ବେଲଗୁଣ୍ଠାରେ ସ୍ୱାଧିନତା ଦିବସ ପାଳିତ
ବେଲଗୁଣ୍ଠା-(ଯୁଗାବ୍ଦ ନ୍ୟୁଜ) -ବେଲଗୁଣ୍ଠା ସହର ତଥା ବ୍ଲକର ବିଭିନ୍ନ ସ୍ଥାନରେ ୭୩ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି ।ବେଲଗୁଣ୍ଠା ନଗରସ୍ତରୀୟ ସ୍ୱାଧିନତା ଦିବସ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ବି.ଡି.ଓ ସରୋଜ କୁମାର ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ।ବେଲଗୁଣ୍ଠା ସହରର ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।ବିଭିନ୍ନ ସ୍କୁଲ ତରଫରୁ ସାଂସ୍କୃତିକ କାର୍ୟ୍ୟକ୍ରମ ପ୍ରତିଯୋଗିତା ହୋଇଥିଲା ।ଏଥିରେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ,ଜି.ଟି ହାଇସ୍କୁଲ ଦ୍ୱିତୀୟ ଓ ସରସ୍ବତୀ ଶିଶୁ ମନ୍ଦିର ତୃତୀୟ ସ୍ଥାନ ଅଧିକାର କରିଥିଲେ ।ପୁର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।ସେହିପରି ବେଲଗୁଣ୍ଠା ଫାଣ୍ଡିରେ ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ,ବିଦ୍ୟୁତ କାର୍ୟ୍ୟାଳୟରେ ଏସ୍.ଡି.ଓ ଇଂ ରୋହିତ ମହାପାତ୍ର,ପ୍ରେସ୍ କ୍ଲବ ଠାରେ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ସମ୍ପାଦକ ସୁଶାନ୍ତ ବେହରା,ସରସ୍ୱତୀ ଶିଶୁ ମନ୍ଦିରରରେ ଷ୍ଟେଟ୍ ବ୍ୟାଙ୍କ ପରିଚାଳକ ଜଗନ୍ନାଥ ପ୍ରସାଦ ଦାସ, ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ସଭାପତି ଭି.ଦେବୀ ପ୍ରସାଦ ପାତ୍ର,ବଣିକ ସଂଘ ଠାରେ ସଭାପତି ସନ୍ତୋଷ ପାତ୍ର, ଵାଲିଡି ସ୍କୁଲଠାରେ ସଭାପତି ରଂଜିତ ସାମଲ,ହରପ୍ରସାଦ ଖାଡଙ୍ଗା, ତକ୍ଷଶିଳା ସ୍କୁଲଠାରେ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିଶ୍ର, ଅବସର ପ୍ରାପ୍ତ କର୍ମଚାରୀ ସଂଘ ଠାରେ ସଭାପତି ଅଭିମନ୍ୟୁ ପଟ୍ଟନାୟକ କରିଥିବା ବେଳେ ଆମ୍ବପୁଆ ପଞ୍ଚାୟତରେ ସରପଂଚ ପ୍ରମୋଦ ପ୍ରଧାନ, ଆସ୍କା କୋପରେଟିଭ ସେଣ୍ଟ୍ରାଲ୍ ବ୍ୟାଙ୍କରେ ଶାଖା ପରିଚାଳକ ମନୋଜ କୁମାର ବିଷୋୟି, ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସମ୍ପାଦକ ମାଧବ ଆପଟ, ଉଢୁରା ପଞ୍ଚାୟତରେ ସରପଂଚ ଟୁକୁନା ସାମଲ, ଗାଙ୍ଗପୁର ଥାନାରେ ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ, ତାରସିଂ ଥାନାରେ ଥାନାଧିକାରୀ ସବ୍ୟସାଚୀ ମଲ୍ଲ,ଧୁମୁଛାଇ ପଞ୍ଚାୟତରେ ସରପଞ୍ଚ ମନୋଜ ପ୍ରଧାନ, ପାଟୁଳି ସାହି ସ୍କୁଲରେ ପୁର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଇଙ୍ଗିନାଠି ପଞ୍ଚାୟତରେ ସରପଂଚ ସ୍ମରଣିକା ଗୋଛାୟତ, ନାଟେଙ୍ଗା ପଞ୍ଚାୟତରେ ସରପଂଚ ପ୍ରହଲ୍ଲାଦ ଲେଙ୍କା, ବାଲିଭାଗ ସ୍କୁଲରେ ସମିତି ସଭ୍ୟ ଦେବେନ୍ଦ୍ର ଗୌଡ, ଗୋବରା ପଞ୍ଚାୟତରେ ସରପଂଚ ଇନ୍ଦିରା ବାଇ ରାଜୁ,ଡେଙ୍ଗାପଦର ସ୍କୁଲରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପିଙ୍କି ପରିଡା, ଗୋବରା ସୋସାଇଟିରେ ସଭାପତି ରଙ୍କନିଧି ସ୍ୱାଇଁ, ମାଧବରିଡା ସ୍କୁଲରେ ସମିତି ସଭ୍ୟ ଦୁର୍ଗାମାଧବ ନାୟକ,କ୍ଷତ୍ରିୟ ବରପୁର ପଞ୍ଚାୟତରେ ସରପଞ୍ଚ ରାଜେନ୍ଦ୍ର ଗୌଡ, ଗାଙ୍ଗପୁର ପଞ୍ଚାୟତରେ ସରପଞ୍ଚ ସୁରେନ୍ଦ୍ର ଡାକୁଆ,ଶାସନ ପଞ୍ଚାୟତରେ ସରପଂଚ ରୀତାଞ୍ଜଳୀ ପ୍ରଧାନ, ଗାଙ୍ଗପୁର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସାହୁ, ଝାଡବନ୍ଧ ହାଇସ୍କୁଲରେ ସରପଂଚ ଅନ୍ତର୍ୟ୍ୟାମୀ ପ୍ରଧାନ, ପାଇଲିପଡା ବିଦ୍ୟାଳୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତୀ ସେଠୀ, ସେବା ସମବାୟ ସମିତିରେ ସଭାପତି କେ.ରବୀନ୍ଦ୍ର କୁମାର ପାତ୍ର, ବଡବୋରସିଂ ପଞ୍ଚାୟତରେ ସରପଂଚ ଏସ୍.ଜ୍ୟୋତି ପାତ୍ର, ବଡବୋରସିଂ ବିଦ୍ୟାଳୟରେ ସମିତି ସଭ୍ୟା ମମତା ଭୋଳ, ଶିଶୁ ମନ୍ଦିରରେ ପୁର୍ବତନ ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ସ୍ୱାଇଁ, ସେବ ସମବାୟ ସମିତିରେ ସଭାପତି ଦିଲ୍ଲୀପ ସ୍ୱାଇଁ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ ।