ବେଲଗୁଣ୍ଠାରେ ପଜିଟିଭ ଚିହ୍ନଟ ପରେ ତିନି ଗାଁକୁ ସିଲ୍ କଲା ପ୍ରଶାସନ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ): ବେଲଗୁଣ୍ଠା ବ୍ଲକ୍ ରୁ ସୋମବାର ଦିନ ଆଉ ଚାରି ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ପୂର୍ବରୁ ଚାରି ଜଣ ବ୍ୟବସାୟୀ ଚିହ୍ନଟ ହୋଇଥିବା ବେଳେ ସୋମବାର ଚିହ୍ନଟ ହୋଇଥିବା ଆଉ ଚାରି ମଧ୍ୟ କ୍ଷୁଦ୍ର ବ୍ୟବସାୟୀ ଓ ଏମାନଙ୍କ ପଜିଟିଭ ଜଣା ପଡ଼ିବା ପରେ ବେଲଗୁଣ୍ଠା ବ୍ଲକ ବଙ୍କା ପଞ୍ଚାୟତରେ ପୋଜୀଟିଉବ ସଂଖ୍ୟା ୮ ରେ ପହଞ୍ଚିଛି ଓ ଏଥି ମଧ୍ୟରେ ବଙ୍କା ପଞ୍ଚାୟତ ଗୀରୀସୋଲ ଗ୍ରାମର ୬ ଜଣ ଓ ଜିରୋଳି ଗ୍ରାମର ୨ ଜଣ ଅନ୍ତର୍ଭୁକ୍ତ ଓ ଗତ ଶୁକ୍ରବାର ଓ ଶନି ବାର ମଧ୍ୟରେ ବଙ୍କା ପଞ୍ଚାୟତ ଓ ଅମ୍ବପୂଆ ପଞ୍ଚାୟତର ୧୨ ଜଣ ବ୍ୟକ୍ତିଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା ଓ ସେମାନଙ୍କ ମଧ୍ୟରୁ ରବିବାର ଓ ସୋମବାର ଦୁଇ ଦିନ ମଧ୍ୟରେ ୮ ଜଣଙ୍କ ପଜିଟିଭ ବାହାରିଥିବା ସ୍ପଷ୍ଟ ହେବା ପରେ ସୋମବାର ସକାଳେ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ତରଫରୁ ଗିରି ସୋଲା ଓ ଜିରୋଳି ଗ୍ରାମକୁ ସାନିଟାଇଜ କରାଯାଇଥିବା ବେଳେ ଆଜି କୀର।ପୋଲୀ ଗ୍ରାମକୁ ମଧ୍ୟ ସାନିଟାଇଜ କରାଯାଇଛି ଓ ଏହା ସହ ଗୀରୀସୋଲା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ, ଜିରୋଳି ଓ କୀର।ପୋଲୀ ଗ୍ରାମକୁ ବଫର୍ ଜୋନ ପରିସର ଭୁକ୍ତ କରାଯାଇଛି ଓ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରାଙ୍କୁ ନିର୍ବାହୀ ମାଜିଷ୍ଟ୍ରେଟ୍ ଦାୟିତ୍ଵ ପ୍ରଦାନ କରାଯାଇଛି ଓ ବେଲଗୁଣ୍ଠା ବିଡିଓ ଶଶୀ ଭୂଷଣ ମହାପାତ୍ର ଓ ତହସିଲଦାର ସରୋଜ କୁମାର ବେହେରା ମିଳିତଭାବେ ଉପସ୍ଥିତ ରହି ଏହି ତିନୋଟି ଗ୍ରାମକୁ ବାଉଁଶ ବେରିକେଟ କରି ସଂପୂର୍ଣ୍ଣ ସିଲ୍ କରିଛନ୍ତି ଓ କୌଣସି ବାହାର ବ୍ୟକ୍ତି ଏହି ଗ୍ରାମକୁ ପ୍ରବେଶ କରିବା କିମ୍ବା ଗ୍ରାମବାସୀ ମାନେ ଗାଁ ବାହାରକୁ ଯିବାକୁ ନିଷିଦ୍ଧ କରାଯାଇଛି ଓ ଅତି ଆବଶ୍ୟକୀୟ ଜିନିଷ ପ୍ରଶାସନ ଯୋଗାଇ ଦେବା ସହ କୌଣସି ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା ପାଇଁ ଆବଶ୍ୟକୀୟ ସ୍ଥଳେ ଡାକ୍ତରୀ ଟିମ ଗ୍ରାମକୁ ଯାଇ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପ୍ରକାଶ କରିଛି ଓ ଜିରୋଳି ରୁ ଚିହ୍ନଟ ହୋଇଥିବା ଦୁଇ ଜଣ ଜାକ ପୁରୁଷ ହୋଇଥିବା ବେଳେ ଜଣେ ୪୮ ବର୍ଷୀୟ ରାସନ ଦୋକାନୀ ଓ ଆଉ ଜଣେ ୫୦ ବର୍ଷୀୟ ବରା ପକୁଡି ବିକ୍ରି କରୁଥିବା କ୍ଷୁଦ୍ର ବ୍ୟବସାୟୀ ବୋଲି ଜଣା ପଡ଼ିଛି ଓ ଗିରି ସୋଲା ରୁ ଚିହ୍ନଟ ହୋଇଥିବା ୬ ଜଣଙ୍କ ମଧ୍ୟରେ ୩ ଜଣ ରାସନ ଦୋକାନୀ ଯଥାକ୍ରମେ ୪୦,୫୦ ଓ ୫୧ ବର୍ଷୀୟ ବୟସ୍କ ହୋଇଥିବା ବେଳେ ୬୦ ଓ ୫୪ ବର୍ଷୀୟ ଦୁଇ ଜଣ ଜଳଖିଆ ଦୋକାନୀ ଓ ୨୩ ବର୍ଷୀୟ ଜଣେ ପାଣି ପୁରୀ ଦୋକାନୀ ଅନ୍ତର୍ଭୂକ୍ତ ଓ ସମସ୍ତ ୮ ଜଣଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ଜଣା ପଡ଼ିଛି ଓ ସଂକ୍ରମିତଙ୍କ ପରିବାର ବର୍ଗ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଗ୍ରାମ ବାସୀଙ୍କୁ ସଙ୍ଗ ରୋଧ ରେ ରଖାଯାଇଛି ଓ ପର୍ଯ୍ୟାୟ କ୍ରମେ ସମସ୍ତଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ବିଡିଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ଓ ଚିହ୍ନଟ ହୋଇଥିବା ସମସ୍ତ ୮ ଜଣ ବ୍ୟବସାୟୀ ହୋଇଥିବାରୁ ୨୦୦ ରୁ ଊର୍ଦ୍ଧ୍ଵ ବ୍ୟକ୍ତି ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଜଣା ପଡ଼ିଛି ଓ ସମସ୍ତ ବ୍ୟବସାୟୀ ବେଲଗୁଣ୍ଠା ରୁ ଜିନିଷ କିଣି ଗ୍ରାମରେ ବିକ୍ରି କରୁଥିବାରୁ ବେଲଗୁଣ୍ଠା ବ୍ୟବସାୟୀ ମହଲରେ ଆତଙ୍କ ଖେଳି ଯାଇଛି ଓ ଗିରିସୋଲା,ଜିରୋଳି, କୀର।ପୋଲୀ, ବଙ୍କା, କାଳପଙ୍କ।ଳ,ପଥରାପୋଲି, ଅମ୍ବପୂଆ ,ଚଢିଆପୋଲି ସମେତ ବେଲଗୁଣ୍ଠା ଏବଂ ଏହାର ଆଖପାଖ ଅଞ୍ଚଳରେ କୋକୁଆ ଭୟ ଦେଖା ଦେଇଛି ଓ ଭୟଭୀତ ନ ହୋଇ ସମସ୍ତ ନୀତି ନିୟମ ମାନି ଏହାର ମୁକାବିଲା କରିବାକୁ ଲୋକଙ୍କ ମନରେ ପ୍ରଶାସନ ସାହସ ଦେଉଥିବା ଦେଖିବାକୁ ମିଳିଛି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ