ବେଲଗୁଣ୍ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା; ମୋଟ ୯୭ ପ୍ରକଳ୍ପ ପ୍ରଦର୍ଶିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଲଗୁଣ୍ଠା ସ୍ଥିତ ଘୁମୁସର ବୈଷୟିକ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ୍ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ମାନ୍ୟବର ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଉଦ୍ଘାଟକ ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବାବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ କୁମାର ଶତପଥୀ,ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, କାଉନସିଲର୍ ଦିବ୍ୟରଞ୍ଜନ ଦାସ,ଭାସ୍କର ପାତ୍ର, ପ୍ରଦୀପ ସେଠୀ, ବିଶ୍ଵନାଥ ଦଳାଇ,ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ସାଂସଦ ପ୍ରତିନିଧି ସନ୍ତୋଷ ସ୍ୱାଇଁ ସାଂଗଠନିକ ସମ୍ପାଦିକା ତଥା ଜିଟି ହାଇସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଏହି କାର୍ଯ୍ୟକ୍ରମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରୁ ମୋଟ ୯୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା I ଏଥିରେ ବିଚାରକ ଭାବେ ବିଜ୍ଞାନ ଅଧ୍ୟାପକ ଡଃ. ପ୍ରଦ୍ୟୁମ୍ନ କୁମାର ସାହୁ ଏବଂ ବିରେନ୍ କୁମାର ମହାପାତ୍ର ଯୋଗ ଦେଇ ଜିଲ୍ଳା ସ୍ତରକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଞ୍ଜନା ବେହେରା ଏବଂ ଧୂମୂଛାଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଂଶୁମାନ ପ୍ରଧାନଙ୍କ ପ୍ରକଳ୍ପକୁ ମନୋନୀତ କରିଥିବା ବେଳେ ଉଚ୍ଚ ବିଦ୍ୟାଳୟ ସ୍ତରରେ ବେଣୀପଲ୍ଲୀ ଉଚ୍ଚ ବିଦ୍ୟାଳୟର ସୁମନ ନାୟକ ଏବଂ ଆମ୍ବପୁଆ ଉଚ୍ଚ ବିଦ୍ୟାଳୟର ଆରତୀ ସାହୁଙ୍କ ପ୍ରକଳ୍ପକୁ ମନୋନୀତ କରିଥିଲେ I କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି ତଥା କାର୍ତ୍ତିକେୟ ସେଠୀ, ସୁଧୀର ଦାସ,ବିଦେଶୀ ବାଡତ୍ଯା, ନିକୁଞ୍ଜ ନାୟକ, ସନ୍ତୋଷ ନାୟକ,ପବିତ୍ର ମୋହନ ଶତପଥି,ମଧୁସୂଦନ ସେଠୀ, ନୀଳକଣ୍ଠ ନନ୍ଦ,ପ୍ରଶାନ୍ତ ପଟ୍ଟନାୟକ,ରମେଶ୍ ପାଣିଗ୍ରାହୀ ଶଙ୍କର ସେଠୀ ସହଯୋଗ କରିଥିଲେ I ଶିକ୍ଷକ ବାଳକୃଷ୍ଣ ସାବତ,ସନ୍ତୋଷ ପଟ୍ଟନାୟକ, ବସନ୍ତ ଜେନା, ଅଶୋକ ବେହେରା ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ