ବେଲଗୁଣ୍ଠାର ବିଭିନ୍ନ ଗ୍ରାମରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବ୍ଳକ୍ ର ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ କୁମୁଣ୍ଡି ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଏବଂ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଏହା ଗ୍ରାମର ଚତୁର୍ଦ୍ଦଶତମ ଅଖଣ୍ଡ ନାମ ଯଜ୍ଞ I ସୋରିଷମୂଳି ନୃସିଂହନାଥ ଆଶ୍ରମ ମହନ୍ତ ସୁଧାନନ୍ଦ ବ୍ରହ୍ମଚାରୀଙ୍କ ପୌରୋହିତ୍ୟରେ ରୀତିନୀତି ମୁତାବକ ଏହି ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ କୁମୁଣ୍ଡି,ଗୋପନଗର,ବିଞ୍ଝଗିରୀ,ବଙ୍କା ଏବଂ ବଳରାମ ପୁର ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଛନ୍ତି I ସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର ପଂଚାୟତ ଅନ୍ତର୍ଗତ ହରିହରସାହିରେ ମଧ୍ୟ ସବୁ ବର୍ଷ ଭଳି ଅଷ୍ଟମ ବାର୍ଷିକ ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ମହନ୍ତ ରାମକୃଷ୍ଣ ଦାସଙ୍କ ଦ୍ୱାରା ଉଦ୍ଘାଟିତ ଏବଂ ମାଧବରୀଡା ମହନ୍ତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଯଜ୍ଞରେ ହରିହର ସାହି,ଲାଠିପଡା,ଉସ୍ତପଲୀ, ଭରତପଲ୍ଲୀ ନାମ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟି ସଦସ୍ୟ ସୁବାସ ଚନ୍ଦ୍ର ଗୌଡ଼, ସନ୍ନ୍ୟାସୀ ନାୟକ,ସନାତନ ନାୟକ, ଭଜରାମ୍ ସ୍ଵାଇଁ, ହରିହର ପତିଙ୍କ ସମେତ ଗ୍ରାମବାସୀ ସହଯୋଗ କରୁଛନ୍ତି I ଉଭୟ ଗ୍ରାମରେ ନାମ ଦେଖିବା ସହିତ ପ୍ରସାଦ ସେବନ ପାଇଁ ଆଖପାଖ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ