ବେଲଗୁଣ୍ଠାରେ ବ୍ଳକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ପ୍ରତିଭାର ଅନ୍ଵେଷଣ ପାଇଁ ଆଜି ବେଲଗୁଣ୍ଠା ବ୍ଳକ୍ ତନରଡ଼ା ଆର୍ଯ୍ୟକନ୍ୟା ଗୁରୁକୁଳ ପରିସରରେ ବ୍ଳକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଆଜି ସକାଳ 10 ଘଟିକା ସମୟରେ ଆର୍ଯ୍ୟକନ୍ୟା ଗୁରୁକୁଳର ପ୍ରାଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଏବଂ ମୁଖ୍ୟ ଅତିଥି ଭାବେ ତନରଡ଼ା ପଂଚାୟତ ସରପଞ୍ଚ ସସ୍ମିତା ପାଠୀ ଯୋଗ ଦେଇ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ I ଏଥିରେ ଉଚ୍ଚ ବିଦ୍ୟାଳୟ ସ୍ତରରୁ 30 ଟି ପ୍ରକଳ୍ପ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ 66 ଟି ପ୍ରକଳ୍ପ ନେଇ ଅଂଶଗ୍ରହଣ କରିଥିଲେ I ଅତିଥିମାନେ ସମସ୍ତ ପ୍ରକଳ୍ପ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଅପରାହ୍ଣ ସମୟରେ ଏହି ବିଜ୍ଞାନ ମେଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା I ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ଯୋଗ ଦେଇ ଶିକ୍ଷାର୍ଥୀଙ୍କ ମନରେ ବୈଜ୍ଞାନିକ ଚେତନା ଜାଗ୍ରତ କରାଇବା ଆମର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ୍ ବୋଲି ନିଜ ବକ୍ତବ୍ୟରେ କହିଥିଲେ I ସେହିପରି ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ବେଲଗୁଣ୍ଠା ପଂଚାୟତ ସମିତି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, 49 ନମ୍ବର୍ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ତନରଡ଼ା ପଂଚାୟତ ସମିତି ସଭ୍ୟ ଅଯୋଧ୍ୟା ବେହେରା ଯୋଗ ଦେଇ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିବା ସହିତ ଏଥିରେ ଉତ୍କୃଷ୍ଟତା ପ୍ରତିପାଦନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ସ୍ତରରୁ ଆର୍ଯ୍ୟକନ୍ୟା ଗୁରୁକୁଳ ଛାତ୍ରୀ ସ୍ନେହମୟୀ ନାୟକ,ବେଲଗୁଣ୍ଠା ବୈଷୟିକ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଭବାନୀ ଗୌଡ଼ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ବେଲଗୁଣ୍ଠା ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଇତିଶ୍ରୀ ସାମଲଙ୍କ ପ୍ରକଳ୍ପ ଜିଲ୍ଳା ସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇଥିଲା I ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସୁବ୍ରତ ପାତ୍ର, ସନ୍ତୋଷ କୁମାର ପଟ୍ଟନାୟକ,ବାଳକୃଷ୍ଣ ସାବତ,ଶଙ୍ଖନାଦ ସେନାପତି,ଅଶୋକ ବେହେରା, ସିଆରସିସି କାର୍ତ୍ତିକେୟ ସେଠୀ, ବିଦେଶୀ ବାଡତ୍ଯା,ସୁଧୀର ଦାସ,ନିକୁଞ୍ଜ ନାୟକ ,ନୀଳକଣ୍ଠ ନନ୍ଦ, ସନ୍ତୋଷ ନାୟକ,ପ୍ରଶାନ୍ତ ପଟ୍ଟନାୟକ,ଶଙ୍କର ନାରାୟଣ ସେଠୀ, ପବିତ୍ର ଶତପଥି,ମଧୁସୂଦନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ତନରଡ଼ା ଆର୍ଯ୍ୟକନ୍ୟା ଗୁରୁକୁଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସବିତା କୁମାରୀ ମଲ୍ଲିକ ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ I