ବେଲଗୁଣ୍ଠାରେ ମହା ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଏବଂ ପଞ୍ଚ ମହାଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା

ବେଲଗୁଣ୍ଠା, (ସନ୍ତୋଷ କୁମାର ଜେନା):ଆଜି ବେଲଗୁଣ୍ଠା ସ୍ଥିତ ଜଗନ୍ନାଥ ମନ୍ଦିର ପାର୍ଶ୍ୱରେ ମହାଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ପଞ୍ଚ ମହାଯଜ୍ଞ ନିମନ୍ତେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ସହରର ଦୁଇ ଶହରୁ ଉର୍ଦ୍ଧ୍ୱ ମହିଳା ବେଲଗୁଣ୍ଠାର ପିଲା ଖାଇ ପୋଖରୀରୁ ରୀତିନୀତି ମୁତାବକ କଳସରେ ଜଳ ଭରି ବେଲଗୁଣ୍ଠାର ହାଟପଦା, ପେଣ୍ଠ ସାହି, ବାଙ୍କୀବଜାର୍ ,ପଣ୍ଡା ସାହି ଦେଇ ମହାଲକ୍ଷ୍ମୀ ମନ୍ଦିର ପାର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଆସିଥିଲେ I ମନ୍ଦିର ପ୍ରତିଷ୍ଠା ଏବଂ ପଞ୍ଚ ମହା ଯଜ୍ଞ କାର୍ଯ୍ୟକ୍ରମ ଆସନ୍ତା ଫେବ୍ରୁୟାରୀ ତିନି ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ I କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ରୂପେ ଶ୍ରୀକ୍ଷେତ୍ର ପୁରୀରୁ ବିଶିଷ୍ଟ ଜଗନ୍ନାଥ ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଯୋଗ ଦେଉଥିବା ବେଳେ ଏହି ମନ୍ଦିର ପ୍ରତିଷ୍ଠା ଏବଂ ଯଜ୍ଞ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ପଣ୍ଡିତ ଶ୍ୟାମ ସୁନ୍ଦର୍ ପଣ୍ଡା, ପଣ୍ଡିତ ରାମକୃଷ୍ଣ ପତି, ରବୀନ୍ଦ୍ର ନାଥ୍ ରଥ I ସେହିପରି ଯଜ୍ଞ ମୁଖ୍ୟ କର୍ତ୍ତା ରୂପେ ଗୁରୁ କୁଣ୍ଡ ହୋମରେ ପୂର୍ବତନ ନଗର ପାଳ ରବୀନ୍ଦ୍ରନାଥ ମହାପାତ୍ର ଏବଂ ତାଙ୍କ ସହଧର୍ମିଣୀ ଦାୟିତ୍ୱ ତୁଲାଉଥିବା ବେଳେ ଋକ୍ ବେଦ ଯଜ୍ଞ ମଣ୍ଡପରେ ନାଗେଶ୍ୱର ପାତ୍ର ଓ ତାଙ୍କ ଧର୍ମପତ୍ନୀ, ଯଜୁର୍ବେଦ ଯଜ୍ଞ ମଣ୍ଡପରେ ସୁବ୍ରତ କୁମାର ପାତ୍ର ଏବଂ ତାଙ୍କ ଧର୍ମପତ୍ନୀ, ସାମ୍ ବେଦ ଯଜ୍ଞ ମଣ୍ଡପରେ ଲବ କୁମାର ସୁବୁଦ୍ଧି ଓ ତାଙ୍କ ଧର୍ମପତ୍ନୀ, ଅଥର୍ବବେଦ ଯଜ୍ଞ ମଣ୍ଡପରେ ରବୀନ୍ଦ୍ରନାଥ ପାତ୍ର ଏବଂ ତାଙ୍କ ଧର୍ମପତ୍ନୀ, ସହସ୍ରାଜନ ପୁଜା କୁଣ୍ଡର ଶିବ ପ୍ରସାଦ ସୁବୁଦ୍ଧି ଏବଂ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଛନ୍ତି I ସମସ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ଜଗନ୍ନାଥ ମନ୍ଦିର ମୁଖ୍ୟ ଟ୍ରଷ୍ଟି ଚିଦାନନ୍ଦ ପାତ୍ର ଏବଂ ସମ୍ପାଦକ ରାଧା ଦାସ ସଂଯୋଜନା କରୁଛନ୍ତି I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀଙ୍କ ସମେତ ସମସ୍ତ କାଉନସିଲର୍, ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟମାନେ ସହଯୋଗ କରୁଛନ୍ତି I ଆଜି ବେଲଗୁଣ୍ଠାରେ ଏକ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆସନ୍ତା କାଲି ଠାରୁ ସହରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃ୍ଦ୍ଧି ପାଇବ ବୋଲି ଆଲୋଚନା ହେଉଛି I ଆସନ୍ତା କାଲି ଠାରୁ ଯଜ୍ଞ ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ବୃ୍ଦ୍ଧି ପାଇବାକୁ ଥିବାରୁ ସହରରେ ଶୃଙ୍ଖଳା ଋକ୍ଷ ପାଇଁ ବେଲଗୁଣ୍ଠା ପୋଲିସ ପ୍ରଶାସନ ଏବଂ ସ୍ଵଚ୍ଛତା ପାଇଁ ଏନ୍ଏସି କର୍ମଚାରୀ ମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବ ଜଣାପଡ଼ିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ