ବେଲଗୁଣ୍ଠାରେ ରୋଗୀ କଲ୍ୟାଣ ସମିିତି ବୈଠକ

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ବେଲଗୁଣ୍ଠା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋବରା ଗୋଷ୍ଠି କେନ୍ଦ୍ର ତରଫରୁ ମିଳିତ ଭାବେ ଗୁରୁବାର ରୋଗୀ କଲ୍ୟାଣ ସମିତି ବୈଠକ ମେଡିକାଲ ଅଫିସର ଡକ୍ଟର ବାଲୁଙ୍କେଶ୍ୱର ଷଡଙ୍ଗିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିରୁପେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ନିଜର ବକ୍ତବ୍ୟରେ ମେଡିକାଲର ଉନ୍ନତି ନିମନ୍ତେ ସମସ୍ତ ପ୍ରକାଣ ସାହାର୍ଯ୍ୟ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଥିବା ବେଳେ ଡାକ୍ତର ଷଡଙ୍ଗି ମେଡିକାଲରେ ଅର୍ଦ୍ଧ ନିର୍ମିତ ହୋଇପଡିଥିବା ପାଚେରୀ ନିର୍ମାଣ କରିବା ଓ ପାକିଂ ସୁବିଧା ନଥିବାରୁ ରୋଗୀ ଓ ରୋଗୀ ସଂପର୍କୀୟ ଅସୁବିଧାର ସମ୍ମଖିନ ହେଉଛନ୍ତି ଏଥିସହ ବିଭିନ୍ନ ସମୟରେ ଦୁର୍ଘଟଣା ବୃଦ୍ଧି ପାଉଛି ତେଣୁ ପାକିଂ ସମେତ ରାସ୍ତା ଘାଟ ଉନ୍ନତି ନିମନ୍ତେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଭିନ୍ନ ସମସ୍ୟା ଉପରେ ଜଣାଇଥିଲେ ।ରୋଗୀ କଲ୍ୟାଣ ଅର୍ଥରାଶି ପାଣ୍ଠି ପର୍ଯ୍ୟାପ୍ତ ହେଉନଥିବାରୁ ବିଧାୟକ ହାତ ପାଣ୍ଠିରୁ ବିଜୁ କୃଷକ କଲ୍ୟାଣ ଯୋଜନା, ରାଷ୍ଟୟ ସ୍ୱାସ୍ଥ୍ୟବିମା ଯୋଜନା ଅନ୍ୟପଟେ ମେଡିସିନ ଗୋଦାମ ଗୃହ ନିମନ୍ତେ ପାଣ୍ଠିାରେ୩୦ ଲକ୍ଷ ଥିଲେ ମଧ୍ୟ ବିଦ୍ୟୁତ୍ ଖୁଣ୍ଟ ଥିବାରୁ କାର୍ଯ୍ୟଶେଷ ହୋଇପାରୁନାହିଁ । ଏହା କୁ ମଧ୍ୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତହସିଲଦାର ସରୋଜ କୁମାର ବେହେରା ,ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ,ପୂର୍ବତନ ନଗର ପାଳ ଚନ୍ଦ୍ରମଣି ସାମଲ ,ସମାଜସେବୀ ସତ୍ୟନାରାୟଣ ମହାପାତ୍ର,ଦୁର୍ଗାମାଧବ ନାୟକ ,ସନ୍ତୋଷ ସୁବୁଦ୍ଧି ,ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।ରୋଗୀ ସେବାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ କର୍ମଚାରୀ ମାନଙ୍କୁ ପୁରସ୍କୃତ କରି୍‌ଥିଲେ ।କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ମ୍ୟାନେଜର ଦୁର୍ଗା ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ