ବେଲଗୁଣ୍ଠାରେ ବ୍ଳକ୍ ସ୍ତରୀୟ ସ୍ୱାସ୍ଥ୍ୟମେଳା 

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଭାରତବର୍ଷର 75 ତମ ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ରେ ଏକ ବ୍ଳକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ସ୍ଵାସ୍ଥ୍ୟମେଳାକୁ ଉଦ୍‌ଘାଟନ କରିଥିଲେ I କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ,ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, ବେଲଗୁଣ୍ଠା ଗୋଷ୍ଠୀ ଊନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ବେଲଗୁଣ୍ଠା ତହସିଲଦାର ଧରଣୀଧର ବେହେରା , ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ,କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ ପାତ୍ର ଏବଂ ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ମେଳାରେ ଅଂଶଗ୍ରହଣ କରିବା ପାଇଁ ଜନ ସାଧାରଣଙ୍କୁ ଉତ୍ସାହିତ କରିଥିଲେ I ଏହି ସ୍ଵାସ୍ଥ୍ୟ ମେଳାରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଏବଂ କର୍ମଚାରୀଙ୍କ ସମେତ ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ଭଗବାନ ସାହୁ,ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ମହାପାତ୍ର,ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅନୀଲ ଚୌଧୁରୀ ଏବଂ ଭେଷଜ ବିଭାଗର ଡ଼ାକ୍ତର ସୀମାଞ୍ଚଳ ମହାରଣା ଉପସ୍ଥିତ ରହି ଲୋକଙ୍କ ସ୍ଵାସ୍ଥ୍ୟ ଯାଞ୍ଚ୍ ଏବଂ ଚିକିତ୍ସା କରିଥିଲେ I ଏହି ଅବସରରେ ଭେଷଜ ବିଭାଗରେ ସର୍ବାଧିକ 139 ଜଣଙ୍କର ସ୍ୱାସ୍ଥ୍ୟ ଯାଞ୍ଚ୍ ହୋଇଥିବା ବେଳେ ଶିଶୁ ବିଭାଗରେ 55,ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ 119, ଦାନ୍ତ ବିଭାଗରେ 18, ଚକ୍ଷୁ ବିଭାଗରେ 91, ହୋମିଓପାଥିକ ବିଭାଗରେ 69,ଆୟୁର୍ବେଦିକ୍ ବିଭାଗରେ 96, ଯୋଗ ବିଭାଗରେ 20,ଅଣସଂକ୍ରମିତ ରୋଗ ସ୍କ୍ରିନିଂ ବିଭାଗରେ 58, ଟିବି ସ୍କ୍ରିନିଙ୍ଗ୍ ରେ 60,ଆଇସିଟିସି କାଉନସେଲିଂରେ 36 ଏବଂ ଇ-ସଞ୍ଜିବନୀ ବିଭାଗରେ 10 ଜଣଙ୍କ ସ୍ଵାସ୍ଥ୍ୟ ଯାଞ୍ଚ୍ କରାଯିବା ସହିତ ଆଯୂଷ୍ମାନ୍ ଭାରତ ଯୋଜନାରେ 50 ଜଣ ହିତାଧିକାରୀଙ୍କୁ ସ୍ଵାସ୍ଥ୍ୟ କାର୍ଡ୍ ବଣ୍ଟନ କରାଯାଇଥିଲା I ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଡ଼ାକ୍ତର ସନ୍ତୋଷ ବିଶ୍ୱାଳ, ଡ଼ାକ୍ତର ଶୁଭମ୍ ପାତ୍ର, ଆୟୂଷ ମେଡିକାଲ୍ ଅଧିକାରୀ ଡ଼ାକ୍ତର ସରୋଜ ପ୍ରଧାନ,ଡ଼ାକ୍ତର ପାଣ୍ଡବ ସ୍ୱାଇଁ, ଡ଼ାକ୍ତର ଶୃତିବିଜିତା ରଥ,ବିପିଏମ୍ ଦୁର୍ଗାପ୍ରସାଦ ପଟ୍ଟନାୟକ, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡା, ବିଏଏମ୍ ଦିଲ୍ଲୀପ୍ କୁମାର ସାହୁ, ଏଲ୍.ଏଚ୍.ଭି ମାନସୀ ଦାସ,ମହିଳା ଏବଂ ଶିଶୁ ବିକାଶ ଅଧିକାରିଣୀ ଗାୟତ୍ରୀ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏଥିରେ ବ୍ଳକ୍ ର ସମସ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଏବଂ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ I ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ ମାଧ୍ୟମରେ ଜନ ସାଧାରଣଙ୍କୁ ସ୍ଵାସ୍ଥ୍ୟ ରକ୍ଷା ସମ୍ପର୍କରେ ସଚେତନା କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ