶିଶିର କୁମାର ସ୍ୱାଇଁ,ସତ୍ୟନାରାୟଣ ପ୍ରଧାନ ଏବଂ ଶୀତଳ ପ୍ରସାଦ ଜେନା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଏହି ବୈଠକରେ ବିଦ୍ୟାଳୟ ସ୍ତରରେ ମୌଳିକ ସାକ୍ଷରତା ଏବଂ ସାଂଖ୍ୟାଜ୍ଞାନ କାର୍ଯ୍ୟକ୍ରମର ଆବଶ୍ୟକତା ଏବଂ ଏହାର ସଫଳ କାର୍ଯ୍ୟକାରିତା,ପୋଷାକ ବିତରଣ,ମୋ ଡ଼ାଏରୀ ବଣ୍ଟନ ସହିତ ବିଭିନ୍ନ ବିଦ୍ୟାଳୟରେ ଥିବା ସମସ୍ୟା ଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲା I ସେହିପରି ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଅଳକା କୁମାରୀ ପଣ୍ଡାଙ୍କ ଦ୍ୱାରା ଉଦ୍ଘାଟିତ ତଥା ସିଆରସିସି ନିରଞ୍ଜନ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦୁପଦର କ୍ଳଷ୍ଟର୍ ସ୍ତରୀୟ ବୈଠକରେ ପ୍ରଧାନ ଶିକ୍ଷକ ଭଗବାନ ସ୍ୱାଇଁ, ହିମାଂଶୁ ଶେଖର ନାୟକ, ନାରାୟଣ ସ୍ଵାଇଁ, ଜୟରାମ ବେହେରା,ଦ୍ୱିତୀକୃଷ୍ଣ ବେହେରା, ବସନ୍ତ କୁମାର ପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ପାତ୍ର, ରୀତା ବେହେରା,ଅର୍ଚ୍ଚନା ପରିଡ଼ା ପ୍ରମୁଖ ଅଂଶଗ୍ରହଣ କରିଥିଲେ I ସେହିପରି ବେଲଗୁଣ୍ଠା ବ୍ଳକ୍ ର କ୍ଷତ୍ରିୟବରପୁର,ଏନ୍.ପି.ଶାସନ ଗୋବରା,
ନେଟଙ୍ଗା,ବଡ଼ପଡ଼ା,ପାଟୁଳିସାହି,ତନରଡା,ମଙ୍ଗଳପୁର,ଆମ୍ବପୁଆ,ଉଢୁରା କ୍ଲଷ୍ଟର୍ ସ୍ଥାନୀୟ ସିଆରସିସିମାନଙ୍କ ତତ୍ତ୍ୱାବଧାନରେ ଏହି ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ