ବେଲଗୁଣ୍ଠାରେ ୧୦ଘଣ୍ଟିଆ ବନ୍ଦ ପ୍ରଭାବ ଶୂନ୍ୟ
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଭାରତ ବନ୍ଦ କୁ ସଫଳ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ସାମିଲ ହୋଇଛନ୍ତି।କିନ୍ତୁ ବେଲଗୁଣ୍ଠାରେ ଆଜି ଏହି ବନ୍ଦର କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା।ପୂର୍ବଦିନ ଏହି ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ୍ ଦଳ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିନଥିଲା । ବେଲଗୁଣ୍ଠାର ବିଭିନ୍ନ ଅଞ୍ଚଳରେ କଂଗ୍ରେସ୍ କର୍ମୀ ଥିଲେ ମଧ୍ଯ ଦୃଢ଼ ନେତୃତ୍ୱ ଅଭାବରୁ ସେମାନେ ଏହୀ ବନ୍ଦକୁ ସଫଳ କରିପାରିନଥିଲେ I ଫଳରେ ସବୁଦିନ ଭଳି ବେଲଗୁଣ୍ଠା, ଗୋବରା, ଗାଙ୍ଗପୁରରେ ଥିବା ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ, ପେଟ୍ରୋଲ ପମ୍ପ,ଦୋକାନ, ବଜାର ସବୁ ଖୋଲା ଥିବା ବେଳେ ଜନ ଜୀବନ ମଧ୍ୟ ସ୍ୱାଭାବିକ ରହିଥିଲା I ବସ୍ ଏବଂ ଟ୍ରକ୍ ଚଳାଚଳକୁ ଛାଡିଦେଲେ ଅଞ୍ଚଳରେ ବାକି ସମସ୍ତ ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ଥିଲା ଥିଲା।